Latest News
ଲକ୍ ଥାନାରେ ଶିଶୁ ଅନୁକୂଳ ପୋଲିସ ଥାନା ଉଦଘାଟନ କଲେ କେନ୍ଦ୍ରାଞ୍ଚଳ ଆଇଜି ❯❯ ପାରାଦ୍ଵୀପ ଗଲ୍ଫ କ୍ଲବ ପକ୍ଷରୁ ପ୍ରେସିଡେଣ୍ଟ କପ୍ ଗଲ୍ଫ ଟୁର୍ଣ୍ଣାମେଣ୍ଟ -୨୦୨୬ ଆୟୋଜିତ । ❯❯ ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯

ପାରାଦୀପ ଏସି/ଏସଟି ଆସୋସିଏସନ ପକ୍ଷରୁ ୭୬ତମ ବାର୍ଷିକ ସମ୍ବିଧାନ ପ୍ରଣୟନ ଦିବସ ପାଳିତ

Alok Kumar Mohapatra | 26 Nov 2025 | 5 min read | 12 views

ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦୀପ ଏସି/ଏସଟି ଆସୋସିଏସନ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ସ୍ଥାନୀୟ ମଧୁବନ ସ୍ଥିତ ଡ଼ଃ. ବି ଆର ଆମ୍ବେଦକର ପ୍ରତିମୂର୍ତ୍ତି ନିକଟରେ ୭୬ ତମ ବାର୍ଷିକ ସମ୍ବିଧାନ ଦିବସ ନଭେମ୍ବର ୨୬ ତାରିଖ ବୁଧବାର ଦିନ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପାରାଦୀପ ବନ୍ଦର ଡେପୁଟି ସେକ୍ରେଟାରୀ ପରାଓ ଟୁଡୁ, ସମ୍ମାନିତ ଅତିଥି ଭାବେ ବନ୍ଦରର ପୂର୍ବତନ ଟ୍ରଷ୍ଟି ତଥା ଆସୋସିଏସନ ର କାର୍ଯ୍ୟକାରୀ ସଭାପତି ପରେଶ ମୁର୍ମୁ ଓ ସମ୍ପାଦକ ଧୂନ ଚନ୍ଦ୍ର ତରାଇ, ମହେଶ୍ବର ସୋରେନ, ସୁନ୍ଦର ମାରାଣ୍ଡି, ପୁରୁଷୋତ୍ତମ ବେଶ୍ରା, ବିଦୁ ମୂର୍ମୁ,ଜ୍ୟୋସ୍ନା ପ୍ରେମା ଲାକ୍ରା, ଭଞ୍ଜ ମାଝୀ, ଶଙ୍କର ମଲ୍ଲିକ, ବିଜୟ କୁମାର ନାୟକ, ଛୋଟରାୟ ମାଝୀ, ଆଶିଷ ବିରୁଲି ପ୍ରମୁଖ ଯୋଗ ଦେଇ ୧୯୪୯ ମସିହାରେ ସମ୍ବିଧାନ ପ୍ରଣୟନ ହେବା ଦିନ ଠାରୁ ଏହି ଦିବସକୁ କିଭଳି ସାରା ଭାରତ ବର୍ଷରେ ସବୁଆଡେ ପାଳନ କରାଯାଉଛି ସେ ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଅପରାହ୍ନ ୩ଟା ରେ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏଥିରେ ଆସୋସିଏସନ ର ବହୁ ସଭ୍ୟ ସଭ୍ୟା ଙ୍କ ସମେତ ଡକ୍ଟର ଭୀମରାଓ ଆମ୍ବେଦକର ପ୍ରେମୀ ଭାଇ ଓ ଭଉଣୀ ମାନେ ଉପସ୍ଥିତ ଥିଲେ ।