Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ପ୍ରଧାନଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ଭାବ ବିହ୍ୱଳ ହେଲା ସ୍କୁଲ୍ ପରିବେଶ

Bureau report | 06 Jun 2025 | 7 min read | 17 views

ଗୋପ ( ପି.ଏନ. ଏସ ) : ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ବେଦପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପଦ୍ମନାଭ ସେନାପତି ସରକାରୀ କର୍ମକ୍ଷେତ୍ରରୁ ଅବସର ନେଇଛନ୍ତି । ଏଥିପାଇଁ ତାଙ୍କ ସମ୍ମାନାର୍ଥେ ଆଜି ପୂର୍ବାହ୍ନରେ ଅବସରକାଳୀନ ବିଦାୟୀ ସମ୍ବର୍ଦ୍ଧନା ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡେପୁଟି କଣ୍ଟ୍ରୋଲର ମାଧ୍ୟମିକ ଶିକ୍ଷା ପରିଷଦ, କଟକ- ସୁଶୀଲ କୁମର ବ୍ରହ୍ମା , ମୁଖ୍ୟବକ୍ତା ଭାବେ ମଣ୍ଡଳ ଶିକ୍ଷାଅଧିକାରୀ ପ୍ରମୋଦ କୁମାର କର , ଅନ୍ୟତମ ବିଶିଷ୍ଟ ଅତିଥି ଙ୍କ ମଧ୍ୟ ରେ ଥିଲେ ଶ୍ରୀଯୁକ୍ତ ଧିରେନ ପଟନାୟକ ସଭାପତି ରାଜ୍ୟ ପ୍ରାଥମିକ ଶିକ୍ଷକ ୟୁନିଅନ l
ସମ୍ମାନୀୟ ଅତିଥିଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାକାରୀ ହିମାଂଶୁ ଭୂଷଣ ସମରଥ ,
ବିଶିଷ୍ଟ ଅତିଥି ଭାବେ ବେଦପୁର ସରପଞ୍ଚ ଜୟନ୍ତୀ ଜେନା , ରାଜ୍ୟ ଅବସରପ୍ରାପ୍ତ ଶିକ୍ଷକ ସଂଘ ଉପ-ସଭାପତି ସୁଶାନ୍ତ କୁମାର ନାୟକ ପ୍ରମୁଖ ଯୋଗ ଦେଇଥିଲେ । ଶିକ୍ଷା ଦାନ ସହ ଛାତ୍ର ଛାତ୍ରୀ ମାନଙ୍କୁ ସୁନ୍ଦର ଭାବେ ଗଢି ତୋଳିବା ଓ ବିଦ୍ୟାଳୟରେ ଶୈଖିକ ବାତାବରଣ ସୃଷ୍ଟି କରିବାରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପଦ୍ମନାଭ ସେନାପତିଙ୍କ ଅବଦାନ ଅତ୍ୟନ୍ତ ଅତୁଳନୀୟ ଓ ଆଦର୍ଶ । ତାଙ୍କର ଅବସର ଶିକ୍ଷା ପାଇଁ ଅପୂରଣୀୟ କ୍ଷତି ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବରେ କୁନା କୁନି ଛାତ୍ର ଛାତ୍ରୀ ମାନେ ଗୁରୁଜୀଙ୍କ ଆଦର୍ଶ କଥାକୁ ମନେ ପକାଇ ଭାବ ବିହ୍ବଳ ହୋଈ ପଡ଼ିଥିଲେ । ଯାହା ଫଳରେ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ କାନ୍ଦୁଥିବା ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମରେ ଗୋପ ଶିକ୍ଷକ ସମନ୍ୱୟ ସମିତି ର ସଂପାଦକ ଶ୍ରୀଯୁକ୍ତ ସରୋଜ କୁମାର ମିଶ୍ର ମଞ୍ଚ ପରିଚାଳନା କରୁଥିବା ବେଳେ କାର୍ଯ୍ୟକ୍ରମ ପରଚଳନା ରେ ସନ୍ତୋଷ କୁମାର ବିଶ୍ବାଳ, ସୁରଜିତ ସାହୁ , ଦିବାକର ପରିଡା, ବିଶ୍ୱରଂଜନ ମିଶ୍ର , ଅଜୟ ରଥ, ବିଭୁଦତ ନାୟକ, ସୁବାସିନୀ ମିଶ୍ର ସହଯୋଗ ପ୍ରଦାନ କରିଥିଲେ ।