ପାରାଦୀପର ବିଭିନ୍ନ ବସ୍ତିରେ ଅଛନ୍ତି ସଂଖ୍ୟାଧିକ ବାଂଲାଦେଶୀ ! ଚିହ୍ନଟ ପ୍ରକ୍ରିୟାରେ ଶିଥିଳତା
Alok Kumar Mohapatra | 26 Nov 2025 | 5 min read | 13 views
ପାରାଦ୍ୱୀପ ( ପି.ଏନ. ଏସ ) : ଜଗତସିଂହପୁର ଜିଲ୍ଲାରେ ଅଦ୍ୟାବଧି ପ୍ରାୟ ୨୦ ଜଣ ବାଂଲାଦେଶୀ ଚିହ୍ନଟ ହୋଇଥିବା ବେଳେ ସ୍ପର୍ଶକାତର ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ଓ ବନ୍ଦର ସହର ପାରାଦୀପର ବିଭିନ୍ନ ବସ୍ତିରେ ଶହ ଶହ ବାଂଲାଦେଶୀ ଘରଦ୍ୱାର କରି ବସବାସ କରୁଥିବା ବେଳେ ସେମାନଙ୍କୁ ଚିହ୍ନଟ କରିବା ପ୍ରକ୍ରିୟାରେ ଶିଥିଳତା ଦେଖାଯାଉଥିବା ନେଇ କୁହାଯାଉଛି l ସୁରକ୍ଷା ଦୃଷ୍ଟିରୁ ପାରାଦୀପ ବନ୍ଦର, ତୈଳ ବିଶୋଧନାଗାର, ସାରକାରଖାନା, ବିଭିନ୍ନ ରସାୟନିକ ଶିଳ୍ପ ଇତ୍ୟାଦି ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିବା ବେଳେ ଏଠାରେ ଯାଞ୍ଚ ପ୍ରକ୍ରିୟାରେ ଶିଥିଳତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି l ପାରାଦୀପର ବିଜୟଚାନ୍ଦପୁର, ମୂଷାଢିଆ, ଚନକଣ, ରଙ୍ଗିଆଗଡ଼, ରାମଚଣ୍ଡିପଡା, ଜର୍ଦାରୀପଡା,ପାରାଦୀପ ପୌରାଞ୍ଚଳର ଷଣ୍ଢକୁଦ, ବଙ୍ଗାଳିପଡ଼ା,ସନ୍ତୋଷୀ ନଗର, ବାଲିଝରା, ନୂଆବଜ଼ାର ସଞ୍ଜୟଗାନ୍ଧୀ ବସ୍ତି ଇତ୍ୟାଦିରେ ସାହସ୍ରାଧିକ ବାଂଲାଦେଶୀ ଘରଦ୍ୱାର କରି ରହୁଥିବା ବେଳେ ଜିଲ୍ଲା ଓ ସ୍ଥାନୀୟ ପୋଲିସ ପ୍ରଶାସନ କିପରି ସେମାନଙ୍କୁ ଠାବ କରି ପାରୁନାହାନ୍ତି ଏବଂ ଚିହ୍ନଟରେ ବିଳମ୍ବ ହେଉଛି ତାହା ସାଧାରଣରେ ଆଲୋଚନା ହେଉଛି l ଅନ୍ୟପକ୍ଷରେ ସମୁଦ୍ର ପଥରେ ବାଂଲାଦେଶୀ ଙ୍କ ଅନୁପ୍ରବେଶ ଉପରେ କଡା ନଜର ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ ହୋଇପଡିଥିବା ବେଳେ ପ୍ରଶାସନ ଏଥିପ୍ରତି ସଜାଗ ରହିବା ଏକାନ୍ତ ଜରୁରୀ ହୋଇପଡିଛି l
