ଦିଅର ଭାଉଜ ଅନୈତିକ ସମ୍ପର୍କ ଓ ଯୌତୁକକୁ ନେଇ ବଧୂ ହତ୍ୟା ଅଭିଯୋଗ ।
pragyansila bureau | 05 Oct 2025 | 6 min read | 14 views
ରାଜନଗର ( ପି.ଏନ. ଏସ ) : ରାଜନଗର ବ୍ଲକ ପେଣ୍ଠ ପ୍ରସନ୍ନପୁର ଗାଁରେ ଅଭାବନୀୟ ଘଟଣା । ଦିଅର ଭାଉଜର ଅନୈତିକ ସମ୍ପର୍କ ବାହାରକୁ ଆସିବା ଭୟରେ ଶାଶୁ ଘର ଲୋକେ ବଧୂ ହତ୍ୟା କରିଥିବା ଅଭିଯୋଗ । ସୂଚନା ମୁତାବକ ଗତ ଜୁନ ମାସ ୧୮ ତାରିଖରେ ରାଜନଗର ବ୍ଲକ କଣି ଗ୍ରାମର ଗୋବର୍ଦ୍ଧନ ପରିଡା ନିଜ ବଡ଼ ଝିଅ ଗାୟତ୍ରୀ ପରିଡା ଙ୍କୁ ପେଣ୍ଠ ପ୍ରସନ୍ନପୁର ଗାଁର ଅଜୟ ପଲାଇ ଙ୍କ ସାନ ପୁଅ ଶିଶିର ପଲାଇ ଙ୍କ ସହିତ ବିବାହ ଦେଇଥିଲେ, ବିବାହ ପରେ ଗାୟତ୍ରୀ ପରିଡାଙ୍କୁ ଅଧିକ ଯୌତୁକ ପାଇଁ ସ୍ୱାମୀ ଶିଶିର ପଲାଇ ଓ ଶାଶୁ ଘର ଲୋକେ ଅକଥନୀୟ ନିର୍ଯ୍ୟାତନା ଦେଇଆସୁଥିଲେ,ଏହାକୁ ସହି ଗାୟତ୍ରୀ ପରିଡା ଶାଶୁ ଘରେ ରହି ଆସୁଥିଲେ ମାତ୍ର ଦୁଃଖର କଥା ଶିଶିର ପଲାଇ ନିଜ ଭାଉଜ ସହିତ ଅନୈତିକ ସମ୍ପର୍କ ରଖିଥିବାରୁ ଏ ଘଟଣା ସମ୍ପର୍କରେ ଗାୟତ୍ରୀ ଜାଣିବାକୁ ପାଇଥିଲେ, କାଳେ ଏହି ଘଟଣା ବାହାରକୁ ଆସିଯିବା ଭୟରେ ଆଜି ସକାଳୁ ସକାଳୁ ଶାଶୁ ଘର ଲୋକେ ବୋହୁ ଗାୟତ୍ରୀ ପରିଡା ଙ୍କୁ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ଗାୟତ୍ରୀ ଙ୍କ ବାପା ଗୋବର୍ଦ୍ଧନ ପରିଡା, ଅନ୍ୟ ପକ୍ଷେ ଘଟଣା ଥାନା କୁ ନ ଯିବା ପାଇଁ ମୃତ ଗାୟତ୍ରୀ ଙ୍କ ଶାଶୁ ଘର ଲୋକେ ବାପ ଘର ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଛନ୍ତି କିନ୍ତୁ ଏପର୍ଯ୍ୟନ୍ତ ରାଜନଗର ଥାନାରେ ଏନେଇ କୌଣସି ଅଭିଯୋଗ ହୋଇନାହିଁ । ଅନ୍ୟ ପକ୍ଷରେ ଏହି ଘଟଣା ରେ ଉଭୟ ପକ୍ଷ ଙ୍କୁ ଆପୋଷ ବୁଝାବୁଣା କରାଇଦେବା ପାଇଁ ସେହି ଅଞ୍ଚଳର କିଛି ଭଦ୍ରଲୋକ ପ୍ରୟାସ ଜାରି ରଖିଥିବା ବେଳେ ପୀଡିତା ଙ୍କ ପରିବାର ନାରାଜ ଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି l
