Latest News
ଲକ୍ ଥାନାରେ ଶିଶୁ ଅନୁକୂଳ ପୋଲିସ ଥାନା ଉଦଘାଟନ କଲେ କେନ୍ଦ୍ରାଞ୍ଚଳ ଆଇଜି ❯❯ ପାରାଦ୍ଵୀପ ଗଲ୍ଫ କ୍ଲବ ପକ୍ଷରୁ ପ୍ରେସିଡେଣ୍ଟ କପ୍ ଗଲ୍ଫ ଟୁର୍ଣ୍ଣାମେଣ୍ଟ -୨୦୨୬ ଆୟୋଜିତ । ❯❯ ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯

ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାରେ ଐତିହ୍ୟ ପୁରାତନ କୁଜଙ୍ଗ ତହସିଲ : ନାଲିଫିତା ତଳେ ଅଦୃଶ୍ୟ ସଂଗ୍ରାହଳୟ ଯୋଜନା ।

Alok Kumar Mohapatra | 01 Dec 2025 | 9 min read | 15 views

ପାରାଦ୍ୱୀପ ( ପି.ଏନ. ଏସ ) : କୁଜଙ୍ଗର ପୁରାତନ ତହସିଲ କାର୍ଯ୍ଯାଳୟ ଅତୀତର ଅନେକ ସ୍ମୃତିକୁ ବହନ କରୁଥିଲେ ହେଁ ରକ୍ଷଣାବେକ୍ଷଣ ଅଭାବରରେ ଏହା ନଷ୍ଟ ହେବାକୁ ବସିଛି । ଏହି କୋଠା ଘରଟି ପଛରେ ତତ୍କାଳୀନ କୁଜଙ୍ଗ ରାଜ୍ଯର ଖାସ୍ ମହଲ ଭାବେ ଦୀର୍ଘ ତିନିଶହ ବର୍ଷ କାର୍ଯ୍ଯ କରି କୁଜଙ୍ଗ ଜନସାଧାରଣଙ୍କ ଭାବପ୍ରବଣତାର ମୁକ ସାକ୍ଷୀ ହୋଇଥିବାବେଳେ ଇଂରେଜ ସରକାରଙ୍କ ସମୟରେ ବଙ୍ଗଦେଶର ଜନୈକ ବର୍ଦ୍ଧମାନ ଜମିଦାର ସୂର୍ଯ୍ୟାସ୍ତ ଆଇନ୍ ଆଳକରି ନଅଙ୍କ ଦୁର୍ଭିକ୍ଷ ପରବର୍ତ୍ତି ସମୟରେ କୁଜଙ୍ଗ ରାଜ୍ଯକୁ ନିଲାମ ନେଇ ବର୍ତ୍ତମାନ ପରିତ୍ୟକ୍ତ ପୁରୁଣା ତହସିଲ୍ କୋଠାକୁ ନିଜର କାର୍ଯ୍ଯାଳୟ ଭାବରେ ବ୍ୟବହାର କରୁଥଲେ।ଦେଶ ସ୍ବାଧିନତା ପ୍ରାପ୍ତିର ପରେ ପରେ ସେହି କୋଠାଘର ସରକାରଙ୍କ ରାଜସ୍ବ ବିଭାଗ ଅଧିନରେ ରହି କୁଜଙ୍ଗ ତହସିଲ୍ ଭାବରେ ଦୀର୍ଘ ସତୁରୀ ବର୍ଷରୁ ଅଧିକ ସମୟ କାର୍ଯ୍ଯକରି ଜନସାଧାରଣଙ୍କ ଭାବାବେଗ ସହିତ ଜଡିତ ହୋଇଛି । ନିକଟ ଅତୀତରେ ନୁତନ କୋଠା ଘରକୁ ତହସିଲ ସ୍ଥାନାନ୍ତରିତ ହେଲାପରେ ପୁରୁଣାକୋଠାକୁ ଜିଲ୍ଲାର ସଂଗ୍ରାହଳୟ ଭବନ କରାଯିବା ପାଇଁ କେତେକ ସାମାଜିକ ସଂଗଠନ ଦାବୀ କରିବାରୁ ତତ୍କାଳୀନ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଉଦ୍ୟମ କରି କେତେକାଂଶରେ ସଫଳ ହୋଇଥିଲେ ମଧ୍ୟ ଅନ୍ୟତ୍ର ବଦଳି କାରଣରୁ ସଂଗ୍ରାଳୟ ଆଶା ସରକାରଙ୍କ ନାଲିଫିତା ତଳେ ଅଦୃଶ୍ୟ ହୋଇ ଯାଇଛି ବୋଲି କହିଛନ୍ତି ଓଡିଶା ସାହିତ୍ୟ ଏକାଡ଼େମୀ ପୁରସ୍କୃତ କବି ପୀତାମ୍ବର ତରାଇ। ପ୍ରାଥମିକ ଅବସ୍ଥାରେ ରାଜ୍ୟ ସଂସ୍କୃତି ବିଭାଗ ଅଧିକାରୀ ପୁରାତନ କୋଠାର ଗଠନ ଶୈଳୀ ଅନୁଧ୍ୟାନ କରିବା ସହିତ ନଷ୍ଟ ହେବାକୁ ବସିଥିବା ଶହଶହ ପୋଥି,କୁଜଙ୍ଗ ରାଜାଙ୍କ ବ୍ୟବହୃତ ସାମଗ୍ରୀ ଆଦି ବହୁ ମୁଲ୍ୟବାନ ସାଜ ସରଞ୍ଜାମର ଏକ ତାଲିକା ସରକାରଙ୍କୁ ପ୍ରଦାନ କରିଥିଲେ । ଏହା ସେତେବେଳେ ଜନସାଧାରଣଙ୍କ ଭିତରେ ଯଥେଷ୍ଟ ଆଶା ସଂଚାର କରିଥିଲା ବେଳେ ଜିଲ୍ଲାପାଳ ସଂଗ୍ରାମ ମହାପାତ୍ରଙ୍କ ବଦଳି ପରେ କାର୍ଯ୍ୟ ଯେଉଁଠି ଥିଲା ସେଇଠି ଅଟକି ରହିଛି । କୁଜଙ୍ଗର ସେହି ତିନିଶହ ବର୍ଷର ସର୍ବ ପୁରାତନ ତଥା କୁଜଙ୍ଗ ରାଜ୍ୟ ର ପ୍ରଶାସନିକ ଭବନ ସହିତ କୁଜଙ୍ଗର ନୌବାଣିଜ୍ୟ,ସ୍ବାଧୀନତା ସଂଗ୍ରାମ, ରଣନୀତି,ପ୍ରଜା ପାଳନ ଭଳି ବହୁ ଘଟଣାର ସ୍ମୃତି ବହନ କରୁଥିବା କୋଠାଘରଟି ଏବେ ପରିତ୍ୟକ୍ତ ଅବସ୍ଥାରେ ନଷ୍ଟ ଆଡକୁ ଗତି କରିଚାଲିଛି । ସରକାର ଉକ୍ତ ଐତିହ୍ୟ ସଂପର୍ଣ୍ଣ କୋଠାଘରକୁ ପୂର୍ବଦାବୀ ମୁତାବକ ଅଧବାଟରେ ଅଟକି ଥିବା ସଂଗ୍ରାହଳୟ ଘୋଷଣାକରିବାକୁ ଶ୍ରୀ ତରାଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।