Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ଦ୍ୱିତୀୟ ବିବାହ କରୁଥିବା ବେଳେ ପହଞ୍ଚିଲା ପ୍ରଥମ ସ୍ତ୍ରୀ ।

pragyansila bureau | 21 Aug 2025 | 5 min read | 10 views

ପଟ୍ଟାମୁଣ୍ଡାଇ ( ପି.ଏନ. ଏସ ) : କୋର୍ଟ ପରିସରରେ ଦେଖିବାକୁ ମିଳିଛି ହାଇଡ୍ରାମା, ଦ୍ଵିତୀୟ ବିବାହ କରୁଥିବା ବେଳେ କୋର୍ଟ ପରିସର ରୁ ସ୍ୱାମୀ କୁ ଧରିଲା ପ୍ରଥମ ସ୍ତ୍ରୀ, ଘୋଷାଡି ଘୋଷାଡି ନେଇ ଦେଲେ ଥାନାରେ ଜିମା, ଏଭଳି ଏକ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ତନୁପୁର ଗାଁ ରେ | 4 ଟି ଝିଅ ହୋଇଥିବାରୁ ସ୍ଵାମୀ କିଶୋର ମଳିକ ବହୁ ସମୟରେ ମଦପିଇ ସ୍ତ୍ରୀ ବନ୍ଦନା ମଳିକଙ୍କୁ ମାରପିଟ କରି ଆସୁଥିଲେ। ଗତ ଛ ଦିନ ପୂର୍ବରୁ ସ୍ତ୍ରୀ ବନ୍ଦନାର ସିଜରିଙ୍ଗ୍ ହୋଇ କନ୍ୟା ସନ୍ତାନ କୁ ଜନ୍ମ ଦେଇଥିଲେ | ସ୍ବାମୀ କିଶୋର ତିନୋଟି ଝିଅ ପରେ ଏବେ ଝିଅ ହେବାର ଖବରପାଇ ସ୍ତ୍ରୀ କୁ ମେଡିକାଲରେ ଛାଡ଼ି ପଳାଇଥିଲା । ବନ୍ଦନା ଛୁଆକୁ ଧରି ଶାଶୁ ଘରକୁ ଆସିଥିଲେ । ଆଜି ସ୍ବାମୀ କିଶୋର ପଟ୍ଟାମୁଣ୍ଡାଇ କୋର୍ଟ ପରିସରରେ ଦିତୀୟ ବିବାହ କରିବାକୁ ଆସିଥିଲେ, ସାଙ୍ଗରେ ଥିଲେ ତାଙ୍କ ମାଆଙ୍କ ସହିତ ବିବାହ କରିବାକୁ ଆସିଥିବା ମହିଳା । ଏହି ଖବର କୌଣସି ପ୍ରକାରେ ବନ୍ଦନା ଙ୍କ ପାଖରେ ପହଞ୍ଚିଥିଲା ।କୋର୍ଟ ପରିସରରେ ସ୍ତ୍ରୀ ବନ୍ଦନା ଙ୍କ ସହିତ ପରିବାର ଲୋକେ ଯାଇ କିଶୋର କୁ ଧରିଥିଲେ ଏବଂ ଟଣା ଘୋସରା କରିବା ସହିତ ପୋଲିସର ଜିମା ଦେଇଥିବା ଦେଖିବାକୁ ମିଳିଛି । ହେଲେ ବର୍ତ୍ତମାନ
ଚାରି ଚାରିଟି ପିଲାଙ୍କୁ ନେଇ ଚଳିବା କଷ୍ଟକର ପାଠ ହୋଇଥିବା ବେଳେ ସ୍ବାମୀର ଏଭଳି କାର୍ଯ୍ୟ ପାଇଁ ଏବେ ଚିନ୍ତାରେ ସ୍ତ୍ରୀ ବନ୍ଦନା ମଳିକ ।