ମୋ ବସ ଚଳାଚଳ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର
pragyansila bureau | 24 Jun 2025 | 4 min read | 8 views
ନିମାପଡ଼ା ( ପି.ଏନ. ଏସ ) : ପୁରୀ ଜିଲ୍ଲା ନିମାପଡ଼ା ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ଙ୍କ ଯାତାୟାତ ପାଇଁ,ମୋ ବସ ଚଳାଚଳ ଏବଂ ୭୦ %ଯାତ୍ରିଭଡା ରିହାତି ପାଇଁ ଉକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ଏକ ବର୍ଷ ହୋବ ସରକାରଙ୍କ ପାଖରେ ଦାବି କରି ଆସୁଥିଲା ବେଳେ ସରକାର ତାଙ୍କ ଦାବିକୁ ଅଣଦେଖା କରୁଥିବାରୁ।ଆଜି ଏ ଆଇ ଏସ ଏଫ ର ରାଜ୍ୟ ସଭାପତି ସଂଘମିତ୍ରା ଜେନା ଏବଂ ନିମାପଡ଼ା ଶାଖାର ଛାତ୍ର ନେତା ପପୁ ରାଉତ ଙ୍କ ନେତୃତ୍ୱରେ ମହାବିଦ୍ୟାଳୟ ସମସ୍ତ ଛାତ୍ରଛାତ୍ରୀ ଦୋଳବେଦୀ ଛକ ଠାରୁ ହାତରେ ଫ୍ଳାଗକାର୍ଡ ଧରି ଏକ ବିରାଟ ଶୋଭାଯାତ୍ରାରେ ଆସି ନିମାପଡ଼ା ବ୍ଳକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ, ଭୂବନେଶ୍ବର ରୁ କାକଟପୁର ଓ ନିମାପଡ଼ା ରୁ ବଳଙ୍ଗା ଦେଇ ପୁରୀକୁ ମୋ ବସ ଚଳାଚଳ ଏବଂ ସେଥିରେ ଛାତ୍ର ଛାତ୍ରୀ ଙ୍କ ପାଇଁ,70 %ଯାତ୍ରୀ ଭଡ଼ା ରିହାତି ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡ଼ିଓ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ |
