Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

୪ଟି ଶ୍ରମ କୋଡ୍ ବାତିଲ୍ ଦାବୀରେ ଏଆଇଟିୟୁସିର ବୈଠକ ।

pragyansila bureau | 25 Jan 2026 | 5 min read | 15 views

ଢେଙ୍କାନାଳ ( ପି.ଏନ. ଏସ ) : ସ୍ଥାନୀୟ ଯାଉଁଳିପୋଖରୀ ମଠ ପ୍ରାଙ୍ଗଣରେ ଏ.ଆଇ.ଟି.ୟୁ.ସି.ର ଜିଲ୍ଲା ବୈଠକ ରବି ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଏ.ଆଇ.ଟି.ୟୁ.ସି.ର ରାଜ୍ୟ ସାଧାରଣ ସଂପାଦକ ବିଜୟ ଜେନା, ରାଜ୍ୟ ସଭ୍ୟ ହରପ୍ରିୟା ସାଇଁ, ଅଙ୍ଗନୱାଡି କର୍ମୀ ସଂଘର ଜିଲ୍ଲା ସମ୍ପାଦିକା ମଳୟ ମଞ୍ଜରୀ ଜେନା, ସଦର ବ୍ଲକ୍‌ର ସଭାପତି ସୁଜାତା ନାୟକ, ଜିଲ୍ଲା ସଂପାଦକ ନାରାୟଣ ନାୟକ ପ୍ରମୁଖ ଯୋଗଦେଇ ଆସନ୍ତା ଫେବୃଆରୀ ୧୨ ତାରିଖରେ ଦେଶର ୧୦ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ଆହ୍ୱାନରେ ସର୍ବଭାରତୀୟ ଧର୍ମଘଟକୁ ସଫଳ କରିବା ପାଇଁ ଆଲୋଚନା କରାଯାଇଥିଲା । ଦାବୀ ମଧ୍ୟରେ ୪ଟି ଶ୍ରମକୋର୍ଡ ବାତିଲ୍ କରିବା, ସ୍କିମ୍ ୱାର୍କରଙ୍କୁ ଶ୍ରମିକ ମାନ୍ୟତା ସର୍ବନିମ୍ନ ମଜୁରୀ, ଖାଲି ପଡିଥିବା ପଦବୀକୁ ପୂରଣ କରିବା, ରାଷ୍ଟ୍ରାୟତ ଉଦ୍ୟୋଗକୁ ଘରୋଇକରଣ ବନ୍ଦ କରିବା, କୃଷି ଶ୍ରମିକମାନଙ୍କୁ ବର୍ଷସାରା କାମ ଯୋଗାଇଦେବା, ବେକାର ହୋଇ ରହିଥିବା ଯୁବକଯୁବତୀମାନଙ୍କୁ ନିଯୁକ୍ତି ଦେବା ପ୍ରଭୃତି ବିଭିନ୍ନ ଦାବୀ ଉପରେ ଏହି ସାଧାରଣ ଧର୍ମଘଟ ଅନୁଷ୍ଠିତ ହେବ । ଏହି ଧର୍ମଘଟରେ ଜିଲ୍ଲା ଅଣସଂଗଠିତ ଶ୍ରମିକମାନେ ସାମିଲ୍ ହେବାକୁ ଆହ୍ୱାନ ଦିଆଯାଇଥୁଲା ।