ରାଜନୈତିକ ଛତ୍ରଛାୟା ତଳେ ବେଧଡକରେ ଚାଲିଥିଲା ଚୋରା ବାଲି ଚାଲାଣ, ଜବତ ହେଲା ବାଲି ଖୋଳା ବୋଟ୍ ।
pragyansila bureau | 27 Nov 2025 | 8 min read | 9 views
ଜଗତସିଂହପୁର ( ପି.ଏନ. ଏସ ) : ରାଜନୈତିକ ଛତ୍ରଛାୟା ତଳେ ମହାନଦୀ ରୁ ବେଧଡକ ଚାଲିଥିଲା ଚୋରା ବାଲି ଚାଲାଣ । ଜିଲ୍ଲାର ଜଣେ ପ୍ରଭାବଶାଳୀ ନେତା ନିଜ ସଂସ୍ଥା ର ମେସିନ ମଧ୍ୟ ସେଠାରେ ଲଗାଇଥିଲେ । ଦୈନିକ ଶହ ଶହ ଟ୍ରିପ ବାଲି ଚୋରି କରି ମୋଟା ଅଙ୍କର ମୁନାଫା କମାଉଥିଲେ ସମ୍ପୃକ୍ତ ନେତା । ସମ୍ପୃକ୍ତ ନେତାଙ୍କ ଦ୍ବାରା କୁଜଙ୍ଗ ବ୍ଲକ ଅନ୍ତର୍ଗତ କାଠକୋଟ ପଂଚାୟତ ଗୋର୍ଦ୍ଧା ନିକଟରେ ତିଆରି ହୋଇଥିଲା ଏହି ନୂତନ ସ୍ବତନ୍ତ୍ର ବାଲିଘାଟ । ହେଲେ ହଠାତ୍ ପହଞ୍ଚି ଗଲେ ଜିଲ୍ଲା ଲଘୁ ଖଣିଜ ବିଭାଗ, ସେମାନଙ୍କୁ ଦେଖି ଦୈଡିଲେ ସେଠାରେ ନିୟୋଜିତ କର୍ମଚାରୀ । ଉକ୍ତ ବାଲି ଘାଟ ରୁ ଗୋଟିଏ ବାଲି ଡ୍ରେଜିଙ୍ଗ ବୋଟ କୁ ଜବତ କରିଛି ଜଗତସିଂହପୁର ଜିଲ୍ଲା ଲଘୁ ଖଣିଜ ବିଭାଗ l ଘଟଣା ସ୍ଥଳରେ ପୋଲିସ ଓ ଖଣିଜ ବିଭାଗ ଅଧିକାରୀ ପହଞ୍ଚି ବୋଟ କୁ ଜବତ କରିବା ସହିତ ବୋଟ ମାଲିକ ନାମରେ ଏକ ମାମଲା ରୁଜୁ କରାଯିବ ବୋଲି ଖଣିଜ ବିଭାଗ ଅଧିକାରୀ ପ୍ରକାଶ କରିଛନ୍ତି l ସୂଚନା ମୁତାବକ ନୂତନ ସରକାର ଆସିବା ପରେ ରାଜ୍ୟ ସରକାରଙ୍କ ପ୍ରମୁଖ ବିଭାଗ ଦାୟିତ୍ୱରେ ଥିବା ଜଣେ ନେତା ୧୩ ମାସ ତଳେ ଏହି ଘାଟକୁ ବେଆଇନ ଭାବେ ନିଜ ଅଧିନକୁ ନେଇ ନିଜ ପରିବାର ଓ ବନ୍ଧୁ ବାନ୍ଧବ ଙ୍କ ନାମରେ ଥିବା ଠିକା ସଂସ୍ଥା ପାଇଁ ଏଠାରୁ ବାଲି ଉଠାଉଥିଲେ । ଡ୍ରେଜିଙ୍ଗ ମାଧ୍ୟମ ରେ ବାଲି ଉଠାଇ ହାଇଓ୍ବା ଦ୍ବାରା ପାରାଦ୍ଵୀପ ର ବିଭିନ୍ନ ଶିଳ୍ପ ସଂସ୍ଥାକୁ ଚାଲାଣ ହେଉଥିବା ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି । ଚୋରା ଚାଲାଣ କରାଯାଉଥିବାର ସୂଚନା ବିଭାଗ ପାଇବା ପରେ ଏକ ସୁବ୍ୟବସ୍ଥିତ ଯୋଜନା ମାଧ୍ୟମରେ ରେ ଚଢ଼ାଉ କରି ବୋଟ ଟିକୁ ଜବତ କରିଥିଲେ l ବିଭାଗର ଏହି ଅଚାନକ ଚଢ଼ାଉ କୁ ଦେଖି ବାଲି ଚୋରା ଚାଲାଣ ରେ ସମ୍ପୃକ୍ତ ଥିବା ବାଲି ମାଫିଆ ଘଟଣା ସ୍ଥଳ ରୁ ବୋଟ ଛାଡି ଫେରାର ହୋଇ ଯାଇଥିଲେ l ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା, ଲଘୁ ଖଣିଜ ବିଭାଗ ଅଧିକାରୀ ଏସମ୍ପର୍କରେ ସ୍ଥାନୀୟ ଥାନାକୁ ମଧ୍ୟ ଖବର ଦେଇନଥିବା ସୂଚନା ମିଳିଛି। ଫଳରେ ଚଢ଼ାଉ ସମୟରେ ବୋଟ୍ ଜବତ କରିବାରେ ବିଭାଗ ସଫଳ ହୋଇଛି, ସ୍ଥାନୀୟ ଥାନାର କିଛି ଅଧିକାରୀ ସମ୍ପୃକ୍ତ ନେତାଙ୍କ ହାତବାରିସି ସାଜି ଏହି ଚୋରା ବାଲି ଚାଲାଣ ରେ ସହଯୋଗ କରୁଥିବା ଆଲୋଚନା ହେଉଥିବା ବେଳେ ଏ ନେଇ ତଦନ୍ତ ଜାରୀ ରହିଥିବା ପ୍ରକାଶ କରିଛନ୍ତି ଲଘୁ ଖଣିଜ ବିଭାଗ ଅଧିକାରୀ ।
