Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ଯୁବକଙ୍କୁ ହତ୍ୟା ଅଭିଯୋଗ, ଥାନା ଆଗରେ ଶବ ରଖି ନ୍ୟାୟ ମାଗିଲେ ପରିବାର ।

pragyansila bureau | 21 Aug 2025 | 4 min read | 8 views

କେନ୍ଦ୍ରାପଡ଼ା ( ପି.ଏନ. ଏସ ) : କେନ୍ଦ୍ରାପଡ଼ାରେ ଯୁବକଙ୍କୁ ନିର୍ମମ ହତ୍ୟା ଅଭିଯୋଗ । ମୃତ୍ୟୁ ପରେ ଶବ କୁ ଥାନା ଆଗରେ ରଖି ନ୍ୟାୟ ମାଗିଲେ ପରିବାର । ମୃତକ ହେଲେ କେନ୍ଦ୍ରାପଡା ଜିଲ୍ଲା ନିକିରାଇ ଥାନା ଅନ୍ତର୍ଗତ ଘୁଷୁରିଆମାଳ ଗ୍ରାମର ନୃସିଂହ ଚରଣ ସେଠି । ଅଭିଯୋଗ ଅନୁଯାୟୀ ଦୀର୍ଘ ଦିନ ହେବ ନୃସିଂହ ଙ୍କ ସହ ତାଙ୍କ ପଡୋଶୀ ଙ୍କ ଜମିଜମା ବିବାଦ ଲାଗିରହିଥିଲା । ଗତ ଚାରିଦିନ ପୂର୍ବରୁ ଜନ୍ମାଷ୍ଟମୀ ଦିନ ନୃସିଂହ ଘରୁ କାମକୁ ବାହାରୁଥିବା ବେଳେ ଧିରେନ ସେଠି ଏବଂ ତାଙ୍କ ସହଯୋଗୀ ମାନେ ନୃସିଂହଙ୍କୁ ଆକ୍ରମଣ କରିବା ସହ ଲୁହା ରଡ଼ ରେ ପିଟି ତାଙ୍କ ଉପରେ ଲଙ୍କା ଗୁଣ୍ଡ ପାଣି ପକାଇ ଦେଇଥିବାର ଅଭିଯୋଗ କରିଛନ୍ତି ନୃସିଂହ ଙ୍କ ସ୍ତ୍ରୀ । ପରେ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲ ରେ ଚିକିତ୍ସିତ ଅବସ୍ଥାରେ ନୃସିଂହ ଙ୍କ ମୃତ୍ୟୁ ହୋଇଥିଲା । ନୃସିଂହ ଙ୍କୁ ପିଟି ପିଟି ମାରିଦେଇଥିବାର ଘର ଲୋକ ଅଭିଯୋଗ କରିଥିବା ବେଳେ ନିକିରାଇ ଥାନା ସମ୍ମୁଖରେ ଶବ ରଖି ଧାରଣା ଦେଇଛନ୍ତି ମୃତକଙ୍କ ପରିବାର। ଘଟଣା ସ୍ଥଳରେ ବ୍ୟାପକ ପୋଲିସ ମୃତୟନ କରାଯାଇଛି ।