ଜଳ ନିଷ୍କାସନ ନହେବାରୁ ଗାଁ ଦାଣ୍ଡରେ ବାଡ ଦେଇ ରାସ୍ତା ଅବରୋଧ କଲେ ମହିଳା
pragyansila bureau | 11 Jul 2025 | 6 min read | 7 views
ବାରୁଅ ( ପି.ଏନ. ଏସ ) : ଗାଁ ଦାଣ୍ଡକୁ ବାଡ଼ ଦେଇ ରାସ୍ତା ଅବରୋଧ କଲେ କେନ୍ଦ୍ରାପଡ଼ା ତହସିଲ ଓ ନିକିରାଇ ଥାନା ଅଧୀନରେ ଥିବା ବାରୁଅ ଗାଁ ଢିଅସାହିର ମହିଳା l ଦୀର୍ଘ 6 ବର୍ଷ ହେଲା ଏହି ସାହିର ପ୍ରାୟ 500 ରୁ ଉର୍ଦ୍ଧ ଲୋକ ବର୍ଷା ପାଣିରେ ଯାତାୟାତ କରୁଛନ୍ତି l ବାରୁଅ ଢିଅସାହିର ଯୌନିକ ବ୍ୟକ୍ତି ସରକାର ଜାଗା ଜବର ଦଖଲ କରିବାରୁ ଗାଁ ଦାଣ୍ଡ ରେ ଯାଉଥିବା ବର୍ଷା ପାଣି ନିଷ୍କାସନ ହୋଇପାରୁନାହିଁ ଯାହା ଫଳରେ ଦାଣ୍ଡରେ ଆଣ୍ଠୁଏ ଆଣ୍ଠୁଏ ପାଣି ମାସ ମାସ ଜମାହୋଇ ରହିଥିବାରୁ ସେହି ପାଣିରେ ବିଭିନ୍ନ ପୋକ, ଜୋକ ହେଉଛନ୍ତି ଏମିତିକି କିଛି ଲୋକଙ୍କ ଘରେ ପାଣି ପଶି ମାଟିକାନ୍ଥ ପଡିଯାଇଥିବା ଅଭିଯୋଗ ଆଣିଛନ୍ତି ମହିଳା , ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ବିଫଳ ହେବା ପରେ ସେହି ସାହିରେ ଥିବା ଠାକୁରାଣୀ ମନ୍ଦିର ସମୁଖରେ ଧାରଣାରେ ବସିଛନ୍ତି ବାରୁଅ ଗାଁ ମହିଳାମାନେ l ଆହୁରି ମଧ୍ୟ ବାରୁଅ ପଞ୍ଚାୟତ ର ସରପଞ୍ଚ ଆମକୁ ଭୁଆଁ ବୁଲାଉଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ମହିଳାମାନେ l ଏହି ଖବର ବାରମ୍ବାର ଗଣମାଧ୍ୟମରେ ପ୍ରସାରଣ ହେଉଥିଲେ ମଧ୍ୟ ପ୍ରଶାସନ ର ନିଦ ଭାଙ୍ଗୁନି , ତେବେ ଆଜି ମହିଳା ମାନେ ଧାରଣା ଦେଇଥିବା ସମୟରେ 108 ଆମ୍ବଳାନ୍ସ ଆସି ସେହି ସାହିରୁ ଜଣେ ହଇଜା ରେ ଆକ୍ରାନ୍ତ ରୋଗୀକୁ ଡାକ୍ତରଖାନା କୁ ନେଉଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି l ତେବେ ଗାଁ ଦାଣ୍ଡରେ ଜମି ରହିଥିବା ଏହି ଅପରିଷ୍କାର ପାଣି ପାଇଁ ଗାଁ ଲୋକେ ହଇଜା ରେ ଆକ୍ରାନ୍ତ ହୋଇଥିବା କୁହାଯାଉଛି l ତେବେ ଏହି ଖବର ପ୍ରସାରଣ ହେବା ପରେ ପ୍ରଶାସନ କି ପଦକ୍ଷେପ ନେଉଛି ତାହା ଉପରେ ସମସ୍ତଙ୍କ ନଜର l
