ତୃତୀୟ ବାର୍ଷିକ ଅନୁଗୁଳ ଓ ଢେଙ୍କାନାଳ କ୍ୟାଟେରିଙ୍ଗ୍ ମିଟ୍ ।
pragyansila bureau | 15 Jan 2026 | 5 min read | 15 views
ଢେଙ୍କାନାଳ ( ପି.ଏନ. ଏସ ) : ସ୍ଥାନୀୟ ଶ୍ରୀରାମ ମଣ୍ଡପ ପ୍ରାଙ୍ଗଣରେ ଅନୁଗୁଳ ଓ ଢେଙ୍କାନାଳ କ୍ୟାଟେରିଙ୍ଗ ସଂଘର ତୃତୀୟ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଓଡିଶା କ୍ୟାଟେରିଙ୍ଗ୍ ଆସୋସିଏସନ୍ର ସଭାପତି ବିନୟ ଭୂଷଣ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଅଧ୍ୟକ୍ଷ ଅନୁପ ବାଗାଇ, ସଂପାଦକ ଦେବୀ ପ୍ରସାଦ ରଥ ଓ ମୁଖ୍ୟ ଉପଦେଷ୍ଟା ପ୍ରବୋଧ କୁମାର ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରି ବୈଠକକୁ ଉଦ୍ଘାଟନ କରିଥିଲେ । ଅଲ୍ ଓଡିଶା କ୍ୟାଟେରିଙ୍ଗ ଆସୋସିଏସନ୍ ସଂଘ, ଖୋର୍ଦ୍ଧା କ୍ୟାଟେରିଙ୍ଗ ସଂଘ, ବଲାଙ୍ଗିର୍ କ୍ୟାଟେରିଙ୍ଗ୍ ସଙ୍ଗ ଓ କଟକ କ୍ୟାଟେରିଙ୍ଗ୍ ସଂଘ ଏଥିରେ ସହଯୋଗ କରିଥିଲେ । ଏହି ବୈଠକରେ କ୍ୟାଟେରିଙ୍ଗ୍ ସଂଘ କେପରି ସୁଦୃଢ ହେବ ଓ ସୁବିଧା ସୁଯୋଗ ମିଳିପାରିବ ସେ ବିଷୟରେ ଆଲୋଚନା କରାଯାଇଥିଲା । ଅତିଥିମାନଙ୍କୁ ଉତରୀୟ ଦେଇ ସମ୍ବନ୍ଧିତ କରାଯାଇଥିଲା । ଏଥିରେ ଅନୁଗୁଳ ଓ ଢେଙ୍କାନାଳ କ୍ୟାଟେରିଙ୍ଗ ସଂଘର ସଭାପତି ସୁଶିଲ୍ କୁମାର ବାରିକ, ସଂପାଦକ ପ୍ରଦୀପ କୁମାର ଦାଶ, ସାନ୍ତନୁ ପାଳ, ସଞ୍ଜୟ ପ୍ରଧାନ, ଭଗବାନ ବେହେରା, ଶ୍ରୀକାନ୍ତ ସାହୁ, ବ୍ରହ୍ମଶଙ୍କର ସାହୁ, ରାଜେଶ କୁମାର ପଟ୍ଟନାୟକ ଓ ପୂର୍ଣଚନ୍ଦ୍ର ସାହୁ ପ୍ରମୁଖ ଏହି ବୈଠକକୁ ପରିଚାଳନା କରିଥିଲେ । ଏଥିରେ ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ କ୍ୟାଟେରିଙ୍ଗ୍ ଯୋଗଦେଇଥିଲେ ।
