Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ରାତି ଅଧରେ ଯୋଗ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ ଥାନାରେ ଏତଲା

pragyansila bureau | 21 Jun 2025 | 6 min read | 8 views

କେନ୍ଦ୍ରାପଡ଼ା ( ପି.ଏନ. ଏସ ) : ରାତି ଅଧରେ ଘରେ ପଶି ମାରଣାସ୍ତ୍ର ଦେଖାଇ ଯୋଗ ଶିକ୍ଷୟତ୍ରୀଙ୍କ ସହ ଦୁଷ୍କର୍ମ ଅଭିଯୋଗ l କେନ୍ଦ୍ରାପଡ଼ା ସଦର୍ ଥାନା ଅନ୍ତର୍ଗତ ମୁଣ୍ଡାଳ ଗାଁରେ ଘଟିଛି ଏଭଳି ଅଘଟଣ l ଦୁଷ୍କର୍ମର ଶିକାର ହୋଇଥିବା ଯୋଗ ଶିକ୍ଷୟତ୍ରୀ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି l ଅଭିଯୋଗ ଅନୁଯାୟୀ ସ୍ଥାନୀୟ ଏକ ସ୍ୱାସ୍ଥ୍ୟକେନ୍ଦ୍ରରେ ପୀଡିତା ମହିଳା ଯୋଗ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରନ୍ତି l ବୁଧବାର ରାତି ପ୍ରାୟ ଗୋଟାଏ ବେଳେ ମୁଣ୍ଡାଳ ଗାଁରେ ଥିବା ତାଙ୍କ ଭଡ଼ାଘର କବାଟ ଭାଙ୍ଗି ଜଣେ ଯୁବକ ଘର ଭିତରକୁ ପଶି ଥିଲେ l ହଠାତ୍ ଶିକ୍ଷୟତ୍ରୀଙ୍କ ନିଦ ଭାଙ୍ଗି ଯାଇଥିଲା l ଯୁବକ ଜଣଙ୍କ ମୁହଁରେ କଳା କପଡା ବାନ୍ଧିଥିବା ବେଳେ ହାତରେ ଏକ ଧାରୁଆ ଅସ୍ତ୍ର ଧରିଥିବା ମହିଳା ଦେଖିବାକୁ ପାଇଥିଲେ l ଯୁବକ ଜଣଙ୍କ ମହିଳାଙ୍କୁ କାବୁ କରିନେଇ ତାଙ୍କ ସହିତ ଦୁଷ୍କର୍ମ କରିଥିବା ମହିଳା ଅଭିଯୋଗ କରିଛନ୍ତି l ପାଟି କଲେ ଜିବନରେ ମାରିଦେବା ପାଇଁ ଯୁବକ ମହିଳାଙ୍କୁ ଧମକ ଦେବା ସହ ଶରିରର ବିଭିନ୍ନ ସ୍ଥାନରେ ଆଘାତ କରିଥିଲେ l ପୀଡିତା ମହିଳା ବଳ ପ୍ରୟୋଗ କରି ଯୁବକଙ୍କ ମୁହଁରୁ କପଡା ଟାଣି ଦେବାପରେ ସେ ସ୍ଥାନୀୟ ମୁଣ୍ଡାଳ ଗାଁର ବାପି ମଲିକ ବୋଲି ଜାଣିବାକୁ ପାଇଥିଲେ l ପୀଡିତା ଶିକ୍ଷୟତ୍ରୀ ଜଣଙ୍କ ଚିତ୍କାର କରିବାରୁ ଅଭିଯୁକ୍ତ ଯୁବକ ଦୌଡ଼ି ପଳାଇଥିଲେ l ଘଟଣା ସମ୍ପର୍କରେ କାହାକୁ କହିଲେ ଜୀବନରୁ ମାରିଦେବା କୁ ସେ ପୀଡିତା ଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି l ଏ ନେଇ ପୀଡ଼ିତାଙ୍କ ପକ୍ଷରୁ ସ୍ଥାନୀୟ ଥାନାରେ ଏତଲା ଦିଆଯାଇଛି l