କୃଷି ସମବାୟ ସମିତି ସ୍ଥାନାନ୍ତରକୁ ନେଇ ଅସନ୍ତୋଷ ହିତାଧିକାରୀ
Bureau report | 09 Jun 2025 | 4 min read | 8 views
କେନ୍ଦ୍ରାପଡ଼ା ( ପି.ଏନ. ଏସ ) : ଆଳି ବ୍ଲକ ଦେମାଳ କୃଷି ସମବାୟ ସମିତି କାର୍ଯ୍ୟାଳୟ କୁ ରାତାରାତି ଏରଡ଼ଙ୍ଗ ଗାଁକୁ ସ୍ଥାନାନ୍ତରିତ କରି କୃଷକ ମାନଙ୍କୁ ହଇରାଣ କରୁଛନ୍ତି ସମିତି ସମ୍ପାଦକ, କୃଷକ ମାନେ ନିଜ ଗାଁ ଦେମାଳ ଛାଡି ଏରଡ଼ଙ୍ଗ ଯିବା ପାଇଁ ଦୀର୍ଘ 8 କିଲୋମିଟର ଦୌଡୁଛନ୍ତି , ଏବେ ଖରାଦିନ ଥିବାରୁ କୌଣସି ପ୍ରକାର ଚାଷୀମାନେ ଚଳି ଯାଉଛନ୍ତି , ହେଲେ ଆଉ କେଇଟା ଦିନ ପରେ ବର୍ଷା ଦିନ ଆସିଯିବ ସେତେବେଳେ ଡ଼ଙ୍ଗାର ସାହାଯ୍ୟ ଦରକାର ପଡିବ, ଚାଷୀମାନେ ସମବାୟ ସମିତିକୁ ଯିବାଆସିବା କରିବା ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବେ , ଏହି ସମ୍ପର୍କରେ ଆଳିର ସମସ୍ତ ଅଧିକାରୀଙ୍କୁ ଅବଗତି କରିବା ପରେ କୌଣସି ସୁଫଳ ନ ପାଇବାରୁ ଦେମାଳ କୃଷି ସମବାୟ ସମିତି ର ବହୁ ହିତାଧିକାରୀ ମାନେ ଅଭିଯୋଗ ନେଇ ମିଳିତ ଭାବେ କେନ୍ଦ୍ରାପଡ଼ା ସହର ଗୋପ ସ୍ଥିତ ବରିଷ୍ଠ ସହକାରୀ ନିବନ୍ଧକ ସମବାୟ ସମିତି ସମୂହ କେନ୍ଦ୍ରାପଡ଼ା ମଣ୍ଡଳ ଅଧିକାରୀଙ୍କ କାଯ୍ୟାଳୟ ର ଦ୍ଵାରସ୍ତ ହୋଇ ଅଭିଯୋଗ କରିଛନ୍ତି l
