Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ବଜ୍ରକାପ୍ତା କାତି ଡିଲ୍ ବେଳେ ମାଡି ବସିଲା ବନବିଭାଗ ।

pragyansila bureau | 23 Jan 2026 | 6 min read | 7 views

ରାଜନଗର ( ପି.ଏନ. ଏସ ) : ରାଜନଗର ବନବିଭାଗ ଟିମ୍ ଡିଲ ବେଳେ ବଜ୍ରକାପ୍ତା କାତି ଜବତ କରିବା ସହିତ 3 ଜଣଙ୍କୁ ଗିରଫ କରିଛି । ପଟ୍ଟାମୁଣ୍ଡାଇ ରୁ ତିନି ଜଣ ଙ୍କୁ ଉଠାଇ ଆଣି ରାଜନଗର ରେଞ୍ଜ ଅଫିସ ରେ ପଚରା ଉଚରା କରୁଥିବା ବେଳେ ହଠାତ ପଟ୍ଟାମୁଣ୍ଡାଇ ଆଇଆଇସି ଆସି ପହଂଚି ବନବିଭାଗ କର୍ମଚାରୀ ଙ୍କୁ ଗାଳି ଗୁଲଜ କରିଥିବା ଅଭିଯୋଗ ହୋଇଛି l ଏମିତି କି ଅଭିଯୁକ୍ତ ଙ୍କ ଆଗରେ ବନ ବିଭାଗ ଅଫିସର ଙ୍କୁ ଅପମାନିତ ହେବାକୁ ପଡିଥିବା ଜଣାପଡିଛି l ଏ ନେଇ ଖୋଦ ବନ ଖଣ୍ଡ ଅଧିକାରୀ କେନ୍ଦ୍ରାପଡ଼ା ଏସ ପି ଙ୍କୁ ଆଇଆଇସି ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି l ଅନ୍ୟ ପଟେ ପୋଲିସ ର ପ୍ରତିକ୍ରିୟା ମିଳି ପାରିନାହିଁ l ସୂଚନା ମୁତାବକ ବନବିଭାଗ ଓ ଏସଟିଏଫ ଟିମ୍ ମିଳିତ ଭାବେ ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ନୀଳକଣ୍ଠପୁର ଗାଁରେ ଚଢ଼ାଉ କରି ବଜ୍ରକାପ୍ତା କାତି 14 ଟି ସହିତ 3 ଜଣଙ୍କୁ ଗିରଫ କରିଛନ୍ତି । 14 ଟି କାତି ପାଇଁ ଲକ୍ଷାଧିକ ଟଙ୍କା ର ଡିଲ୍ କରାଯାଉଥିଲା । ବନବିଭାଗର କର୍ମଚାରୀ ଗ୍ରାହକ ସାଜି ନେବାକୁ ପହଂଚିଥିବା ବେଳେ ପୂର୍ବରୁ ପ୍ରସ୍ତୁତ ଥିବା ଟିମ୍ 3 ଜଣଙ୍କୁ ମାଡି ବସିବା ସହିତ ବଜ୍ରକାପ୍ତା କାତି ଜବତ କରିଛି । ଏହାସହ ଦୁଇଟି ବାଇକ, ତିନୋଟି ମୋବାଇଲ ମଧ୍ୟ ଜବତ କରିଛି ବନବିଭାଗ । ତେବେ ଆସାମୀ ମାନଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ବନବିଭାଗ ସୂଚନା ଦେଇଛି । ଅନ୍ୟପଟେ ଭିତରକନିକା ଓ ସ୍ଥାନୀୟ ଜଙ୍ଗଲ ରେ ବଜ୍ରକାପ୍ତା ଦେଖାଯାନ୍ତି ନାହିଁ ତେବେ ଏଥିରେ ଆନ୍ତରାଜ୍ୟ ଲୁଟେରା ଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି ।
ରିପୋର୍ଟ - ହରେକୃଷ୍ଣ ବେହେରା