ତୁଳସୀକ୍ଷେତ୍ରରେ ରୂପା ଅଳଙ୍କାର ରେ ରଘୁନାଥ ବେଶରେ ସଜେଇ ହୁଅନ୍ତି ଶ୍ରୀଜୀଉ
pragyansila bureau | 08 Jul 2025 | 13 min read | 7 views
କେନ୍ଦ୍ରାପଡ଼ା ( ପି.ଏନ. ଏସ ) : ରଥାରୂଢ ଶ୍ରୀଜୀଉଙ୍କର ରଥ ମନ୍ଦିର ଚକଡ଼ା ଲାଗିବା ପରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ହୋଇଥାଏ ସୁନାବେଶ।ସୁନାରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦିଅନ୍ତି କଳା ସାଆନ୍ତ।ତେବେ ତୁଳସୀକ୍ଷେତ୍ରର ପରମ୍ପରା ସମ୍ପୂର୍ଣ୍ଣ ନିଆରା।ଏଠାରେ ଶ୍ରୀଜୀଉ ମାନଙ୍କୁ ରୁପା ବେଶ କରାଯାଇଥାଏ।ଏହି ବେଶକୁ ରଘୁନାଥ ବେଶ କୁହାଯାଏ।
ରଘୁନାଥ ବେଶ ବା ରାମ ବେଶ, ଏହି ବେଶରେ ମହାପ୍ରଭୁ ବଳଦେବଜୀଉଙ୍କ ହାତରେ ରହିଥାଏ ଧନୁଶର।ଐତିହାସିକ କିମ୍ବଦନ୍ତୀ ଅନୁଯାୟୀ,"ତ୍ରେତୟା ଯୁଗରେ ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ରଙ୍କୁ ବିଭୀଷଣ ସରଜୁ ନଦୀରେ ଲୀନ ହେବା ଆଗରୁ କଳିଯୁଗରେ ସେହି ରାମ ଅବତାରରେ ଦର୍ଶନ କରିବା ପାଇଁ ଅନୁରୋଧ କରିଥିଲେ।ଏହି ସମୟରେ ପ୍ରଭୁ ରାମଚନ୍ଦ୍ର କଳିଯୁଗରେ ସେ ଜଗନ୍ନାଥ ରୂପରେ ରଥଯାତ୍ରାରେ ଦର୍ଶନ ଦେବେ ଓ ସାନଭାଇ ଲକ୍ଷ୍ମଣ ବଡଭାଇ ବଳଭଦ୍ର ରୂପରେ ରହି କେବଳ ବିଭୀଷଣଙ୍କ ପାଇଁ ରଘୁନାଥ ବେଶରେ ଦର୍ଶନ ଦେବେ ବୋଲି କହିଥିଲେ।ରଥରେ ପଞ୍ଚ ସେନାପତି ହନୁମାନ,ନଳ,ନୀଳ,ସୁସେଣ ଓ ଜାମ୍ବବାନ ମଧ୍ୟ ରହିଥିବେ ବୋଲି କହିଥିଲେ।"ତଦନୁଯାୟୀ ତୁଳସୀକ୍ଷେତ୍ରରେ ନୀଳାଦ୍ରି ବିଜେ ଦିନ ଅପରାହ୍ନ ସମୟରୁ ଶ୍ରୀଜୀଉ ମାନଙ୍କର ରଘୁନାଥ ବେଶ ଅନୁଷ୍ଠିତ ହୋଇଥାଏ।ଅପରାହ୍ନରେ ମା'ଲକ୍ଷ୍ମୀ ସାଆନ୍ତାଣୀ ରଥକୁ ଆସି ବଳଦେବଜୀଉଙ୍କୁ ମନ୍ଦିରକୁ ଆସିବା ପାଇଁ ଅନୁରୋଧ କରି ଫେରିଯିବା ପରେ ସନ୍ଧ୍ୟାରେ "ବିଭୀଷଣ ଆଳତି" ଅନୁଷ୍ଠିତ ହୋଇଥାଏ ବୋଲି କହିଛନ୍ତି ବରିଷ୍ଠ ମହାଜନ ପାଣିଗ୍ରାହୀ ବା ବିଜେପଣ୍ଡା ସେବାୟତ |
ସୁନାବେଶ ଭଳି ପରମ୍ପରା କେନ୍ଦ୍ରାପଡା ଜିଲ୍ଲାରେ ନଥିବାରୁ ହଳାୟୁଧଙ୍କ ନିକଟରେ ହୋଇଥାଏ ଚାନ୍ଦି ବା ରୂପାବେଶ।ଆଜି ଅପରାହ୍ନରେ ଏହି ରୂପାରେ ବେଶ ହେବାକୁ ଥିବା ବେଳେ ଏଥିରେ ଶ୍ରୀଜୀଉ ମାନଙ୍କର ହାତ, ଗୋଡ଼, ବାହୁଟି, ମଣ୍ଡଳ ଇତ୍ୟାଦି କରାଯାଇ ବେଶ କରାଯାଏ।ଏହି ଚାନ୍ଦିବେଶ ସମ୍ପୂର୍ଣ୍ଣ ଯଜମାନ ଖଞ୍ଜା ବେଶ ବୋଲି କହିଛନ୍ତି ପୂଜାପଣ୍ଡା ସେବାୟତ ଜ୍ୟୋତିରଞ୍ଜନ ପତ୍ରୀ। ମହାପ୍ରଭୁଙ୍କ ଦୁର୍ଲ୍ଲଭ "ରଘୁନାଥ ବେଶ" ଦେଖିବା ପାଇଁ ଚାତକ ନୟନରେ ଚାହିଁ ରହିଥାନ୍ତି ଭକ୍ତ।ଶ୍ରୀକ୍ଷେତ୍ର ପୁରୀ ଭଳି ତୁଳସୀକ୍ଷେତ୍ର କେନ୍ଦ୍ରାପଡାରେ ସୁନାବେଶ ହୁଏନାହିଁ।ବହୁ ପୁର୍ବରୁ ଏହି ବେଶ ହେଉଥିବା ଇତିହାସ କହୁଥିଲେ ମଧ୍ୟ ଇଚ୍ଛାପୁରରେ ଅଧିଷ୍ଠିତ ହେବା ଦିନ ଠାରୁ ଠାକୁରଙ୍କର କେବେ ସୁନାବେଶ ହୋଇନଥିବା କୁହନ୍ତି ସେବାୟତ।ଏଠାରେ ଶ୍ରୀଜୀଉମାନଙ୍କର ରଘୁନାଥ ବେଶ ଅନୁଷ୍ଠିତ ହୋଇଥାଏ।ପୂର୍ବରୁ ସୋଲ ଏବଂ ଫୁଲରେ ମହାପ୍ରଭୁଙ୍କ ହାତ,ବାହୁ,ପାଦ,ମଥାମଣି,କୁଣ୍ଡଳ ଆଦି ଅଳଙ୍କାର ତିଆରି କରାଯାଇ ବେଶ କରାଯାଉଥିବା କୁହନ୍ତି ସେବାୟତ।ସେହିପରି ପୁରୀ ଶ୍ରୀ ଜଗନ୍ନାଥ ଓ କେନ୍ଦ୍ରାପଡା ଶ୍ରୀ ବଳଦେବଜୀଉଙ୍କ ନୀତିକାନ୍ତି ଓ ସେବାରେ ଅନେକ ସାମଞ୍ଜସ୍ୟ ରହିଥିବା ବେଳେ ସେଠାରେ ସାନଭାଇଙ୍କୁ ଦର୍ଶନ କରି ନପାରିଲେ ଏଠାରେ ବଡଭାଇଙ୍କ ଦର୍ଶନ କରିଲେ ସମସ୍ତ ମନୋକାମନା ପୂରଣ ହୋଇଥାଏ ବୋଲି କୁହନ୍ତି ଜଣେ ଭକ୍ତ।ରଥାରୂଢ ହୋଇ ଦୁର୍ଲ୍ଲଭ ରଘୁନାଥ ବେଶ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ଫଳ ମିଳିବା ସହ ସମସ୍ତ ପାପତାପ ନାଶ ଯାଇ ଆଉ ପୁନଃ ଜନ୍ମ ମିଳିନଥାଏ ବୋଲି ଭକ୍ତ ପ୍ରତୀକ୍ଷା ପ୍ରିୟଦର୍ଶିନୀ ସାମଲ କହିଛନ୍ତି।
ଦେବୋତ୍ତର ବିଭାଗ କାର୍ଯ୍ୟନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀଙ୍କ ସୂଚନା ଅନୁଯାୟୀ,"ଆଗରୁ ଠାକୁର ସୋଲ, ଫୁଲ ଓ କାଠରେ ରଘୁନାଥ ବେଶ ହେଉଥିଲେ ତେବେ ଜଣେ ସାଧୁ ଭକ୍ତ 2022 ମସିହାରେ 40 ଲକ୍ଷ ଟଙ୍କା ମୂଲ୍ୟର ରୁପା ଅଳଙ୍କାର ମହାପ୍ରଭୁଙ୍କୁ ଦାନ କରିଥିଲେ।ଏହି ଅଳଙ୍କାରରେ ମଣ୍ଡଳ, ଶ୍ରୀ ପୟର, ହସ୍ତ, ଧନୁ ଓ ତୀର ଅନ୍ତର୍ଭୁକ୍ତ।