Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

କାକଟପୁରରେ ଅଖ ଚକ ସବୁ ବନ୍ଦ, ଶାନ୍ତିପୂର୍ଣ୍ଣ ଭାବେ କଂଗ୍ରେସର ବନ୍ଦ ଡାକରା ଓଡ଼ିଶାରେ ସଫଳ ।

pragyansila bureau | 19 Jul 2025 | 9 min read | 10 views

କାକଟପୁର ( ପି.ଏନ. ଏସ ) : ପୁରୀ ଜିଲ୍ଲା କାକଟପୁର ବ୍ଲକରେ ଫକୀର ମୋହନ କଲେଜ ଛାତ୍ରୀଙ୍କୁ ନ୍ୟାୟ ଦାବି । ରାଜ୍ୟବ୍ୟାପି ବନ୍ଦ ଡାକରା ଦେଇଛି କଂଗ୍ରେସ ସମେତ ୮ ବାମପନ୍ଥୀ ଦଳ । ଜରୁରୀକାଳୀନ ସେବାକୁ ଛାଡ଼ିଦେଲେ ସ୍କୁଲ କଲେଜ ଦୋକାନ ବଜାର ବନ୍ଦ ରଖିବାକୁ ଆହ୍ବାନ ଦେଇଛି କଂଗ୍ରେସ । ଏଫ ଏମ ଛାତ୍ରୀ ମୃତ୍ୟୁ ପ୍ରସଙ୍ଗ ନେଇ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ଶିକ୍ଷାମନ୍ତ୍ରୀ ଇସ୍ତଫା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛି କଂଗ୍ରେସ । ଏହି ପରିପ୍ରେକ୍ଷୀରେ ପୁରୀ ଜିଲ୍ଲା କାକଟପୁର ବ୍ଲକରେ କାକଟପୁର କଂଗ୍ରେସ ବିଧାୟକ ପ୍ରାର୍ଥୀ ବିଶ୍ଵଭୁଷଣ ଦାସଙ୍କ ନେତୃତ୍ବରେ କାକଟପୁରର ବିଭିନ୍ନ ସ୍ଥାନ ମାନଙ୍କରେ ଶତାଧିକ କଂଗ୍ରେସ କର୍ମୀ ରାସ୍ତା ଉପରେ ପତାକା ଓ ବ୍ୟାନର ସହ ବନ୍ଦ ସଫଳ ପାଇଁ ଆହ୍ବାନ କରିବା ସହ ଲୋକଙ୍କୁ ନିବେଦନ କରିଛନ୍ତି । ବିଭିନ୍ନ ଆଡୁ ଆସୁଥିବା ଲୋକଙ୍କୁ ଅଟକାଇ ବନ୍ଦ ସଫଳ ପାଇଁ ନିବେଦନ କରିବା ସହ ଲୋକଙ୍କୁ ବନ୍ଦରେ ସାମିଲ ହେବା ସହ ବନ୍ଦ ସଫଳ କରିବାକୁ ମଧ୍ୟ ନିବେଦନ କରୁଛନ୍ତି କଂଗ୍ରେସ କର୍ମୀ । ଶତାଧିକ କଂଗ୍ରେସ କର୍ମୀ ଏକଜୁଟ ହୋଇ ସରକାରୀ ବିରୋଧି ନାରାବାଜି ସହ ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି । ଏପରିକି ସରକାର ସହାୟତା ତଥା ସୁରକ୍ଷା ମାଗି ନାରିକୁ ସୁରକ୍ଷା ଦେବାରେ ବିଫଳ ହୋଇଥିବା ଦର୍ଶାଇ ଦୁଇ ଜଣଙ୍କ ଇସ୍ତଫା ଦାବିରେ ଅଡ଼ି ବସିବା ସହ ଜନସାଧାରଣଙ୍କୁ ଏହାକୁ ସମର୍ଥନ କରିବାକୁ ମଧ୍ୟ ଆହ୍ବାନ ଦେଇଛନ୍ତି । ସକାଳ ପ୍ରାୟ ୬ ଟା ସମୟରୁ କାକଟପୁର ର ବ୍ଲକ ଛକ, କାକଟପୁର କଲେଜ ଛକ, ମେଡିକାଲ ଛକ, ମୁଖ୍ୟ ବଜାର ଆଦି ସ୍ଥାନରେ କଂଗ୍ରେସ କର୍ମୀମାନେ ରାସ୍ତା ଉପରେ ପତାକା ଓ ବ୍ୟାନର ଧରି ସରକାରୀ ବିରୋଧି ନାରାବାଜି ର ସ୍ଲୋଗାନ ଦେବା ସହ ଅତ୍ୟାବଶ୍ୟକ ସେବାକୁ ଛାଡି ଦେଲେ ସମସ୍ତ ଗାଡିମଟର ,ଦୋକାନ ବଜାର, ସ୍କୁଲ, କଲେଜ, ବ୍ଲକ, ତହସିଲ ଅଫିସ ସହ ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନକୁ ବନ୍ଦ କରିଛନ୍ତି । ଏହି ବନ୍ଦ ଡାକରାକୁ କାକଟପୁର କଂଗ୍ରେସର ବ୍ଲକ ସଂଯୋଜକ ଯଶୋବନ୍ତ ନାରାୟଣ ମହାନ୍ତି, ଜିଲ୍ଲା ଅଧ୍ୟକ୍ଷ ସଂଖ୍ୟାଲଘୁ ବିଭାଗ, ପୁରୀର ଅତୁବୁର ରେହେମାନ, ପୂର୍ବତନ ବ୍ଲକ ସଭାପତି ଅବଧୂତ ମଲ୍ଲିକ, ରାଜ୍ୟ କଂଗ୍ରେସ କମିଟି ସଭ୍ୟ ବିପିନ୍ ବିହାରୀ ମହାନ୍ତି, ସୌମ୍ୟକାନ୍ତ ଖୁଣ୍ଟିଆ, ଏନାମୁଲ ମଲ୍ଲିକ, ଫିଲୁ ଦୀକ୍ଷିତ, ମିଳିତ ମଞ୍ଚର ସଂଯୋଜକ ବିପିନ ରାଉତ, ସିପିଆଇ ଜୋନ୍ ସମ୍ପାଦକ ସୁରେଶ ଚନ୍ଦ୍ର ବିଶ୍ୱାଳ, ଗୋଲେଖ ଚନ୍ଦ୍ର ନାୟକ,ସରୋଜ ବିଶ୍ୱାଳ,ବିଷ୍ଣୁଚରଣ ନାୟକ,ନରେନ୍ଦ୍ର ଦାଶଙ୍କ ସମେତ ଶତାଧିକ କର୍ମୀ ଯୋଗଦେଇଛନ୍ତି |