ସ୍ମଶାନ ରୁ ଥାନାକୁ ଆସିଲା ମହିଳାଙ୍କ ଶବ ।
pragyansila bureau | 03 Sep 2025 | 8 min read | 14 views
ରାଜନଗର ( ପି.ଏନ. ଏସ ) : ରାଜନଗର ରେ ଘଟିଲା ଅଭାବନୀୟ ଘଟଣା, ମଶାଣି ରୁ ଶବ ଜବତ କଲା ପୋଲିସ । ପ୍ରଥମେ ଶବକୁ ରାସ୍ତା ଉପରେ ଏକ ଘଣ୍ଟା ଅଟକ ରଖିଲା ପୋଲିସ । ଶବ ସତ୍କାର ହେବାକୁ କାନ୍ଧରେ ମଶାଣିକୁ ଯାଉଥିବା ବେଳେ ରାଜନଗର ପୋଲିସ ଅଟକାଇଥିଲା । ଦୀର୍ଘ ଏକ ଘଣ୍ଟା ରୁ ଉର୍ଦ୍ଧ ସମୟ ଧରି ଶବ କାନ୍ଧରେ ଥିବା ଅବସ୍ଥା ରେ ଥାନା ସମୁଖରେ ଅଟକି ରହିଥିଲା । ପୋଲିସ ଶବ ଅଟକାଇବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପତିକ୍ରିୟା ପ୍ରକାଶ ପାଇବା ପରେ ଶବକୁ ଛାଡିଥିଲା ପୋଲିସ । ସତ୍କାର ପାଇଁ ଶବ ମଶାଣିରେ ପହଞ୍ଚିବା ପରେ ମଶାଣିରୁ ଶବ ଜବତ କରିଛି ରାଜନଗର ପୋଲିସ ଏବଂ ଶବ ଵେବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଗାଁର ଦୀପକ ପରିଡାଙ୍କ ସ୍ତ୍ରୀ ସୁଭଦ୍ରା ଗର୍ଭବତୀ ଥିଲେ । ଛ ଦିନ ତଳେ ପରିବାର ଲୋକେ ରାଜନଗର ମେଡିକାଲ ନେଇଥିଲେ । ସୁଭଦ୍ରାଙ୍କ ସ୍ୱାସ୍ଥ୍ୟ ଗୁରୁତର ହେବାରୁ ତାଙ୍କୁ ସେଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରେ କଟକ ବଡ ମେଡିକାଲକୁ ନିଆଯାଇଥିଲା । ଶନିବାର ରାତିରେ ତାଙ୍କର ମୃତ ଶିଶୁ ଜନ୍ମ ହେବା ପରେ ଶୁଭଦ୍ରାଙ୍କୁ ଆଇସିୟୁ କୁ ନିଆଯାଇଥିଲା । ଗତକାଲି ଦିନ ପ୍ରାୟ ୧ ଘଟିକା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହା ପରେ ଶୁଭଦ୍ରାଙ୍କ ମର ଶରୀରକୁ ରାଜନଗର ଅଣାଯାଇଥିଲା । ବନ୍ଧୁ ପରିଜନ ଆସିବା ପରେ ଶବ ସତ୍କାର ପାଇଁ ଶାଶୁଘର ଲୋକେ ରାଜନଗର ମଶାଣିକୁ ନେଉଥିବା ବେଳେ ରାଜନଗର ପୋଲିସ ସୁଭଦ୍ରା ଙ୍କ ବାପଘର ଲୋକଙ୍କ ଏତଲା କୁ ଭିତ୍ତି କରି ରାଜନଗର ପୋଲିସ ଆକ୍ସନମୁଡ୍ କୁ ଆସିଥିଲା l ସୁଭଦ୍ରା ଙ୍କ ବାପଘର ଲୋକଙ୍କ ଅଭିଯୋଗ ଅନୁଯାୟୀ ସେମାନେ ତାଙ୍କ ଝିଅକୁ ଯୌତୁକ ନିର୍ଯ୍ୟାତନା ଦେଇଥିଲେ ଓ ଶଶୁରଙ୍କ ଗୋଇଠା ମାଡ଼ରେ ଆଜି ସୁଭଦ୍ରା ମୃତୁ ବରଣ କରିଥିବା ଅଭିଯୋଗ ପାଇ ଥାନା ରାସ୍ତା ଦେଇ ଶବ ସତ୍କାର ପାଇଁ ଯାଉଥିବା ବେଳେ ପୋଲିସ ଶବ ଅଟକାଇଥିଲା । ଦୀର୍ଘ ଏକ ଘଣ୍ଟା ରୁ ଉର୍ଦ୍ଧ ସମୟ ଶବକୁ କାନ୍ଧରେ ଧରି ବନ୍ଧୁ ପରିଜନ ଥାନା ଆଗରେ ଛିଡା ହୋଇ ରହିଥିଲେ ପରେ ପୋଲିସ ଛାଡି ଦେଇଥିଲା । ମୃତ ମହିଳା ଙ୍କ ପରିବାର ଲୋକେ ଥାନାରେ ହତ୍ୟା ଅଭିଯୋଗ କରିବା ପରେ ମଶାଣି ରୁ ଶବ ଜବତ କରିଛି ପୋଲିସ ।
