୨୪ଘଣ୍ଟା ପରେ ବି ମହିଳାଙ୍କ ମୃତଦେହ ପଡ଼ିରହିଲା ଡାକ୍ତରଖାନାରେ
pragyansila bureau | 30 Jun 2025 | 9 min read | 6 views
ମହାକାଳପଡ଼ା ( ପି.ଏନ. ଏସ ) : ଇଏ କି ବିଚାର ପ୍ରଶାସନ ର, ଅଭିଯୋଗ କରିଥିବା ପରିବାରକୁ କେଉଁ ଦିନ ମିଳିବ ନ୍ୟାୟ | ନମିତା ମୃତ୍ୟୁକୁ ୨୪ ଘଣ୍ଟା ବିତିଯାଇଥିଲେ ବି ଏପର୍ଯ୍ୟନ୍ତ ମୃତ ଦେହ ପଡ଼ିରହିଛି ଡାକ୍ତରଖାନାରେ, ୬ମାସର ଗର୍ଭବତୀ ନମିତା ମୃତ ଶବ ବ୍ୟବଛେଦ ହୋଇପାରିଲା ନାହିଁ,, ଗର୍ଭବତୀ ମହିଳାଙ୍କ ଶବ କୁ ମିଳିପାରିନାହିଁ ସମ୍ମାନ | ସବ ପଡ଼ିରହିଛି କେନ୍ଦ୍ରାପଡା ମେଡିକାଲ ରେ ,ଏପଟେ ନମିତା ମୃତ ଦେହ କୁ ମେଡିକାଲ ରେ ଛାଡ଼ି ଶାଶୁ ଘର ଲୋକେ ଫେରାର, ଅନ୍ୟପଟେ ନ୍ୟାୟ ପାଇବା ଆଶାରେ ବାପଘର ଲୋକେ ମହାକାଳପଡା ଥାନାରେ ଅଭିଯୋଗ କରି ଥାନା ଦୁଆରେ ବସିଛନ୍ତି , ସୂଚନା ମୁତାବକ ତେନ୍ତୁଲିକନ୍ଦା ଗ୍ରାମର ଗୟାଧର ପ୍ରଧାନ ଙ୍କ ଝିଅ ନମିତା ଭୁଇଁଆଙ୍କୁ ବାରଡାଙ୍ଗ ଗ୍ରାମର ତ୍ରିଲୋଚନ ଭୁଇଁଆ ଙ୍କ ପୁଅ ଚଗଲି ଭୁଇଁଆଙ୍କ ସହିତ ବୈଦିକ ରିତିରେ ଜାନୀ ଜଉତୁକ ଦେଇ ବିବାହ ଦେଇଥିଲେ, ବିବାହ ୮ ମାସହେବ ସଂସାର ଭଲରେ ଚାଲିଲା ହେଲେ ଦିନକୁ ଦିନ ପରିବାର ଖର୍ଚ୍ଚ ବଢ଼ିବାରୁ ବିଭିନ୍ନ ଅଭାବ ଅନାଟନ ଦେଇ ନମିତା ଙ୍କୁ ଗତି କରିବାକୁ ପଡିଲା | ଯେଉଁଥି ପାଇଁ ନମିତା ଙ୍କ ସ୍ବପ୍ନ ଧୀରେ ଧୀରେ ଭାଙ୍ଗିବାକୁ ଲାଗିଲା | ଏଣେ ନମିତା ଯେଉଁ ଆଶା ଭରସା ନେଇ ବାପ ଘର ଛାଡ଼ି ସ୍ବାମୀ ହାତଧରି ଶାଶୁଘରେ ପାଦଦେଇ ଶାଶୁ , ଶଶୁର ,ନଣନ୍ଦ ସ୍ୱାମୀ, ନେଇ ସୁନାର ସଂସାର ଗଢିବାର ଆଶା ରଖିଥିଲା ତାହା ଧୀରେ ଧୀରେ କ୍ଷୀଣ ହୋଇ ହୋଇ ଚାଲିଲା | ନମିତା ଜୀବନରେ ଘୋଟିଗଲା କଳା ବାଦଲର ପାହାଡ଼ । ପାଦରୁ ଅଳତା ଲିଭି ନଥିବା ନବବଧୂ ଉପରେ ଧିରେଧିରେ ଚାଲିଲା ମାନସିକ ଓ ଶାରିରୀକ ନିର୍ଯ୍ୟାତନା | ବାପଘରକୁ ଟଙ୍କା ଆଣିବା ପାଇଁ ନମିତାକୁ ବାଧ୍ୟ କରିଗଲା | ନମିତା ବାପା ଟଙ୍କା ଦେବାପାଇଁ ଅକ୍ଷମ ହୋଇଥିବାରୁ ଝିଅ ବାପଘରୁ ଟଙ୍କା ଆଣିବାକୁ ରାଜୀ ନହେବାରୁ ନିର୍ଯ୍ୟାତନା ବଢି ବଢି ଚାଲିଲା | ଶେଷରେ ନମିତା ଲୁଚି ଛପି ମୋବାଇଲ୍ ମାଧ୍ୟମରେ ବାପା ମା ଙ୍କୁ ସବୁ ଦୁଃଖ ଭରା କାହାଣୀ ବଖାଣି ଥିଲା । ଏହାରି ଭିତରେ ନମିତା ଛଅ ମାସର ଗର୍ଭବତୀ ହୋଇସାରିଥିଲା । ତେବେ ହଠାତ ବାପଘର ଲୋକେ ଜାଣିଥିଲେ ନମିତା ର ମେଡିକାଲ ରେ ମୃତ୍ୟୁ ହୋଇଛି | ଏହାକୁ ନେଇ ଝିଅ ର ବାପା ଥାନାରେ ଝିଅ କୁ ମାରିଦେଇଥିବା ନେଇ ଏକ ଲିଖିତ ଅଭିଯୋଗ କରିଛନ୍ତି |
ତେବେ ମୃତ ଝିଅକୁ ନ୍ୟାୟ ଦେବାପାଇଁ ପରିବାର ଲୋକେ ମହାକାଳପଡା ଥାନାରେ ବସିଛନ୍ତି, ଏଣେ ଶାଶୁଘର ଲୋକେ ବୋହୁ ର ଶବ କୁ କେନ୍ଦ୍ରାପଡା ମେଡିକାଲ ଛାଡ଼ି ଫେରାର ହୋଇଯାଇଛନ୍ତି, ୨୪ଘଣ୍ଟା ବିତିଯାଇଥିଲେ ମଧ୍ୟ ଶବ ବ୍ୟବଛେଦ ହୋଇପାରିନଥିବା ଜଣାପଡିଥିଲା |
ତେବେ ମୃତ ଝିଅକୁ ନ୍ୟାୟ ଦେବାପାଇଁ ପରିବାର ଲୋକେ ମହାକାଳପଡା ଥାନାରେ ବସିଛନ୍ତି, ଏଣେ ଶାଶୁଘର ଲୋକେ ବୋହୁ ର ଶବ କୁ କେନ୍ଦ୍ରାପଡା ମେଡିକାଲ ଛାଡ଼ି ଫେରାର ହୋଇଯାଇଛନ୍ତି, ୨୪ଘଣ୍ଟା ବିତିଯାଇଥିଲେ ମଧ୍ୟ ଶବ ବ୍ୟବଛେଦ ହୋଇପାରିନଥିବା ଜଣାପଡିଥିଲା |
