Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ଡେଲାଙ୍ଗରେ ତିନୋଟି ପ୍ରକଳ୍ପର ଶୁଭ ଦେଲେ ବିଧାୟକ ।

pragyansila bureau | 27 Nov 2025 | 5 min read | 18 views

ଡେଲାଙ୍ଗ ( ପି.ଏନ. ଏସ ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ବହୁ ପୁରାତ୍ତନ ସମସ୍ୟା ସମାଧାନ ପାଇଁ ମୂଳଦୁଆ ପକାଇଲେ ସ୍ଥାନୀୟ ବିଧାୟକ ଆଶ୍ରିତ ପଟ୍ଟନାୟକ । ଧାନକେରା ପଞ୍ଚାୟତର ବାରପୋଲିଆ ଠାରେ ଜଳସେଚନ ବିଭାଗ 2 କିଲୋମିଟର ରାସ୍ତା ମରାମତି ପାଇଁ ଶୁଭ ଦେଇଛନ୍ତି ଶ୍ରୀଯୁକ୍ତ ପଟ୍ଟନାୟକ । ଏହି ରାସ୍ତା ଉପରେ ଯାତାୟାତ ପାଇଁ ପ୍ରାୟ ତିନିଗୋଟି ପଞ୍ଚାୟତର 15 ହଜାର ଲୋକେ ନିର୍ଭର କରୁଥିବା ବେଳେ ରାସ୍ତାଟି ଦୀର୍ଘଦିନ ହେବ ଜରାଜୀର୍ଣ୍ଣ ଜୀବନ ହୋଇ ପଡିଥିଲା । ସ୍ଥାନୀୟ ବିଧାୟକ ଆଶ୍ରିତ ପଟ୍ଟନାୟକ ଏହାର ଶୁଭ ଦେଇ ଲୋକଙ୍କ ଆଶାର ଆଲୋକ ସାଜିଛନ୍ତି । ଏହି ରାସ୍ତା କାର୍ଯ୍ୟ ଆରମ୍ଭ ହେବାର ସୂଚନା ପାଇ ଖୁସି ହୋଇଥିଲେ ସ୍ଥାନୀୟ ବାସିନ୍ଦା । ବିଧାୟକ ଙ୍କୁ ବାଜା ବାଣ ଫୁଟାଇ ପୁଷ୍ପଗୁଛ ଉତ୍ତରୀୟ ଦେଇ ସ୍ୱାଗତ କରିବା ସହ ହଜାର ହଜାର ସଂଖ୍ୟାରେ ମହିଳା ପୁରୁଷ ରୁଣ୍ଡ ହୋଇଥିଲେ । ସେହିପରି କଲ୍ୟାଣପୁର ସ୍ଥିତ ଭାଗ୍ୟେଶ୍ୱର ମହାଦେବ ଙ୍କ ମନ୍ଦିର ପ୍ରାଚୀର ନିର୍ମାଣ ପ୍ରକଳ୍ପ ର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିବା ବେଳେ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ପରେ ଜୁଇଲୁଣ୍ଡା ଠାରେ ଆଜି କୁରାଳ ପଞ୍ଚମୀ ଅବସରରେ କୁମ୍ଭକାର ପରିବାର ଙ୍କ ସହିତ ପଞ୍ଚମୀ ପୂଜାରେ ସାମିଲ ହୋଇ ସେମାନଙ୍କ ଉତ୍ସାହ ବଢ଼ାଇଥିଲେ ବିଧାୟକ ଶ୍ରୀଯୁକ୍ତ ପଟ୍ଟନାୟକ ।