Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ଉପଭୋକ୍ତା ସଚେତନତା ରଥ ପରିକ୍ରମା।

Bureau report | 06 Feb 2026 | 6 min read | 9 views

ଢେଙ୍କାନାଳ ( ପି.ଏନ. ଏସ ) : ଉପଭୋକ୍ତା ସଚେତନତା ଭାରତ ଯାତ୍ରା ନୂଆଦିଲ୍ଲୀ ଠାରୁ ୨୪ ଡିସେମ୍ବର ୨୦୨୬ରୁ ବିଭିନ୍ନ ରାଜ୍ୟ ପରିକ୍ରମା କରି ଚଳିତ ଫେବୃଆରୀ ୪ ରେ ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟଠାରେ ପୂର୍ବାହ୍ନ ୧୦ ଟା ସମୟରେ ପହଂଚି ଥିଲା। ପରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକ ଓ ସ୍ବେଛାସେବୀ ଉପଭୋକ୍ତା ସଂଗଠନର ପ୍ରତିନିଧିମାନେ ବିପୁଳ ଭାବେ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଏହି ଅବସରରେ ସଚେତନତା ରାଲି ଓ ସଭା ଅନୁଷ୍ଠିତ ହୋଇଥିଲା। ଜାତୀୟ ସ୍ତରରୁ କଂଜୁମର କଂଫେଡେରେସନ ଅଫ ଇଣ୍ଡିଆର ପ୍ରତିଷ୍ଠାତା ଅଧକ୍ଷ ତଥା କାର୍ଯ୍ୟକାରିଣୀ ସଦସ୍ୟ ଡ଼ଃ ଅନନ୍ତ ଶର୍ମା ଉପଭୋକ୍ତା ସୁରକ୍ଷା ଅଭିଯାନ ଓଡିଶାର ସମ୍ପାଦକ ଗୋବିନ୍ଦ ଓଝା, ଭାରତୀୟ ମନକ ବ୍ୟୁରୋ ଭୁବନେଶ୍ୱରର ସ୍ୱପଲିନି, ଅଜୟ କୁମାର, ଢେଙ୍କାନାଳ ଜିଲ୍ଲା ଅଧିକାରୀ ଉପ ନିୟନ୍ତ୍ରକ ବୈଧ ମାପ ବିଜ୍ଞାନର ରଞ୍ଜନ ପରିଡା, ସ୍ଥାନୀୟ ଭି ସି ଓ "ରୁପା"ର ସମ୍ପାଦକ ଶ୍ରୀନିବାସ ସାହୁ ଖାଉଟିର ଅଧିକାର ଓ କର୍ତ୍ତବ୍ୟ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ପୂର୍ଣ୍ଣ ଚନ୍ଦ୍ର ବରାଳ ଡ଼. ବିଭୁଦତ୍ତ ଦାଶ, ପ୍ରଶାସନିକ ଅଧିକାରୀ ଡ଼ ରଜନୀକାନ୍ତ ଖୁଣ୍ଟିଆ, ବିଭାଗୀୟ ମୁଖ୍ୟ, ବାଣିଜ୍ୟ ବିଭାଗ ଶ୍ରୀ ଶକ୍ତି ପ୍ରସାଦ କବି ଶତପଥି, ସଂଯୋଜକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ସି.ସି.ଆଇ.ର ଜାତୀୟ ଯୁଗ୍ମ ସମ୍ପାଦକ ବିଜୟଲକ୍ଷ୍ମୀ ମହାପାତ୍ର ଧନ୍ୟବାଦ ଦେଇଥିଲେ । ପରେ ଉପଭୋକ୍ତା ସଚେତନତା ଭାରତ ଯାତ୍ରା ରଥ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଥିଲା ।