Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ମା' ତାରିଣୀଙ୍କ ଚତୁର୍ଦ୍ଦଶ ଜନ୍ମବାର୍ଷିକୀ ଉତ୍ସବ ପାଳନ ।

pragyansila bureau | 22 Jan 2026 | 4 min read | 12 views

ଢେଙ୍କାନାଳ ( ପି.ଏନ. ଏସ ) : ଢେଙ୍କାନାଳ ଦୁର୍ଗାବଜାରସ୍ଥିତ ବଡପଣ୍ଡା ସାହିରେ ମା’ତାରିଣୀଙ୍କ ଚତୁର୍ଦ୍ଦଶ ଜନ୍ମବାର୍ଷିକୀ ଉତ୍ସବ ପାଳନ ହୋଇଯାଇଛି । ପ୍ରାତଃରୁ ମଙ୍ଗଳ ଆଳତୀ, ନୀତି ପୂଜା ଓ ପରେ ସ୍ଥାନୀୟ ନୂଆପୋଖରୀ ଠାରୁ ପୂଜାର୍ଚ୍ଚନା କରାଯାଇ ଘଣ୍ଟ, ବାଦ୍ୟ ଓ ସଂକୀର୍ତନ ଦ୍ବାରା ସହର ପରିକମା କରି କଳସଯାତ୍ରା ଅନୁଷ୍ଠିତ ହୋଇଥିଲା । ସୂର୍ଯ୍ୟପୂଜା, ଗୋ-ପୂଜା, କଳସ ପୂଜା, ମଣ୍ଡଳ ପୂଜା, ଷୋଡଶ ଉପଚାର ପୂଜା ଓ ମା’ଙ୍କ ପାଖରେ ବିଭିନ୍ନ ଭୋଗ ଲାଗି କରାଯାଇଥିଲା । ଯଜ୍ଞ ସହିତ ମଧ୍ୟାହ୍ନରେ ପ୍ରସାଦସେବନ ପରେ ପୂର୍ଣାହୁତି ଓ ଆଳତୀ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ପୂଜକ ବିକାଶ କୁମାର ରଥ ଓ ସହଯୋଗୀ ଅଭିଷେକ ଆଚାର୍ଯ୍ୟ ଉପସ୍ଥିତ ରହି ସମସ୍ତ ପୂଜାକୁ ସମ୍ପାଦନ କରିଥିଲେ। ସଭାପତି ପ୍ରକାଶ କୁମାର ମହାନ୍ତି, ଗୋବିନ୍ଦ ସାହୁ, ଖଗ, ରାଜୁ, ସାନପୁଅ, ଟେରୁ, କାଳିଆ, ଜଗନ୍ନାଥ, ଡାଜୁନ୍, ସାପୁ, ବୁବୁନ ପ୍ରମୁଖଙ୍କ ସମେତ ବଡପଣ୍ଡା ସାହିର ମା' ଲକ୍ଷ୍ମୀ ପୂଜା ପ୍ରତିଷ୍ଠାନର ସଦସ୍ୟମାନେ ଉପସ୍ଥିତ ରହି ପୂଜାକୁ ସାଫଲ୍ୟ ମଣ୍ଡିତ କରିଥିଲେ ।