ଅସହାୟ ଅବସ୍ଥାରେ ବିଧବା ପାର୍ବତୀ ସିଂ, ପହଞ୍ଚି ପାରିନି ସରକାରୀ ଯୋଜନା
Bureau report | 11 Jun 2025 | 9 min read | 8 views
ମହାକାଳପଡ଼ା ( ପି.ଏନ. ଏସ ) : ନାହିଁ ନାହିଁରେ ଚାଲିଛି ପାର୍ବତୀ ସିଂ ଙ୍କ ଜୀବନ , ବିବାଘର ଦୀର୍ଘ 50 ବର୍ଷ ବିତି ଯାଇଥିଲେବି ଅଦ୍ୟାବଧି ଆଧାର କାର୍ଡ ଖଣ୍ଡେ ହୋଇପାରିନି ଅସହାୟ ବିଧବା ପାର୍ବତୀ ଙ୍କର 15 ବର୍ଷ ତଳୁ ସ୍ୱାମୀକୁ ହରାଇ ଏଇ ଭଙ୍ଗା କୁଡ଼ିଆରେ ମାନସିକ ବିକୃତ ପୁଅକୁ ସାଥିରେ ଧରି କାଳତିପାତ କରୁଛନ୍ତି ପାର୍ବତୀ, ନାହିଁ ପାର୍ବତୀଙ୍କର ସ୍ୱାମୀ ଅଛି ନା ପୁଅର ମୁଣ୍ଡ ଠିକ ଅଛି , ନାଇଁ ଖଣ୍ଡିଏ ଘର, ନାଇଁ ଆଧାର କାର୍ଡ , ରାସନ କାର୍ଡ ଅଛି ହେଲେ ଡିଲର ଦେଉନି ଚାଉଳ , l ପାର୍ବତୀଙ୍କର ସମ୍ପତି କହିଲେ 6 ଗୁଣ୍ଠ ଚାଷ ଜମି ତାହା ପୁଣି ସମ୍ପୃନ୍ନ ଖାଲ , ଘରେ 3 ଟି କୁକୁଡ଼ା ଓ ଦୁଇ ଚାରୋଟି ସିଲିଭର ବାସନ କୁ ନୂଆଣିଆ ଝୁମୁରି ଘର ଯେଉଁ ଘରେ ଗୃହ ପାଳିତ ପଶୁ ରହିବେ ସେହି ଘରେ କଟୁଛି ଅସହାୟ ପାର୍ବତୀଙ୍କ ଜୀବନ l ଚାଷ ଜମି କହିଲେ ଯେଉଁ 6 ଗୁଣ୍ଠ ଅଛି ସେହି ଜମିରେ ନିଜେ ପାର୍ବତୀ ଧାନ ଚାଷ କରନ୍ତି ଯାହା କି ପ୍ରତିବର୍ଷ ପାଣିରେ ବୁଡିଯାଇଥାଏ , ସେଥିରୁ ଯେତିକି ଧାନ ପାଆନ୍ତି ସମୁଦ୍ରକୁ ଶଙ୍ଖେ ସଦୃଶ୍ୟ l ତଥାପି କେଉଁଠି ପାର୍ବତୀ ବଞ୍ଚିବାପାଇଁ କେଉଁଥିବି ହାତ ପତାଇ ନାଁହାନ୍ତି l ବଞ୍ଚିବାପାଇ ପାର୍ବତୀଙ୍କର ନିଆରା ପ୍ରୟାସ , ଚାଷ ଜମିରୁ ପାଚଲା ଧାନ କୁ ମୂଷା ନେଇ ରଖିଥିବା ଗାତକୁ ଖୋଲି ପାର୍ବତୀ ଧାନ ସଂଗ୍ରହ କରିଥାନ୍ତି ଓ ଅବଶିଷ୍ଟ ଦିନ ନଦୀ ନାଳ ରୁ ମାଛ ଓ କଙ୍କଡା ସଂଗ୍ରହ କରି ଆଜି ପାର୍ବତୀ ସିଂ ମା ପୁଅଙ୍କର ଚଳିବା କହୁ କଷ୍ଟକର ବୋଲି ପାର୍ବତୀ କୁହନ୍ତି l ପାଗଳା ପୁଅଟେ କେତେବେଳେ କୁଆଡେ ବୁଲେ ତାର ହିସାବ ବି ମା ରଖିପାରେନା ନିଜେ ବଞ୍ଚିବା ସହିତ ଗୋଟିଏ ବୋଲି ପାଗଳା ପୁଅର ଔଷଧ ଟିକେ ଦେବା ଆଜି ଅସହାୟ ପାର୍ବତୀ ସିଂ ପକ୍ଷରେ ବହୁ କଷ୍ଟକର ହୋଇପଡୁଛି l ଏପରି ଏକ ହୃଦୟ ବିଦାରକ ଦୃଶ୍ୟ ଆଜି ସାମ୍ନାକୁ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ବାଉଳକଣି ଗ୍ରାମପଞ୍ଚାୟତ ବଡବେତାର ନିକଟସ୍ତ ସିଂ ପଡା ରେ l ତେବେ ଏହି ସମ୍ପର୍କରେ ଆମ ପ୍ରତିନିଧି ବଉଳକଣି ପଞ୍ଚାୟତ ସରପଞ୍ଚଙ୍କୁ ପଚାରିବାରୁ ପାର୍ବତୀ ପ୍ରାୟତଃ ଏଠାରେ ରୁହନ୍ତି ନାହିଁ ସେ ପ୍ରାୟ ସମୟ ତାଙ୍କ ବାପୋଘର ପାରାଦ୍ୱୀପ ରେ ରୁହନ୍ତି , ତାଙ୍କର କାଗଜପାତ୍ର ଭୁଲ ଯୋଗୁ ଆଧାର କାର୍ଡ ହୋଇପାରିନାହିଁ ବହୁତ ଶୀଘ୍ର ପାର୍ବତୀଙ୍କ ସମସ୍ୟା ସମାଧାନ କରିଦେବୁ ବୋଲି ନିଜେ ବାଉଳାକଣି ପଞ୍ଚାୟତ ସରପଞ୍ଚ ସାଲବେଗ ମାହାଳି l ତେବେ ଦେଖିବାକୁ ବାକିରହିଲା କେବେ ପାର୍ବତୀ ସିଂ ଙ୍କୁ ମହାକାଳପଡ଼ା ବ୍ଲକ ପ୍ରଶାସନ ସରକାର ଯୋଜନା ରେ ସାମିଲ କରୁଛି ତାହା ଉପରେ ସମସ୍ତଙ୍କ ନଜର l
