କେନ୍ଦ୍ରାପଡ଼ାରେ ପହଞ୍ଚିଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ
Bureau report | 11 Jun 2025 | 3 min read | 11 views
କେନ୍ଦ୍ରାପଡ଼ା ( ପି.ଏନ. ଏସ ) : କେନ୍ଦ୍ରାପଡାରେ ପହଁଞ୍ଚିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଆଜି ପୂର୍ବାହ୍ନ 11 ଟା ରେ ମନ୍ତ୍ରୀ ତୁଳସୀକ୍ଷେତ୍ରରେ ପହଞ୍ଚି ପ୍ରଥମେ ଶ୍ରୀ ବଳଦେବଜୀଉଙ୍କ ଦର୍ଶନ କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟରେ ଅୟୋଜିତ ସମୀକ୍ଷା ବୈଠକରେ ଯୋଗ ଦେଇଛନ୍ତି । ବୈଠକରେ ମୁଖ୍ୟମନ୍ତ୍ରୀଙ୍କର ବିଭିନ୍ନ ଲୋକାଭିମୁଖୀ ଯୋଜନା ଉପରେ ସମୀକ୍ଷା କରାଯିବା ସହ ରାଜ୍ୟ ସରକାର ଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ବିଭିନ୍ନ ଯୋଜନା ଗୁଡିକ ଯୋଜନାରେ ନରହି ସାଧାରଣ ଲୋକଙ୍କ ପାଖରେ ପହଞ୍ଚିଛି କି ନାହିଁ ଏବଂ ଆଗାମୀ ଦିନରେ କେମିତି ପହଞ୍ଚିବ ତଦାରଖ କରିଛନ୍ତି |
