Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ଦୁର୍ଘଟଣାଗ୍ରସ୍ତ ଡ୍ରାଇଭରକୁ ବଞ୍ଚେଇବାକୁ ଯାଇ ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ

pragyansila bureau | 08 Jul 2025 | 6 min read | 7 views

କୋଣାର୍କ ( ପି.ଏନ. ଏସ ) : ପୁରୀ ରୁ କୋଣାର୍କ ସାଇଟ୍ ସିନ ବୁଲିବାକୁ ଆସୁଥିବା ଏକ ଯାତ୍ରୀବାହୀ ଟ୍ରାଭେରା ଗାଡ଼ି ଚନ୍ଦ୍ରଭାଗା ନିକଟ ରେ ଥିବା ବିଦ୍ୟୁତ୍ ଖୁଣ୍ଟିରେ ହୋଇଥିଲା ଧକ୍କା। ଡ୍ରାଇଭର ଓ ଛଅ ଜଣ ଯାତ୍ରୀ ଆହାତ ହୋଇଥିବା ବେଳେ ଆହାତ ଡ୍ରାଇଭରକୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ଜଣେ ଯୁବକ ବିଦ୍ୟୁତ୍ ଖୁଣ୍ଟି ସ୍ପର୍ଶରେ ଆସି ବିଦ୍ୟୁତ ଆଘାତ ରେ ମୃତ୍ୟୁବରଣ କରିଛନ୍ତି। ମୃତ ଯୁବକ ଜଣକ ହେଲେ ଜଗତସିଂହପୁର ଜିଲ୍ଲା ନାଉଗାଁ ର ରଞ୍ଜିବ୍ ପଢ଼ିଆରୀ ।
ଟ୍ରାଭେରା ଗାଡ଼ିଟି ଭାରସାମ୍ୟ ହରାଇ ବିଦ୍ୟୁତ୍ ଖୁଣ୍ଟରେ ଧକ୍କା ଦେବା ଫଳରେ ଗାଡ଼ିରେ ଥିବା 6 ଜଣ ପର୍ଯ୍ୟଟକଙ୍କୁ ଆହତ ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପଠାଇଥିଲେ । ଡ୍ରାଇଭର ଜଣକ ଗାଡ଼ିରେ ଫସି ରହିଥିବା ବେଳେ ନାଉଗାଁରୁ କୋଣାର୍କ ବୁଲିବାକୁ ଆସିଥିବା ତିନିଜଣ ସାଙ୍ଗ ମାନଙ୍କ ମଧ୍ୟରୁ ମୃତ ରଞ୍ଜିବ ତାଙ୍କୁ ଉଦ୍ଧାର କରିବା ବେଳେ ହଠାତ୍ ବିଦ୍ୟୁତ୍ ଖୁଣ୍ଟି ସ୍ପର୍ଶରେ ଆସି ଅଚେତ୍ ଅବସ୍ଥାରେ ତଳେ ପଡ଼ିଯାଇଥିଲେ । ଅଗ୍ନିସମ ବିଭାଗ କର୍ମଚାରୀ ମାନେ ଗୁରୁତର ଅବସ୍ଥାରେ ଡ୍ରାଇଭର ଓ ରଞ୍ଜିବ ଙ୍କୁ ଆଣି କୋଣାର୍କ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଗୁରୁତର ଅବସ୍ଥାରେ ଡ୍ରାଇଭରକୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି । ଅନ୍ୟ ୬ ଜଣଙ୍କୁ ଗୋପ ମେଡିକାଲରେ ଭର୍ତ୍ତି କରାଯାଇଛି।କୋଣାର୍କ ପୋଲିସ ଖବର ପାଇଁ ଗାଡିକୁ ଜବତ କରି ତଦନ୍ତ ଜାରୀ ରଖିଛି।