Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

୧୧ ଦଫା ଦାବୀକୁ ନେଇ କେନ୍ଦ୍ରାପଡ଼ାରେ ରାସ୍ତାରୋକ

pragyansila bureau | 08 Jul 2025 | 4 min read | 6 views

କେନ୍ଦ୍ରାପଡ଼ା ( ପି.ଏନ. ଏସ ) : 11ଦଫା ଦାବି ପୂରଣ ନେଇ ଓଡିଶା ଡ୍ରାଇଭର୍ ମହାସଂଘ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାରେ ରାସ୍ତାରୋକ ଆରମ୍ଭ ହୋଇଛି।କେନ୍ଦ୍ରାପଡା ସହର ଉପକଣ୍ଠ ଦୁହୁରିଆ ଠାରେ ଡ୍ରାଇଭର ମାନଙ୍କ ପକ୍ଷରୁ କଟକ ଚାନ୍ଦବାଲି ରାଜ୍ଯ ରାଜପଥ ଓ ଦୈତାରୀ ପାରାଦୀପ ଜାତୀୟ ରାଜପଥ କୁ ଅବରୋଧ କରାଯାଇଛି। ସଂଘର ହଜାର ହଜାର ସଦସ୍ୟ ରାସ୍ତା ଉପରେ ବସି ରହି ନାରାବାଜି କରିବା ସହ ନିଜର ଦାବି ପୂରଣ ନେଇ ସ୍ଲୋଗାନ୍ ଦେଉଛନ୍ତି। ଆଜି ରାଜ୍ୟବ୍ୟାପୀ ଧର୍ମଘଟ ଡାକରା ଦିଆଯିବା ପରିପ୍ରେକ୍ଷୀରେ କେନ୍ଦ୍ରାପଡା ର 10 ଗୋଟି ଡ୍ରାଇଭର ସଂଘର ହଜାର ହଜାର କର୍ମକର୍ତା ଆନ୍ଦୋଳନକୁ ଓହ୍ଲାଇଛନ୍ତି l ସୂଚନା ଯୋଗ୍ୟ ଯେ ପୂର୍ବରୁ 2021 ମସିହାରେ ସଂଘ ପକ୍ଷରୁ ରାଜ୍ୟସରକାରଙ୍କ ନିକଟରେ ଦାବି ଉପସ୍ଥାପନା ହୋଇ ଆସୁଥିଲେ ମଧ୍ୟ ପୂର୍ବ ସରକାର ଗୋଟିଏ ମାତ୍ର ଦାବି ପୂରଣ କରି ଡ୍ରାଇଭରଙ୍କ ଅନ୍ୟ ସବୁ ଦାବିକୁ ଅଣଦେଖା କରିଥିଲେ। ଏବେ ସରକାର ବଦଳିବା ପରେ ନୁଆ ସରକାର ସେମାନଙ୍କ ଅନ୍ୟ ସବୁ ଦାବି ପ୍ରତି ଗୁରୁତ୍ୱ ଦେବେ ବୋଲି ସେମାନେ ଆଶାବ୍ୟକ୍ତ କରିଛନ୍ତି।