ପାରାଦ୍ଵୀପ ଲକପଡା ବସ୍ତିରେ ଗୋମାଂସକୁ ନେଇ ଉତ୍ତେଜନା ।
Alok Kumar Mohapatra | 25 Nov 2025 | 10 min read | 18 views
ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦୀପ ଉପକଣ୍ଠ ସ୍ଥିତ ଲକପଡାରେ ବାଂଲାଦେଶୀ ବହୁଳ ବସ୍ତିରେ ଏକଘର ଭିତରେ ଗୋମାଂସ ରୋଷେଇ ଚାଲିଥିବା ବେଳେ ହିନ୍ଦୁସେନା ଓ ବଜରଙ୍ଗ ଦଳ ଘଟଣାର ପର୍ଦ୍ଦାଫାଶ କରି ପୋଲିସ କୁ ଖବର ଦେଇଥିଲେ l ଘଟଣାଟି ପ୍ରଘଟ ହେବାପରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା ଏବଂ ଖବର ପାଇ ଘଟଣାସ୍ଥଳରେ ଆଦର୍ଶ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ରନ୍ଧାମାଂସ ସହିତ ଜଣଙ୍କୁ ଧରିଆଣି ପୋଲିସ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି l ସୂଚନା ଅନୁଯାୟୀ ଆଜି ସକାଳ ସମୟରେ ପାରାଦ୍ଵୀପ ଲକପଡା ଅଞ୍ଚଳରେ କିଛିଲୋକ ତାଳଦଣ୍ଡା କେନାଲରେ ମାଂସ ଧୋଉଥିବା ବେଳେ ସ୍ଥାନୀୟ କିଛି ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହେବା ସହିତ ହିନ୍ଦୁସେନା ଓ ବଜରଙ୍ଗ ଦଳର କର୍ମୀ ମାନଙ୍କୁ ଖବର ଦେଇଥିଲେ l ଉଭୟ କର୍ମୀମାନେ ଘଟଣାସ୍ଥଳରେ ପହଞ୍ଚିବା ପରେ କିଛି ମହିଳା ଏମାନଙ୍କୁ ଅନୁସରଣ କରୁଥିବା ବେଳେ ମାଂସ ରୋଷେଇର ଦୁର୍ଗନ୍ଧକୁ ନେଇ ଏକ ଘରେ ଚଢ଼ାଉ କରିବା ପରେ ଜଣେ ମହିଳା ସତ ମାନିଥିଲେ l ଆମ ନଣନ୍ଦ ଗୋମାଂସ ପଠାଇଛି ଆମେ ରୋଷଇ କରୁଛୁ, ଯାହାକୁ ନେଇ କିଛି ସମୟ ପାଇଁ ଉତ୍ତେଜନା ଲାଗି ରହିଥିବା ବେଳେ ଏହି ଗୋମାଂସ କେଉଁଠୁ ଆସୁଛି ଓ ଏହି ଲକପଡା ଅଞ୍ଚଳରେ ଏକାଧିକ ସ୍ଥାନରେ ବାଂଲାଦେଶୀ ରୋହିଙ୍ଗିଆ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକ ରୋଷଇ କରି ଖାଉଛନ୍ତି ତାହାକୁ ନେଇ ଉଭୟ ହିନ୍ଦୁସେନା ଓ ବଜରଙ୍ଗ ଦଳର କର୍ମୀମାନେ ଏପରି କାର୍ଯ୍ୟରେ ଲିପ୍ତ ବ୍ୟକ୍ତି ମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଶାସନକୁ ଚେତାବନୀ ଦେଇଛନ୍ତି l ଏପରିକି ନିତ୍ୟ ବ୍ୟବହାର କାର୍ଯ୍ୟରେ କେନାଲ ପାଣି ଉପରେ ହିନ୍ଦୁ ସମ୍ପ୍ରଦାୟ ନିର୍ଭର କରୁଥିବା ବେଳେ କିଭଳି ଏମାନେ କେନାଲ ପାଣିରେ ଗୋମାଂସ ଧୋଉଛନ୍ତି ତାହାକୁ ଦୃଢନିନ୍ଦା କରିବା ସହିତ ଏମାନଙ୍କୁ ଏଠାରୁ ତଡ଼ି ଦେବାକୁ କହିଛନ୍ତି ହିନ୍ଦୁ ସେନା ଓ ବଜରଙ୍ଗ ଦଳ l ଉକ୍ତ ଘଟଣାରେ ତଦନ୍ତ କରି ପାରାଦୀପରେ କେଉଁଠି ଗୋମାଂସ କଟା ଯାଉଛି ତାହା ଉପରେ ପୋଲିସ କଡା ନଜର ରଖିବାକୁ ଉଭୟ କର୍ମୀମାନେ ନିବେଦନ କରିଛନ୍ତି l ଯଦି ଏଥିରେ ପୋଲିସ ବିଳମ୍ବ କରେ ତେବେ ଆଗାମୀ ଦିନରେ ଉଭୟ ହିନ୍ଦୁସେନା ଓ ବଜରଙ୍ଗ ଦଳ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି l ତେବେ ସମ୍ପ୍ରତି ଦେଶ, ରାଜ୍ୟ ତଥା ଜଗତସିଂହପୁର ଜିଲ୍ଲାରେ ବାଂଲାଦେଶୀ ମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ବିଦା କରାଯାଉଥିବା ବେଳେ ପାରାଦ୍ଵୀପ ର ଲକପଡା ସମେତ ବିଭିନ୍ନ ସ୍ଥାନରେ ଜାଲ ପରିଚୟରେ ଏହି ବାଂଲାଦେଶୀ ସଂଖ୍ୟାଲଘୁ ହଜାର ହଜାର ସଂଖ୍ୟାରେ ବସ୍ତି କରି କିପରି ରହୁଛନ୍ତି ଏବଂ ସେମାନଙ୍କୁ ଚିହ୍ନଟ ପ୍ରକ୍ରିୟା ଜୋରଦାର ନକରିବା ପ୍ରଶାସନର ପରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି l
