Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ନାବାଳିକା ଛାତ୍ରୀଙ୍କୁ ଟ୍ୟୁସନ ଶିକ୍ଷକଙ୍କ ଧମକ, ଶୁଣିଲାନି ପୋଲିସ ଏସପିଙ୍କ ଦ୍ୱାରସ୍ଥ ହେଲେ ଛାତ୍ରୀ ଓ ପରିବାର ।

pragyansila bureau | 31 Aug 2025 | 7 min read | 15 views

ମହାକାଳପଡ଼ା ( ପି.ଏନ. ଏସ ) : ନାବାଳିକା ଛାତ୍ରୀକୁ ଟଣାଘୋଷରା କଲେ ଟ୍ୟୁସନ ସାର, ସମ୍ପର୍କ ନରଖିଲେ ଫଟୋ ଭାଇରାଲ କରିବାକୁ ଦେଲେ ଧମକ, ଶୁଣିଲାନି ଥାନା ଏସପିଙ୍କ ଦ୍ୱାରସ୍ଥ ହେଲେ ନାବାଳିକା ଓ ପରିବାର । ମହାକାଳପଡ଼ା ତନ୍ତିଆପାଳ ମେରାଇନ। ଥାନା ଅଞ୍ଚଳରେ ଜଣେ ନାବାଳିକା ଛାତ୍ରୀକୁ ଟ୍ୟୁସନ ଶିକ୍ଷକ ଫଟୋ ଭାଇରାଲ କରିବା ସହ ଅପହରଣ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି l ଗତ ୨ ବର୍ଷ ଧରି ଟ୍ୟୁସନ ଶିକ୍ଷକ ତାପସ ବେରି ନାବାଳିକାଙ୍କୁ ନାନା ପ୍ରକାର ନିର୍ଯ୍ୟାତନା ଦେଉଥିବା ସେ ଅଭିଯୋଗ କରିଛନ୍ତି l ତେବେ ଥାନାରେ ଅଭିଯୋଗ ପରେ ନ୍ୟାୟ ନପାଇ ପୀଡିତା ଛାତ୍ରୀ ଓ ତାଙ୍କ ପରିବାର ଆଜି କେନ୍ଦ୍ରାପଡା ଏସ୍ପିଙ୍କ ଦ୍ୱାରସ୍ଥ ହୋଇଥିଲେ l ଅଭିଯୋଗ ଅନୁଯାୟୀ ଗତ ୨୦୨୩ ମସିହାରେ ଛାତ୍ରୀ ଜଣଙ୍କ ନବମ ଶ୍ରେଣୀରେ ପଢୁଥିବା ବେଳେ ତାପସ ବେରି ତାଙ୍କୁ ଟିଉସନ୍ କରୁଥିଲେ l ଛାତ୍ରୀଙ୍କ ବାପା ମା ଘରେ ନଥିବାବେଳେ ତାପସ ଛାତ୍ରୀ ଙ୍କ ଘରକୁ ଆସି ତାଙ୍କ ସହ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରି ତାର ଫଟୋ ଉଠାଇଥିଲେ l ଏ କଥା ଜାଣିବା ପରେ ଛାତ୍ରୀଙ୍କ ପରିବାର ତାଙ୍କୁ ଆଉ ଟିଉସନ୍ ପଠାଇ ନଥିଲେ l ଏବେ ଛାତ୍ରୀ ଜଣକ ଜିଲ୍ଲା ବାହାରେ ଏକ କଲେଜ ରେ ଯୁକ୍ତଦୁଇ ପ୍ରଥମ ବର୍ଷରେ ପାଠ ପଢୁଛନ୍ତି l ନିକଟରେ ଟିଉସନ୍ ଶିକ୍ଷକ ତାପସ ବେରି ଛାତ୍ରୀ ଙ୍କୁ ଫୋନ ରେ ନାନା ପ୍ରକାର ଅଶ୍ଳୀଳ ମେସେଜ୍ କରିବା ସହ ତାଙ୍କ ଫଟୋ ଭାଇରାଲ କରିଦେବାକୁ ଧମକ ଦେଉଛନ୍ତି l ଏମିତିକି ଗତ ଅଗଷ୍ଟ ୧୫ ତାରିଖ ଦିନ ତାପସ ଏକ କାର ଯୋଗେ ଛାତ୍ରୀଙ୍କୁ ଅପହରଣ କରିବା ପାଇଁ ଉଦ୍ୟମ କରିଥିବା ଛାତ୍ରୀଙ୍କ ପରିବାର ଅଭିଯୋଗ କରିଛନ୍ତି l ପୋଲିସ ର ନିଷ୍କ୍ରିୟତା ଓ ଅଭିଯୋଗ କାରିଣୀ ଙ୍କୁ ଡକାଇ ଏତଲା ବଦଳାଇବା ଘଟଣାର ପ୍ରତିବାଦ କରିବା ସହ ଅଭିଯୁକ୍ତ ଟିଉସନ୍ ଶିକ୍ଷକ ଙ୍କୁ ଗିରଫ କରିବା ପାଇଁ ପୀଡ଼ିତାଙ୍କ ପରିବାର ଏସ୍ପି ଙ୍କୁ ନିବେଦନ କରିଛନ୍ତି l