ପି.ଏମ୍.ଶ୍ରୀ ସୁଲକ୍ଷଣାଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାଳିକା ଦିବସ ପାଳନ ସହିତ ସଚେତନତା ରାଲି ।
pragyansila bureau | 25 Jan 2026 | 4 min read | 11 views
ଢେଙ୍କାନାଳ ( ପି.ଏନ. ଏସ ) : ପି.ଏମ୍.ଶ୍ରୀ ସୁଲକ୍ଷଣାଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜାନୁଆରୀ ୨୪ ତାରିଖକୁ ଜାତୀୟ ବାଳିକା ଦିବସ ପାଳନ ହୋଇଯାଇଛି । ଏଥିରେ ପ୍ରଧାନଶିକ୍ଷୟିତ୍ରୀ ମିନତୀ ଦେହୁରୀ ଅଧ୍ୟକ୍ଷତା କରି କହିଥିଲେ ଯେ, ବାଳିକା ଦିବସର ଲକ୍ଷ୍ୟ ହେଲା ବାଳିକାମାନଙ୍କୁ ସୁରକ୍ଷା ଓ ଅଧିକାର ବିଷୟରେ ସଚେତନ କରାଇବା । ବହୁତ ବାଳିକା ଅଛନ୍ତି ତାଙ୍କର ଅଧିକାର ବିଷୟରେ ଜାଣିପାରନ୍ତି ନାହିଁ । ତେଣୁ ବାଳିକାମାନଙ୍କୁ ତାଙ୍କର ଅଧିକାର ବିଷୟରେ ସଚେତନ କରାଗଲେ ସେମାନେ ଆଗକୁ ବଢିପାରିବେ ଓ ଦେଶ ଏବଂ ରାଜ୍ୟକୁ ଆଗକୁ ନେଇପାରିବେ । ଏହି ଦିବସ ଉପଲକ୍ଷେ ବିଦ୍ୟାଳୟରେ ଡିବେଟ୍, କୁଇଜ୍ ଓ ରଙ୍ଗୋଲି ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବା ସହିତ ଏକ ସଚେତନତା ରାଲି ଆୟୋଜନ କରାଯାଇ ସହର ପରିକ୍ରମା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।
