ବ୍ଳକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା
pragyansila bureau | 14 Nov 2025 | 8 min read | 20 views
କାକଟପୁର ( ପି.ଏନ. ଏସ ) : ରାଜ୍ୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ଦ୍ଵାରା କାକଟପୁର ବ୍ଳକ ହାଇସ୍କୁଲ ପଛପଟ ମିନି ଷ୍ଟାଡିୟମରେ ମଣ୍ଡଳ ଉନ୍ନୟନ ଅଧିକାରୀ ନାରାୟଣ ଦୀକ୍ଷିତଙ୍କ ସଭାପତିତ୍ବରେ ବ୍ଳକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ମାନ୍ୟବର ଜଗତସିଂହପୁର ସାଂସଦ ଡଃ ବିଭୂପ୍ରସାଦ ତରାଇ ଯୋଗଦେଇ ଆଗରୁ ଅନୁଷ୍ଠିତ ହେଉଥିବା ଜିଲ୍ଲା ସ୍ତରୀୟ ମେଳାରେ ଗ୍ରାମାଞ୍ଚଳର ଚାଷୀ ମାନେ ବହୁସଂଖ୍ୟାରେ ଅଂଶଗ୍ରହଣ କରିପାରୁ ନଥିବାରୁ ଏହି ମେଳାକୁ ରାଜ୍ୟ ସରକାର ବ୍ଳକ ସ୍ତରରେ କରି ସରକାରଙ୍କ ମାଛ ଚାଷ ପାଇଁ ନୂଆ ପୋଖରୀ ଖୋଳା ଯୋଜନା,ମାଛ ଚାଷ ପାଇଁ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ସହାୟତା, ଜୈବିକ ପଦ୍ଧତିରେ ସଘନ ମାଛଚାଷ, ମତ୍ସ୍ୟ ଉତ୍ପାଦନ ବୃଦ୍ଧି ନିମନ୍ତେ ମାଛ ଯାଁଆଳ ଉତ୍ପାଦନକାରୀଙ୍କୁ ଇନପୁଟ୍ ସହାୟତା, ପ୍ରାଣୀ ପାଳନ ଯୋଜନା ସମ୍ବଦ୍ଧୀୟ ସରକାରଙ୍କ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନା ସଂପର୍କରେ ବିସ୍ତୃତ ସୂଚନା ବକ୍ତବ୍ୟ ମାଧ୍ୟମରେ ସୂଚିତ କରାଇଥିଲେ । ମୁଖ୍ୟବକ୍ତା କାକଟପୁରର ବିଧାୟକ ଇଂ ତୁଷାରକାନ୍ତି ବେହେରା, ସମ୍ମାନୀୟ ଅତିଥି ଭାବେ ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ବାଧିନ କୁମାର ନାୟକ, କାକଟପୁର ବ୍ଳକ ଅଧ୍ୟକ୍ଷ ଶ୍ରୀଧର ନାୟକ, ଅତିରିକ୍ତ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସକ ରାଜେଶ କୁମାର ପାଣିଗ୍ରାହୀ, କାକଟପୁର ବ୍ଳକ ଆତ୍ମାର ଅଧ୍ୟକ୍ଷ ରମେଶ ଚନ୍ଦ୍ର ପାତ୍ର ପ୍ରମୁଖ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ବ୍ଳକ ପ୍ରାଣୀ ଚିକିତ୍ସାଧିକାରୀ ସୁଧାଂଶୁ ଶେଖର ସାହୁ ସ୍ବାଗତ ଭାଷଣ ଦେଇଥିଲେ। ବିଭିନ୍ନ ବିଭାଗ ଗୁଡ଼ିକର ଷ୍ଟଲ ମାଧ୍ୟମରେ ପ୍ରଦର୍ଶନୀ, ଚାଷୀ ବିଶେଷଜ୍ଞଙ୍କ ଆଲୋଚନା ଚକ୍ର, ସଚେତନତା ଓ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।ଏହି ଅବସରରେ ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯାଇ ଉତ୍ସାହିତ କରାଯିବା ସହିତ କେତେକ ଚାଷୀଙ୍କୁ ଗୋ- ସୁଗମ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପୁରୀ ଜିଲ୍ଲା ସାଂସଦ ପ୍ରତିନିଧି ସୁଦର୍ଶନ ସ୍ବାଇଁଙ୍କ ସମେତ ଜିଲ୍ଲା ଓ ବ୍ଲକ ସ୍ତରୀୟ ସାସଂଦ ପ୍ରତିନିଧି ମାନେ ଯୋଗ ଦେଇଥିଲେ ।
