Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ଶିଶୁପୁତ୍ରକୁ ଧରି ଶାଶୁଘର ଆଗରେ ଧାରଣା ଦେଲେ ମହିଳା ।

pragyansila bureau | 22 Aug 2025 | 5 min read | 14 views

ରାଜନଗର ( ପି.ଏନ. ଏସ ) : ସ୍ୱାମୀର ପରକୀୟା ପ୍ରୀତି ସ୍ତ୍ରୀ ଓ ପୁଅ ପାଇଁ ସାଜିଲା ଅଡୁଆ, ଶିଶୁ ପୁତ୍ରକୁ ଧରି ଶାଶୁଘର ଆଗରେ ଧାରଣାରେ ବସିଲା ସ୍ତ୍ରୀ | ରାଜନଗର ବ୍ଲକ ବାହାରଗଡ଼ ଗ୍ରାମରେ ଜଣେ ମହିଳା ତାଙ୍କ ଶିଶୁ ପୁତ୍ରଙ୍କୁ ଧରି ନିଜ ଶାଶୁଘର ଆଗରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି । ବୁଧବାର ପ୍ରାୟ ମଧ୍ୟାହ୍ନ ୨ ଟା ସମୟରୁ ଏବେ ପଯ୍ୟନ୍ତ ପୁଅକୁ ଧରି ମହିଳା ଜଣକ ଧାରଣାରେ ବସି ରହିଛନ୍ତି । ମହିଳାଙ୍କୁ ପଚାରିବାରୁ ସେ କହୁଛନ୍ତି ଆମ ସ୍ୱାମୀ ସ୍ତ୍ରୀ ଙ୍କ କଳି କୋର୍ଟରେ ପହଞ୍ଚିଥିଲା । ମୋ ସ୍ୱାମୀ ଆମେ ମିଳିମିଶି ରହିବୁ ବୋଲି ସେଠାରେ କହି ମୋତେ ନେଇ ଆସିଥିଲେ । ମାତ୍ର ଦିନ କେତେଟା ଗଲା ପରେ ମୋତେ ମାରଧର କରିଥିଲେ । ମୋ ସ୍ୱାମୀ ଅନ୍ୟ ଜଣେ ଯୁବତୀକୁ ଭଲ ପାଉଛନ୍ତି । ସେ ଯୁବତୀ ମଧ୍ୟ୍ୟ ମୋତେ ଫୋନ ମାଧ୍ୟମରେ କହିଛି କି ତୁ ଯା, ମୁ ତୋ ଜାଗାରେ ରହିବି । ତେଣୁ ମୋ ସ୍ୱାମୀର ପରକ୍ରିୟା ପ୍ରୀତି ଯୋଗୁଁ ସେ ମୋତେ ଘରେ ପୁରେଇ ଦେଉନାହାନ୍ତି । ମୁ ମୋ ପୁଅକୁ ଧରି ବାହାରେ ବୁଲୁଚି । ମୋ କଥା ଛାଡ଼ ମୋ ପୁଅ ତା ବାପ ପରିଚୟ ଖୋଜୁଛି । ସେଥିପାଇଁ ମୁ ଏଠାରେ ବସି ରହିଛି । ମୁ ମୋ ସ୍ୱାମୀଙ୍କ ସାଙ୍ଗରେ ଓ ମୋ ପୁଅ ତା ବାପା ସାଙ୍ଗରେ ରହିବାକୁ ଚାହୁଁଚି । ଏହି ନ୍ୟାୟ ଦାବି କରି ମୁ ମୋ ଶାଶୁଘର ଆଗରେ ଧାରଣାରେ ବସିଛି । ଯେପଯ୍ୟନ୍ତ ମୋତେ ନ୍ୟାୟ ନ ମିଳିଛି ଏଠାରୁ ଉଠିବି ନାହିଁ ବୋଲି ମହିଳା ଜଣକ କହିଛନ୍ତି ।