ପିପିଲି ବ୍ଲକ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା କାର୍ଯ୍ୟାଦେଶ ବାଣ୍ଟିଲେ ବିଧାୟକ
Bureau report | 12 Nov 2025 | 6 min read | 19 views
ପିପିଲି ( ପି.ଏନ. ଏସ ) : ପୁରୀ ଜିଲ୍ଲା ପିପିଲି ବାଲିପଡ଼ିଆ ଠାରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି | ବିଭାଗ ପକ୍ଷରୁ ଆୟୋଜିତ ମେଳାରେ ସ୍ଥାନୀୟ ବିଧାୟକ ଆଶ୍ରିତ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ମତ୍ସ୍ୟ ଓ ପଶୁ ପାଳନ କରୁଥିବା ଚାଷୀ ମାନଙ୍କୁ ଉତ୍ସାହିତ କରିଥିଲେ | ସେହିପରି ପିପିଲି ବ୍ଲକର ବିଡିଓ, CDPO, ଅଧକ୍ଷ, ଉପାଧ୍ୟକ୍ଷ, ଜିଲ୍ଲା କୃଷି ଅଧିକାରୀ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଙ୍କ ସମେତ ବ୍ଲକ ଉଦ୍ୟାନ କୃଷି ବିଭାଗ ଓ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନେ ଯୋଗ ଦେଇଥିଲେ | ବିଶେଷକରି ବ୍ଲକ ପ୍ରାଣୀସମ୍ପଦ ଅଧିକାରୀ ଆଲୋକ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରୁଥିବା ବେଳେ ପିପିଲି ବ୍ଲକ ର ମୋଟ 25 ଗୋଟି ପଞ୍ଚାୟତର ପ୍ରାୟ 500 ରୁ ଉର୍ଦ୍ଧ ସଫଳ ମତ୍ସ୍ୟ ଓ ପଶୁପାଳନ ଚାଷୀ ମାନେ ସାମିଲ ହୋଇଥିଲେ | ତେବେ ବିଧାୟକ ଶ୍ରୀଯୁକ୍ତ ପଟ୍ଟନାୟକ ଓ ଅତିଥି ଙ୍କ ଦ୍ୱାରା ସଫଳ ଚାଷୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ବେଳେ ବିଭିନ୍ନ ଚାଷୀ ଙ୍କୁ ମାଛ ଚାଷ ଯୋଜନା ଓ ପଶୁପାଳନ ଯୋଜନା ର କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା | ତେବେ ପୂର୍ବ ସରକାର ସମୟରେ ନିର୍ଦ୍ଧିଷ୍ଟ କିଛି ଚାଷୀଙ୍କୁ ଗାଡ଼ିରେ ନେଇ ଜିଲ୍ଲା ସ୍ତରୀୟ ମେଳା କରାଯାଉଥିବା ବେଳେ ଏବେ ଆଉ ସେ ଦିନ ନାହିଁ...ଚଳିତ ସରକାର ଚାଷୀ ଓ ଉଦ୍ୟୋଗୀ ମାନଙ୍କର ସଚେତନତା ପାଇଁ ପ୍ରତି ବ୍ଲକରେ ମେଳାର ଆୟୋଜନ କରୁଛନ୍ତି ବୋଲି ବିଧାୟକ କହିଛନ୍ତି, ସେହିପରି ଏହି ମେଳାରେ ସାମିଲ ହୋଇ ନିଜେ ସଚେତନ ହେବା ସହ ମତ୍ସ୍ୟ ଓ ପଶୁପାଳନ କ୍ଷେତ୍ରରେ ସଫଳ ହୋଇ ଆର୍ଥିକ ଭାବେ ସମୃଦ୍ଧ ହେବା ପାଇଁ ଜିଲ୍ଲା କୃଷି ଅଧିକାରୀ ଶରତ ବେହେରା କହିଛନ୍ତି |
