ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ
Alok Kumar Mohapatra | 12 Mar 2026 | 7 min read | 3 views
ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦୀପ ନିକଟସ୍ତ ନୁଆଗାଁରେ ଅବସ୍ଥିତ ଜେଏସଡବ୍ଲୁ ଫାଉଣ୍ଡେସନର ସମର୍ଥ ଯୁବ ବିକାଶ କେନ୍ଦ୍ରରେ ମହିଳା ଦିବସ ଉତ୍ସାହ ଓ ଉଦ୍ଦୀପନା ସହ ପାଳିତ ହୋଇଯାଛି। ଏହି ଅବସରରେ ଉକ୍ତ କେନ୍ଦ୍ରର ଛାତ୍ରଛାତ୍ରୀଙ୍କ ମାଆ ମାନଙ୍କୁ ସମ୍ମାନ ଜଣାଇ ଏକ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଉତ୍ସବରେ ନିଜ ସନ୍ତାନଙ୍କ ଭବିଷ୍ୟତ ଗଢିବାରେ ମାଆ ମାନଙ୍କର ସମର୍ପଣ ଓ ତ୍ୟାଗକୁ ସ୍ୱୀକାର କରାଯାଇଥିଲା। ଏହି ଅବସରରେ ମାଆ ମାନେ ଆନନ୍ଦମୟ ପରିବେଶରେ କେକ କାଟି ମହିଳା ଦିବସ କୁ ପାଳନ କରିଥିଲେ। ଏହି ଉପଲକ୍ଷେ ମାଆ ମାନଙ୍କୁ ସମ୍ମାନ ସ୍ୱରୂପ ଉପହାର ପ୍ରଦାନ କରାଯାଇ ସେମାନଙ୍କୁ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ନୁଆଗାଁ ସରପଞ୍ଚ ଶ୍ରୀମତୀ ସୁଚିତ୍ରା ମନ୍ତ୍ରୀ, ଜେଏସଡବ୍ଲୁ ଉତ୍କଳ ଷ୍ଟିଲ ଲିମିଟେଡର ଉପାଧ୍ୟକ୍ଷ (ପ୍ରଶାସନ) ମନୋଜ ସିଂହ, ଜେଏସଡବ୍ଲୁ ଫାଉଣ୍ଡେସନ (ସିଏସଆର)ର ଲୋକେସନ୍ ହେଡ୍ ଅଭିଜିତ ମହାନ୍ତି ଏବଂ ଗୁରୁକୁଳ ଫାଉଣ୍ଡେସନର ମୁଖ୍ୟ ସୂରଜ କୁମାର ମିଶ୍ର ପ୍ରମୁଖଙ୍କ ସମେତ ଗୁରୁକୁଳ ଫାଉଣ୍ଡେସନର ଶିକ୍ଷକ, କର୍ମଚାରୀ ଓ ଅନେକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଏହି ଅବସରରେ ଆୟୋଜିତ ଆଲୋଚନା ଚକ୍ରରେ ଝରଣା ନାୟକ,କଳ୍ୟାଣୀ ଦାସଙ୍କ ସମେତ ଅନ୍ୟାନ୍ୟ ମାଆମାନେ ନିଜ ଝିଅ ମାନଙ୍କର ପ୍ରେରଣାଦାୟକ ଯାତ୍ରା ବିଷୟରେ ଅନୁଭବ ଉପରେ ଆଲୋକପାତ କରିଥିଲେ । ସେମାନେ କହିଥିଲେ ଯେ ସମର୍ଥ ଯୁବ ବିକାଶ କେନ୍ଦ୍ର ଯୁବ ପିଢିକୁ ମାର୍ଗଦର୍ଶନ,ଶିକ୍ଷା ଓ ନୂତନ ସୁଯୋଗ ପ୍ରଦାନ କରି ଜୀବନକୁ ପରିବର୍ତ୍ତନ କରୁଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଯେତେବେଳେ ମାଆ ମାନେ ସଶକ୍ତ ହୁଅନ୍ତି ଏବଂ ସନ୍ତାନ ମାନେ ଠିକ୍ ଶିକ୍ଷା ଓ ସମର୍ଥନ ପାଆନ୍ତି,ସମାଜର ଭବିଷ୍ୟତ ଅଧିକ ଉଜ୍ଜ୍ୱଳ ଓ ସୁଦୃଢ଼ ହୋଇ ଉଠିଥାଏ ବୋଲି ସାଧାରଣରେ ମତ ପ୍ରକାଶ ପାଇଥିଲା।
