Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ଓଡିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ, ୟୁଲେଜ୍ ସହଯୋଗରେ ଆରମ୍ଭ କଲା ଶିଳ୍ପ କେନ୍ଦ୍ରିତ ଦକ୍ଷତା ପାଠ୍ୟକ୍ରମ।

pragyansila bureau | 06 Jul 2025 | 6 min read | 13 views

ପୁରୀ ( ପି.ଏନ. ଏସ ) : ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଓଏସ୍ଓୟୁ)ପକ୍ଷରୁ ବାହୁଡା଼ ଯାତ୍ରା ତିଥିରେ ଦେଶବ୍ୟାପୀ ଶିକ୍ଷାର୍ଥୀ ମାନଙ୍କୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଶିଳ୍ପାନୁଷ୍ଠାନ ୟୁଲେଜ୍ ସହଯୋଗରେ ଦକ୍ଷତା ବିକାଶର ୧୦ଟି। ପାଠ୍ୟକ୍ରମ ଦକ୍ଷତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।ଏହି କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଶ୍ୟାମସୁନ୍ଦର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।କୁଳସଚିବ ଡଃ ଚିତରଜ୍ଞନ ସାହୁ,ବିତ୍ତ ନିୟନ୍ତ୍ରକ ନଳିନୀ ରଜ୍ଞନ ଷଡ଼ଙ୍ଗୀଙ୍କ ସହ ଉପକୁଳ ସଚିବ, ବିଭିନ୍ନ ସ୍କୁଲର ନିର୍ଦ୍ଦେଶକ ଏବଂ ଓଡ଼ିଶାର ସମସ୍ତ ଅଧ୍ୟାପକ ତଥା କର୍ମଚାରୀମାନେ ଉପସ୍ଥିତ ଥିଲେ।ଏହି ପାଠ୍ୟକ୍ରମକୁ ଆରମ୍ଭ କରୀବା ମୁକ୍ତ ବିଶ୍ୱବିଦ୍ୟାଳୟର ଏକାଡେମିକ ଶିକ୍ଷକ ସହ ନିୟାଜନ ଦକ୍ଷତା ଓ ଡିଜିଟାଲ ପ୍ଳାଟ୍ ଫର୍ମ ପ୍ରତି ପ୍ରତିବଦ୍ଧତାକୁ ଦର୍ଶାଉଛି। ଦକ୍ଷତା କାର୍ଯ୍ୟକ୍ରମରେ ରାଜ୍ୟ ତଥା ଦେଶର ଇଂଜିନିୟରିଂ ଓ ଅଣ - ଇଂଜିନିୟରିଂ ଛାତ୍ର ଛାତ୍ରୀଙ୍କ ସକାଶେ ୧୦ଟି ବିଶେଷ ଦକ୍ଷତା ବିକାଶ ପାଠ୍ୟକ୍ରମ ରହିଛି। ସେଗୁଡିକ ମଧ୍ୟରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ସାଇବର ସିକ୍ୟୁରିଟି,ଡାଟା ଏନାଲିଟିକ୍ସ, ଡାଟା ସାଇନ୍ସ ଆଣ୍ଡ ମେସିନ୍ ଲର୍ଣ୍ଣୀ, ଡିଜିଟାଲ ମାର୍କେଟି, ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ,ପାଇଥନ୍ ପ୍ରୋଗ୍ରାମି, ସୋସିଆଲ ମିଡ଼ିଆ ମାର୍କେଟି ଓ ଓ୍ବେବ୍ ଟେକ୍ ନୋଲୋଜି ରହିଛି।ପ୍ରତି ପାଠ୍ୟକ୍ରମରେ ୩ଟି କ୍ରେଡିଟ୍ ସହ ୯୦ଘଣ୍ଟା ପାଠପଢ଼ା ରହିଅଛି।ଏହି ପାଠ୍ୟକ୍ରମ ଦକ୍ଷତା ଓ୍ବେବ୍ ପ୍ଳାଟ୍ ଫର୍ମ ଓ ଦକ୍ଷିତା ମୋବାଇଲ୍ ଆପରେ ଉପଲବ୍ଧ ହେବ ବୋଲି ସୁଚନା ମିଳିଛି।