Latest News
ଲକ୍ ଥାନାରେ ଶିଶୁ ଅନୁକୂଳ ପୋଲିସ ଥାନା ଉଦଘାଟନ କଲେ କେନ୍ଦ୍ରାଞ୍ଚଳ ଆଇଜି ❯❯ ପାରାଦ୍ଵୀପ ଗଲ୍ଫ କ୍ଲବ ପକ୍ଷରୁ ପ୍ରେସିଡେଣ୍ଟ କପ୍ ଗଲ୍ଫ ଟୁର୍ଣ୍ଣାମେଣ୍ଟ -୨୦୨୬ ଆୟୋଜିତ । ❯❯ ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯

ଜଗତସିଂହପୁର ନିର୍ବାଚନ ମଣ୍ଡଳୀରେ ୧୫୦ତମ ବନ୍ଦେ ମାତରଂ ଉତ୍ସବ ପାଳିତ ।

pragyansila bureau | 25 Nov 2025 | 6 min read | 11 views

ଜଗତସିଂହପୁର ( ପି.ଏନ. ଏସ ) : ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ପକ୍ଷରୁ ବନ୍ଦେ ମାତରମ୍ ୧୫୦ ବର୍ଷ ଉତ୍ସବ ପାଳିତ ହୋଇଯାଇଛି ।ଏହି ଅବସରରେ ସ୍ଥାନୀୟ କଲେଜ ଛକ ନିକଟରୁ ବିଧାୟକ ଅମରେନ୍ଦ୍ର ଦାସ ଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା ।ଏହି ଶୋଭାଯାତ୍ରାରେ ୫ ହଜାରରୁ ଉର୍ଦ୍ଧ୍ବ ମହିଳା, ପୁରୁଷ, ଯୁବ, ଛାତ୍ର ଓ ବରିଷ୍ଠ ନାଗରିକ ମାନେ ଯୋଗ ଦେଇଥିଲେ। ବନ୍ଦେ ମାତାରମ ଧ୍ବନିରେ ପ୍ରକମ୍ପିତ ହୋଇଥିଲା ସାରା ସହର। ପରେ ସ୍ଥାନୀୟ ସାରଦା ମଣ୍ଡପ ପରିସରରେ ଏକ ସଭା ଅନୁଷ୍ଟିତ ହୋଇଥିଲା । ଏହି ସଭାରେ ସମସ୍ତେ ଏକତ୍ରିତ ହୋଇ ବନ୍ଦେ ମାତାରମ୍ ସଙ୍ଗୀତ ଗାନ କରିଥିଲେ। ପରେ ବିଜେପି ଜିଲ୍ଲା ଉପସଭାପତି ସୌଭାଗ୍ୟ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଟିତ ସଭାରେ ମୁଖ୍ୟ ଅତିଥି ଭାବରେ ବିଧାୟକ ଅମରେନ୍ଦ୍ର ଦାସ ଯୋଗ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ବିଜେପି ସଭାପତି ଉପେନ୍ଦ୍ର ବିଶ୍ବାଳ, ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ଦେବିଦତ୍ତ ମହାନ୍ତି, ପୂର୍ବତନ ଜଗତସିଂହପୁର ବ୍ଲକ୍ ଅଧ୍ୟକ୍ଷ ପ୍ରସନ୍ନ ସ୍ଵାଇଁ, ବରିଷ୍ଟ ବିଜେପି ନେତା ଶ୍ରୀକାନ୍ତ ଚୌଧୁରୀ, ଅକ୍ଷୟ କୁମାର ପାତ୍ର, ଜଗନ୍ନାଥ ଦାସ, ଲକ୍ଷ୍ମୀକାନ୍ତ ସ୍ଵାଇଁ ପ୍ରମୁଖ ଯୋଗଦେଇ ବନ୍ଦେ ମାତରମ ଗୀତଟି ଜାତୀୟ ସଙ୍ଗୀତ ଭାବରେ ନିଜର ସୋତନ୍ତ୍ରତା ସୃଷ୍ଟି କରିଥିବା ବେଳେ ଏବେ ଏହା ଏକ ସ୍ଲୋଗାନ ରେ ପରିଣତ ହୋଇଛି । ବନ୍ଦେ ମାତରମ ଗୀତ ଟି ବାଜିଲା କ୍ଷଣି ସମସ୍ତ ଭାରତୀୟଙ୍କ ମନରେ ସିହରଣ ଖେଲିଯାଏ । ଏହି ସଙ୍ଗୀତକୁ ସମ୍ମାନ ଜଣାଇ ଆଜି ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ହାତରେ ତ୍ରିରଙ୍ଗା ଧରି ବନ୍ଦେ ମାତରମ , ଭାରତ ମାତାକି ଜୟ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ ।