Latest News
ଲକ୍ ଥାନାରେ ଶିଶୁ ଅନୁକୂଳ ପୋଲିସ ଥାନା ଉଦଘାଟନ କଲେ କେନ୍ଦ୍ରାଞ୍ଚଳ ଆଇଜି ❯❯ ପାରାଦ୍ଵୀପ ଗଲ୍ଫ କ୍ଲବ ପକ୍ଷରୁ ପ୍ରେସିଡେଣ୍ଟ କପ୍ ଗଲ୍ଫ ଟୁର୍ଣ୍ଣାମେଣ୍ଟ -୨୦୨୬ ଆୟୋଜିତ । ❯❯ ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯

ଗାରୋଇ ନଦୀ ବନ୍ଧରୁ ମିଳିଲା ନିଖୋଜ ଯୁବକଙ୍କ ଜ୍ୟାକେଟ, ଚପଲ ଓ ମୋବାଇଲ ।

pragyansila bureau | 27 Nov 2025 | 4 min read | 7 views

ନାଉଗାଁ ( ପି.ଏନ. ଏସ ) : ଗତକାଲିଠାରୁ ନିଖୋଜ ଥିବା ଯୁବକ ର ଜ୍ୟାକେଟ, ଚପଲ ଓ ମୋବାଇଲ ଗାରୋଇ ଦେବୀ ନଦୀ ବନ୍ଧ ନିକଟରେ ଥିବା ନେଇ ଯୁବକ ନଦୀ ରେ ବୁଡି ଯାଇଥିବା ସନ୍ଦେହ । ଅଗ୍ନିଶମ ବାହିନୀ ର ନଦୀ ରେ ଖୋଜାଖୋଜି ଜାରି l ତେବେ ଏପରି ଦୃଶ୍ୟ ଆଜି ଦେଖିବାକୁ ମିଳିଛି ନାଉଗାଁ ଥାନା ଅଞ୍ଚଳ ର ଗାରୋଇ ଦେବୀ ନଦୀ ବନ୍ଧ ନିକଟରେ, କୋରୁଅ ଗ୍ରାମର ସ୍ବର୍ଗତ ନୀଳମଣି ସ୍ୱାଇଁ ଙ୍କ 33 ବର୍ଷୀୟ ପୁଅ ରାକେଶ ସ୍ୱାଇଁ, ଗତକାଲିଠାରୁ ନିଖୋଜ ଥିବା ବେଳେ ଆଜି ତାଙ୍କ ର ଜ୍ୟାକେଟ, ମୋବାଇଲ ଓ ଚପଲ ଉକ୍ତ ନଦୀ ବନ୍ଧ ନିକଟରେ ଦେଖା ଯାଇଥିଲା l ତେବେ ସ୍ଥାନୀୟ ଲୋକେ ଏହା ଦେଖି ନାଉଗାଁ ଅଗ୍ନିଶମ ବାହିନୀ ଓ ନାଉଗାଁ ପୋଲିସ କୁ ତୁରନ୍ତ ସୂଚନା ଦେବା ପରେ ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଂଚି ଯୁବକ ଙ୍କୁ ଖୋଜାଖୋଜି କରୁଥିବା ର ଦେଖା ଯାଇଛି l ଅନ୍ୟପଟେ ଯୁବକ ଜଣକ ଶୌଚ ହେବା ପାଇଁ ଯିବା ବେଳେ ନିଖୋଜ ହୋଇଯାଇଥିବା ର ସନ୍ଦେହ କରାଯାଉଛି l