ଲକ୍ ଥାନାରେ ଶିଶୁ ଅନୁକୂଳ ପୋଲିସ ଥାନା ଉଦଘାଟନ କଲେ କେନ୍ଦ୍ରାଞ୍ଚଳ ଆଇଜି
Bureau report | 17 Mar 2026 | 6 min read | 3 views
ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦ୍ୱୀପ ଲକ୍ ଥାନା ରେ ଏକ "ଶିଶୁ ଅନୁକୂଳ ପୋଲିସ ଥାନା" ଉଦଘାଟନ ହୋଇଯାଇଛି। କେନ୍ଦ୍ରାଞ୍ଚଳ ଆଇଜି ସତ୍ୟଜିତ୍ ନାୟକ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ଏସପି ଅଙ୍କିତ କୁମାର ବର୍ମା, ପାରାଦ୍ଵୀପ ଅତିରିକ୍ତ ଏସପି ସ୍ମୃତି ରଞ୍ଜନ କର,ଜଗତସିଂହପୁର ଏସଡିପିଓ ଆଜୀଙ୍କିୟ ମାଣେ ଓ ଲକ୍ ଥାନା ଆଇଆଇସି ରଶ୍ମି ରଞ୍ଜନ ଦାସ ଉପସ୍ଥିତ ଥିଲେ। ସେହିପରି ଆଇନଜୀବୀ ସଞ୍ଜୟ କୁମାର ବେହେରା, ପୂର୍ବତନ ସମିତି ସଭ୍ୟ ଚନ୍ଦ୍ରକାନ୍ତ ସ୍ୱାଇଁ ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। ଏହି "ଶିଶୁ ଅନୁକୂଳ ପୋଲିସ ଥାନା" ଷ୍ଟେସନ ର ଉଦ୍ଦେଶ୍ୟ ହେଉଛି ଛୋଟ ପିଲାମାନଙ୍କ ମନରେ ଥିବା ପୋଲିସ ପ୍ରତି ଭୟକୁ ଦୂରକରିବା। ଯାହା ଦ୍ବାରା ସମାଜରେ ଘଟୁଥିବା ବିଭିନ୍ନ ଅପରାଧ ସମ୍ପର୍କରେ ପୋଲିସ ସହଜରେ ଖବର ପାଇବା ସହିତ ତ୍ବିରିତ କାର୍ଯ୍ୟାନୁଷ୍ଠାନ ରେ ସହାୟକ ହେବ। ଏଥିସହିତ ବିଭିନ୍ନ ଅପରାଧରେ ଜଡ଼ିତ ହେଉଥିବା ଛୋଟ ପିଲାମାନଙ୍କୁ ଏହି "ଶିଶୁ ଅନୁକୂଳ ପୋଲିସ ଥାନା" ମାଧ୍ୟମରେ ସମାଜର ମୁଖ୍ୟ ସ୍ରୋତରେ କୁ ଫେରାଇ ଆଣିବା ହେଉଛି ଏହାର ମୂଳ ଉଦ୍ଦେଶ୍ୟ। ଏହି କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳରେ ଥିବା ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ସାମିଲ କରାଯାଇଥିଲା। ଛାତ୍ରଛାତ୍ରୀମାନଙ୍କ ସହିତ ପୋଲିସ ଅଧିକାରୀ ମାନେ ଆଲୋଚନା କରିବା ସହିତ ସେମାନଙ୍କୁ ଅପରାଧିକ କାର୍ଯ୍ୟକଳାପ ଏବଂ ଏହାର ପ୍ରତିରୋଧ ସମ୍ପର୍କରେ ମଧ୍ୟ ସଚେତନ କରାଯାଇଥିଲା ।
