Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ରାସ୍ତାରେ ଵଜୂରୀ ଗଦା ଯାତ୍ରୀଙ୍କ ପାଇଁ ସୃଷ୍ଟି କରୁଛି ସମସ୍ୟା

Bureau report | 11 Jun 2025 | 6 min read | 8 views

କେନ୍ଦ୍ରାପଡ଼ା ( ପି.ଏନ. ଏସ ) : କଟକ ଚାନ୍ଦବାଲି ରାସ୍ତାର ରିପାରିଙ୍ଗ ପାଇଁ ବେପରୁଆ ଭାବେ ରାସ୍ତାରେ ଟ୍ରକ ଟ୍ରକ ଗଦା ହୋଇଥିବା ଵଜୂରୀ ପାଇଁ ଆଜି ଦୁର୍ଘଟଣାର ଶିକାର ହୋଇଛନ୍ତି ଘାଗରା କ୍ଷେତ୍ରପାଳ ଗାଁ ର ଜଣେ ଶ୍ରମିକ l ହେଲମେଟ ମୁଣ୍ଡରେ samadyaଥିବାରୁ ମୃତ୍ୟୁ ମୁଖରୁ ଦୁର୍ଘଟଣାରେ ଅଳ୍ପକେ ବଞ୍ଚିଗଲା ଜଣେ ଶ୍ରମିକର ଜୀବନ l ରାତି ଠିକ ଆଠଟା ରେ କେନ୍ଦ୍ରାପଡ଼ା ସହରରୁ କୌଣସି ଏକ କାମସାରି ମଟରସାଇକେଲ ଚଳାଇ ଗାଁ କ୍ଷେତ୍ରପାଳ କୁ ଫେରୁଥିଲେ ଟେଣ୍ଡହାଉସ ମିସ୍ତ୍ରୀ ମାନସ ସାମଲ l ଗରାପୁର ଛକ ପରେ କପାଳେଶ୍ଵର ପଞ୍ଚାୟତ କାର୍ଯ୍ୟାଳୟ ଅତିକ୍ରମ କରିବାର 200 ମିଟର ପରେ ରାସ୍ତା ରିପାରିଙ୍ଗ ପାଇଁ ଟ୍ରକ ଟ୍ରକ ଚିପ୍ସ ଗଦା ହୋଇଥିବା ବେଳେ ଦୁର୍ଭାଗ୍ୟବଶତଃ ଦୀର୍ଘଦିନ ହେଲା ଷ୍ଟ୍ରିଟ ଲାଇଟ ଖରାପ ହୋଇ ପଡିଛି | ରାସ୍ତା ପୁରା ଅନ୍ଧାର କୁ ମଝିରାସ୍ତାରେ ଛୋଟ ଛୋଟ ଗୋଡି ରାସ୍ତା ସହିତ ମିଶିଯାଇ ଜଣାପଡୁନଥିବା ବେଳେ ହଟାତ ମଟର ସାଇକେଲ ଗାଡି ଚଢ଼ିଗଲା ଗୋଡି ଉପରେ , ଆଉ ପ୍ରାୟ 4 ଫୁଟ ଉପରକୁ ଉଠିଯାଇ ତଳେ ପଡ଼ିଥିଲେ ବାଇକି ଆରୋହୀ | ତଳେ ମାଡ଼ ହେଲା ମୁଣ୍ଡ , ହେଲେ ଯୁବକ ଜଣକ ମୁଣ୍ଡରେ ହେଲମେଣ୍ଟ ପିନ୍ଧିଥିବାରୁ ନିଶ୍ଚିତ ମୃତୁ ମୁଖରୁ ବଞ୍ଚିଗଲେ l ହେଲେ ତଳେ ପଡି ବାଇକି ଆରୋହୀ ଗଡୁ ଥିବାର ଦୃଶ୍ୟ ଦେଖିଥିଲେ ବାଟୋଇ , ହଟାତ ଏପରି ଦୁର୍ଘଟଣା ଦେଖି ବାଟୋଇ ଆହତ ବ୍ୟକ୍ତିକୁ ଡାକ୍ତରଖାନା ପଠାଇଥିଲେ l ତେବେ ଆଜି ସିନା ଜଣେ ନିଜର ସାବଧାନତା ପାଇଁ ବଞ୍ଚିଗଲେ ହେଲେ ଆଗାମୀ ଦିନରେ କାହାର ଯଦି ଜୀବନ ଚାଲିଯାଏ ତାହେଲେ କିଏ ଦାୟୀ ରହିବ ଯିଏ ରାସ୍ତାରେ ଚିପ୍ସ ଗଦା କରିଛି ନା ଷ୍ଟ୍ରିଟ ଲାଇଟ ନା ରାସ୍ତାରେ ଯିବା ଆସିବା କରୁଥିବା ଯାତ୍ରୀ |