Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ବିଜେଡି ପକ୍ଷରୁ ପିପିଲି କାର୍ଯ୍ୟାଳୟରେ ବିଜୁ ପଟ୍ଟନାୟକଙ୍କ ଜନ୍ମଜୟନ୍ତୀ ପାଳିତ

Bureau report | 06 Mar 2026 | 4 min read | 4 views

ପିପିଲି ( ପି.ଏନ. ଏସ ) : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ୧୧୦ ତମ ଜନ୍ମ ଜୟନ୍ତୀ l ଯାହାକୁ ଆଜି ପିପିଲି ବିଜେଡି ପକ୍ଷରୁ ଦଳୀୟ କାର୍ଯ୍ୟାଳୟ ରେ ପାଳିତ କରାଯାଇଛି l ବିଜେଡି ନେତା ତଥା ପୂର୍ବତନ ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଙ୍କ ନେତୃତ୍ୱ ରେ ଆୟୋଜିତ ଏହି ଉତ୍ସବ ରେ ଅବସରପ୍ରାପ୍ତ ଅଧ୍ୟାପିକା ଡ଼ଃ ପ୍ରତିଭା ମହାରଥୀ ଯୋଗ ଦେଇ ଝଡ ର ଇଗଲ ଙ୍କ ଜୀବନ ବ୍ୟାପି ତ୍ୟାଗ ସଂଘର୍ଷ ଓ ବଳିଦାନ ସମ୍ପର୍କ ରେ ବିଜୁଜନତା ଦଳର କର୍ମୀ ମାନଙ୍କୁ ମନେ ପକାଇଥିଲେ l ପିପିଲି ଡେଲାଙ୍ଗର ଯାହା ବି ବିକାଶ ହୋଇଛି ତାହା କେବଳ ନବୀନ ଙ୍କ ସମୟରେ ହୋଇଛି l ଆମେ ସମସ୍ତେ ଏକାଠି ହେଲେ ପୁଣି ଥରେ ଡେଲାଙ୍ଗ ପିପିଲି ରେ ବିଜେଡି ସରକାର କୁ ଆସି ପାରିବ l ଏଥିରେ ଶତାଧିକ ବିଜେଡି କର୍ମୀ ଏବଂ ଲୋକେ ଯୋଗ ଦେଇଥିଲେ l ଏହା ସହିତ ମୋ ପୁଅ ଉପରେ ମୋର ଆଶୀର୍ବାଦ ରହିଛି ସେ ନିଶ୍ଚୟ ବିଜୟୀ ହେବ ବୋଲି ପ୍ରଦୀପ ମହାରଥୀ ଙ୍କ ଧର୍ମପତ୍ନୀ ପ୍ରତିଭା ମହାରଥୀ କହିଛନ୍ତି l ଏହି କାର୍ଯ୍ୟକ୍ରମ ରେ ବିଜୁଜନତା ଦଳ ର ଆଗଧାଡିର ଛାମୁଆଁ ନେତୃତ୍ବ ମାନେ ଯୋଗଦାନ କରିଥିଲେ ।