ଟୋକିଓ ଅଲମ୍ପିକ୍ସରେ ବ୍ରୋଞ୍ଜ ପଦକ ହାସଲ କରି ଓଡିଶା ପାଇଁ ଗୌରବ ଆଣିଲେ ଲୋମା ସ୍ୱାଇଁ
Alok Kumar Mohapatra | 26 Nov 2025 | 7 min read | 13 views
ପାରାଦ୍ୱୀପ ( ପି.ଏନ. ଏସ ) : ଚଳିତ ନଭେମ୍ବର ୧୫ ରୁ ୨୬ ତାରିଖ ପର୍ଯ୍ୟନ୍ତ ଜାପାନ ର ଟୋକିଓ ଠାରେ ଆୟୋଜିତ ହୋଇଥିବା ବଧିର ଅଲମ୍ପିକ୍ସରେ ଜୁଡୋ ପ୍ରତିଯୋଗିତାର ୫୦ କେଜି ବର୍ଗରେ ବ୍ରାଜିଲର ପ୍ରତିଯୋଗୀଙ୍କୁ ପରାସ୍ତ କରି ପାରାଦୀପ ନିକଟସ୍ଥ ଭୁତମୁଣ୍ଡାଇ ଗ୍ରାମର ଲୋମା ସ୍ୱାଇଁ କାଂସ୍ୟ ପଦକ ହାସଲ କରି ଦେଶ, ଓଡିଶା ତଥା ପାରାଦୀପ ଅଞ୍ଚଳ ପାଇଁ ଗୌରବ ଆଣିଦେଇଛନ୍ତି l ଭୁତମୁଣ୍ଡାଇ ଗ୍ରାମର ପୂର୍ବତନ ସରପଞ୍ଚ ସଞ୍ଜୟ ସ୍ୱାଇଁ ଙ୍କ ଝିଅ ଜାତୀୟ ସ୍ତରର ଜୁଡୋ ଖେଳାଳି ଲୋମା ପଦକ ଜିତିବା ପରେ କ୍ରୀଡ଼ା ପ୍ରେମୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି l ଏହି ପରିପ୍ରେକ୍ଷୀରେ ତାଙ୍କୁ ପ୍ରଶିକ୍ଷଣ ଦେଉଥିବା ସୁନିଲ ରାଠୀ, ଦୀର୍ଘ ଦିନ ପ୍ରଶିକ୍ଷଣ ଦେଉଥିବା ହରିପ୍ରସାଦ ପଟ୍ଟନାୟକଙ୍କୁ ଲୋମା ଓ ତାଙ୍କ ପରିବାର କୃତଜ୍ଞତା ଜ୍ଞାପନ କରିଛନ୍ତି l ତେବେ ଏହି ସଫଳତା ହାସଲ ପରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଲୋମା ଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି l ସେହିପରି କୁଜଙ୍ଗ ଆଥଲେଟିକ କ୍ଲବର ପୂର୍ବତନ ସଭାପତି କ୍ରୀଡ଼ାବିତ ରଞ୍ଜନ କୁମାର ଦାସ,ପାରାଦୀପ ଟ୍ରକ ଆସୋସିଏସନ ସଭାପତି ଆଲୋକ ପରିଡା ଙ୍କ ସମେତ ବହୁ ବୁଦ୍ଧିଜୀବୀ, କ୍ରୀଡା ପ୍ରେମୀ ଓ ଶୁଭେଛୁ ଏହି ସଫଳତା ପାଇଁ ଲୋମାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି l
ସୂଚନାଥାଉକି,ଟୋକିଓ ଠାରେ ଆୟୋଜିତ ଏହି ବଧିର ଅଲମ୍ପିକ୍ସରେ ୨୧ ବର୍ଗ କ୍ରୀଡାରେ ଭାରତର ୪୫ ପୁରୁଷ ଓ ୨୮ ଜଣ ସର୍ବମୋଟ ୭୩ ଜଣ କ୍ରୀଡ଼ାବିତ ଅଂଶଗ୍ରହଣ କରିଥିଲେ l ଏଥିରେ ଭାରତ ଦଳ ବିଭିନ୍ନ ଶ୍ରେଣୀରେ ୯ ଟି ସ୍ବର୍ଣ୍ଣ, ୭ ରୌପ୍ୟ, ୪ ଟି କାଂସ୍ୟ ପଦକ ସର୍ବମୋଟ ୨୦ ଟି ପଦକ ହାସଲ କରି ଷଷ୍ଠ ସ୍ଥାନରେ ରହିଛି l