ଜଗତସିଂହପୁରରେ ଅପରେସନ ବାଲୁବଜ୍ର, ରାତି ଅଧରେ ବାଲିଘାଟରେ ଚଢ଼ାଉ କଲେ ଜିଲ୍ଲାପାଳ ଓ ଏସପି ।
pragyansila bureau | 27 Nov 2025 | 6 min read | 10 views
ଜଗତସିଂହପୁର ( ପି.ଏନ. ଏସ ) : ଜଗତସିଂହପୁର ଜିଲ୍ଲା ମହାନଦୀ ର କିଲିପାଳ ବାଲି ଘାଟରେ ଗତକାଲି ବିଳମ୍ବିତ ରାତିରେ କେନ୍ଦ୍ରାଞ୍ଚଳ ଡିଆଇଜି ଙ୍କ ସହ ଜଗତସିଂହପୁର ଜିଲ୍ଲାପାଳ ଓ ଏସପିଙ୍କ ଅଚାନକ ମିଳିତ ଚଢ଼ାଉ କରି 50 ରୁ ଉର୍ଦ୍ଧ୍ବ ବେଆଇନ ବାଲି ବୋଝେଇ ହାଇୱା ଜବତ କରିଛନ୍ତି । ଏଥି ସହିତ 6 ଜଣ ହାଇୱା ଚାଳକ ଗିରଫ ହୋଇଥିବା ବେଳେ ଗୋଟିଏ ମୋବାଇଲ ଜବତ କରାଯାଇଛି । ଏହି ଘାଟ ଟେଣ୍ଡର ନେଇଥିବା ଠିକାଦାର ସରକାରୀ ନିୟମ କୁ ଉଲଂଘନ କରି ବେଆଇନ ଭାବରେ ନିର୍ଦ୍ଧାରିତ ସ୍ତର ଠାରୁ ଅଧିକ ପରିମାଣ ର ବାଲି ଉଠାଉ ଥିବାର ଅଭିଯୋଗ ହେଉଥିଲା । ବାଲି ବୋଝେଇ ହାଇୱା ଗୁଡିକ ଏବେ ମଧ୍ୟ ବାଲି ଘାଟରେ ଅଟକି ରହିଥିବା ବେଳେ ଘଟଣା ସ୍ଥଳରେ ପୋଲିସ ଫୋର୍ସ ମୃତୟନ କରାଯାଇଛି । ଏହି ଘଟଣାକୁ ନେଇ କେନ୍ଦ୍ରାଞ୍ଚଳ ଡିଆଇଜି, ଜିଲ୍ଲାପାଳ ଓ ଏସପିଙ୍କ ଙ୍କ ଉପସ୍ଥିତି ରେ ଏକ ମିଳିତ ପ୍ରେସମିଟ କରାଯାଇଛି । ଅପରେସନ ବାଲୁବଜ୍ର ମାଧ୍ୟମରେ 50 ଟି ବାଲି ବୋଝେଇ ହାଇୱା ସହିତ 3 ଟି ପ୍ରୋକ୍ଲିନ ମେସିନ କୁ ମଧ୍ୟ ଜବତ କରାଯାଇଛି । ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶରେ ଚଢ଼ାଉ କରାଯାଇଥିବା ସହ ଏହି ଧାରା ଜାରି ରହିବ ଓ ମୁଠାଏ ବାଲି ମଧ୍ୟ ଚୋରା ଚାଲାଣ କରିବାକୁ ଦିଆ ଯିବ ନାହିଁ ବୋଲି ଡ଼ିଆଇଜି କହିଛନ୍ତି । ଚଢ଼ାଉ ହୋଇଥିବା ବାଲିଘାଟରୁ ବାର୍ଷିକ 15 କୋଟି ଟଙ୍କା ରାଜସ୍ଵ ହାନି ହେଉଥିବାର ସେ କହିଛନ୍ତି । ଖଣି ବିଭାଗ ସଠିକ ଭାବରେ ଜିଲ୍ଲାରେ କାମ କରୁନାହିଁ ବୋଲି ଜିଲ୍ଲାପାଳ କହିବା ସହ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଉଚ୍ଚ କତ୍ତୃପକ୍ଷ ଙ୍କୁ ଲେଖାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।
