ଗୋପରେ ନିଃସ୍ଵାର୍ଥ ପରିବାର ପକ୍ଷରୁ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ।
pragyansila bureau | 27 Jul 2025 | 5 min read | 10 views
ଗୋପ ( ପି.ଏନ. ଏସ ) : ସମଗ୍ର ଭାରତବର୍ଷରେ ମା ପାଇଁ ଗଛଟିଏ ଅଭିଯାନ ଜୋରଦାର ଭାବେ ଚାଲିଥିବା ବେଳେ ଆଜି ପୁରୀ ଜିଲ୍ଲା ଗୋପ ବ୍ଳକ ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ନିଃସ୍ଵାର୍ଥ ପରିବାର ଏଥିରେ ସାମିଲ ହୋଇଥିବା ଦେଖାଯାଇଛି । ଏହି ପରିପ୍ରେକ୍ଷୀରେ ପରିବାର ପକ୍ଷରୁ ଏକ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ଗୋପ କଲେଜର ଅବସର ପ୍ରାପ୍ତ ଅଧ୍ୟକ୍ଷ୍ୟ ତଥା ସଂଗଠନର ଉପଦେଷ୍ଟା ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ଖଟୋଇ, ବରିଷ୍ଠ ଶିକ୍ଷାବିତ୍ ସୌମେନ୍ଦ୍ର କୁମାର ସିଂ, ପରିବାରର ସଭାପତି ରନ୍ତାକର ସେଠି, ବରିଷ୍ଠ ସମାଜ ପ୍ରେମୀ ତାପସ କୁମାର ସାହୁ, ସକ୍ରିୟ ସଦସ୍ୟ ରନ୍ତାକର ବେହେରା ଙ୍କ ନେତୃତ୍ୱରେ ଗୋପ ଶ୍ରୀ ଶ୍ରୀ ଆଖଣ୍ଡଳେଶ୍ବର ମନ୍ଦିର ସାମ୍ନା ମୁଖ୍ୟ ରାସ୍ତାର ନଦୀବନ୍ଧ ପାର୍ଶ୍ଵରୁ ଗୋପ ଡାକବଙ୍ଗଳା ପର୍ଯ୍ୟନ୍ତ ପ୍ରାୟ ୫୦୦ ରୁ ଅଧିକ ବିଭିନ୍ନ ବୃକ୍ଷ ରୋପଣ କରାଯିବା ସହିତ ଏହାର ସୁରକ୍ଷା କବଚ ମଧ୍ୟ କରାଯାଇଥିବା ଦେଖାଯାଇଛି । ଏହି କାର୍ଯ୍ୟକ୍ରମରେ ନିଃସ୍ଵାର୍ଥ ପରିବାରର ସମସ୍ତ ସଭ୍ୟ ସାମିଲ ହୋଇଥିବା ବେଳେ ଆଗାମୀ ଦିନରେ ଗୋପ ବ୍ଳକର ବିଭିନ୍ନ ସ୍ଥାନରେ ଅନୁଷ୍ଠାନ ତରଫରୁ ବୃକ୍ଷ ରୋପଣ କରାଯିବ ବୋଲିି ସୂଚନା ମିଳିଛି |
