Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ପୁରୀ ସମୁଦ୍ରକୂଳ ରାସ୍ତାର ବଳିଆପଣ୍ଡା ଅଞ୍ଚଳରେ ଭୂତ ଆତଙ୍କ ନେଇ ଗୁଜବ ।

pragyansila bureau | 28 Jul 2025 | 5 min read | 14 views

ପୁରୀ ( ପି.ଏନ. ଏସ ) : ପୁରୀ ସମୁଦ୍ରକୂଳ ରାସ୍ତାର ବଳିଆପଣ୍ଡା ଅଞ୍ଚଳରେ ଭୂତ ଆତଙ୍କ ନେଇ ଗୁଜବ । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ତେବେ ଏହା କେତେ ସତ୍ୟ ତାହା ଜଣାପଡ଼ିନାହିଁ । ସୂଚନା ମୁତାବକ, ସମୁଦ୍ରକୂଳ ରାସ୍ତାର ଏକ ତାରକା ହୋଟେଲ ନିକଟରେ ଶୁକ୍ରବାର ରାତିରେ କିଛି ଯୁବକ ଜନ୍ମଦିନ ପାଳନ କରି କେକ୍ କାଟୁଥିଲେ । ଏହି ସମୟରେ ହଠାତ୍ ଏକ ଝଙ୍କାଳିଆ ପବନ ଆସିଥିଲା ।
ଯାହା ପରେ ଜଣେ ଅଦୃଶ୍ୟ ମହିଳା ଗୋଡ଼ାଇ ଗୋଡ଼ାଇ ଯୁବକମାନଙ୍କୁ ଆକ୍ରମଣ କରିଥିଲା । ଆକ୍ରମଣରେ ଜଣେ ଯୁବକଙ୍କ ପିଠି ଓ ଅନ୍ୟ ସ୍ଥାନରେ ଗୁରୁତର ଆଘାତ ଲାଗିଛି । ସେପଟେ ଜନ୍ମଦିନର ଭିଡିଓ ଉଠାଉଥିବା ଜଣେ ବ୍ୟକ୍ତି ତାଙ୍କ ମୋବାଇଲ୍‌ରେ ଭୂତର ଛବି ଓ ତାହାର କରୁଣ କ୍ରନ୍ଦନକୁ କଏଦ କରିଥିବା ଦାବି କରିଛନ୍ତି । କିଛି ବର୍ଷ ତଳେ ଏଠାରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିଲା । ଏହି ଅତୃପ୍ତ ଆତ୍ମା ନିଜ ପ୍ରଭାବ ଏଠାରେ ଦେଖାଉଥିବା ଅଭିଯୋଗ ହୋଇଛି ।
କିଛି ଲୋକ ଏହାକୁ ବିଶ୍ଵାସ କରୁଥିବା ବେଳେ ଅନେକ ଅବିଶ୍ଵାସ କରୁଛନ୍ତି।
ଅବିଶ୍ଵାସ କରୁଥିବା ଲୋକେ ଏହା ଏକ ଷଡ଼ଯନ୍ତ୍ର ହୋଇପାରେ ବୋଲି ମତ ଦେଇଛନ୍ତି । ତେବେ ଏନେଇ ପୁଲିସ କିମ୍ବା ପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହିଁ |