Latest News
ଲକ୍ ଥାନାରେ ଶିଶୁ ଅନୁକୂଳ ପୋଲିସ ଥାନା ଉଦଘାଟନ କଲେ କେନ୍ଦ୍ରାଞ୍ଚଳ ଆଇଜି ❯❯ ପାରାଦ୍ଵୀପ ଗଲ୍ଫ କ୍ଲବ ପକ୍ଷରୁ ପ୍ରେସିଡେଣ୍ଟ କପ୍ ଗଲ୍ଫ ଟୁର୍ଣ୍ଣାମେଣ୍ଟ -୨୦୨୬ ଆୟୋଜିତ । ❯❯ ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯

ପ୍ରଜ୍ଞାଶୀଳର ପଡିଲା ପ୍ରଭାବ,ଶିକୁଳିରେ ବନ୍ଧା ମାନସିକ ଭିନ୍ନକ୍ଷମ ଯୁବତୀଙ୍କୁ ଉଦ୍ଧାର କଲେ ସ୍ନେହମୟୀ

Alok Kumar Mohapatra | 24 Nov 2025 | 8 min read | 11 views

ପାରାଦ୍ୱୀପ ( ପି.ଏନ. ଏସ ) : ସମାଜରେ ଅସହାୟ, ଅବହେଳିତ ଓ ନିଷ୍ପେସିତ ହୋଇଆସୁଥିବା ବୃଦ୍ଧ, ବୃଦ୍ଧା ଓ ମାନସିକ ରୋଗୀ ମାନଙ୍କୁ ସହାୟତା ର ହାତ ବଢ଼ାଇ ଉଦାହରଣ ସୃଷ୍ଟି କରି ପ୍ରଶଂସିତ ହେଉଛନ୍ତି ସମାଜସେବୀ ତଥା ବ୍ୟାସ ଫାଉଣ୍ଡେସନ ର ଅଧ୍ୟକ୍ଷା ଶ୍ରୀମତୀ ସ୍ନେହମୟୀ ଆଚାର୍ଯ୍ୟ l ନିଜସ୍ୱ ପ୍ରୟାସ ରେ ଶ୍ରୀମତୀ ଆଚାର୍ଯ୍ୟ ଏମାନଙ୍କୁ ସହଯୋଗ କରିବା ଘଟଣାକୁ ଦେଖିଲେ ଏବେବି ମଣିଷ ପଣିଆ ବଞ୍ଚି ରହିଥିବା କୁହାଯାଇପାରିବ l ଏହିପରି ଏକ ଘଟଣାକ୍ରମରେ ପାରାଦୀପ ପୌରାଞ୍ଚଳର ୧୪ ନମ୍ବର ୱାର୍ଡ ସଞ୍ଜୟଗାନ୍ଧୀ ବସ୍ତି ରେ ରହୁଥିବା ଗରିବ ବିଧବା ନଳିନୀ ସ୍ୱାଇଁ ଙ୍କ ଝିଅ ଝିଅ ଜ୍ୟୋତ୍ସ୍ନା ସ୍ୱାଇଁ (୨୦) ମାନସିକ ବିକାରଗ୍ରସ୍ତ ହୋଇ ଅର୍ଥାଭାବ ଯୋଗୁଁ ଚିକିତ୍ସା ହୋଇ ନପାରି ଲୁହା ଶିକୁଳିରେ ବନ୍ଧା ହୋଇ ରହୁଥିଲା l ତେବେ "ପ୍ରଜ୍ଞାଶୀଳ "ଓ ବିଭିନ୍ନ ଗଣମାଧ୍ୟମରେ ଖବର ପାଇ ବ୍ୟାସ ଫାଉଣ୍ଡେସନ ର ଅଧ୍ୟକ୍ଷା ତଥା ବିଶିଷ୍ଟ ସମାଜସେବୀ ଶ୍ରୀମତୀ ସ୍ନେହମୟୀ ଆଚାର୍ଯ୍ୟ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ଯାଇଥିଲେ l ତେବେ ସୋମବାର ଦିନ ଶ୍ରୀମତୀ ସ୍ନେହମୟୀ ଆଚାର୍ଯ୍ୟ ଓ ସ୍ବେଛାସେବୀ ଶିଶିର କୁମାର କର ସମସ୍ତ ପ୍ରସ୍ତୁତି ସହ ପାରାଦୀପରେ ପହଞ୍ଚି ଝିଅର ଚିକିତ୍ସା ନିମନ୍ତେ ପୁରୀର କଣାସ ଠାରେ ଥିବା ନୀଳାଞ୍ଚଳ ସେବା ପ୍ରତିଷ୍ଠାନକୁ ନେଇଥିଲେ l ଏହି ଉଦ୍ଧାର କାର୍ଯ୍ୟ ବେଳେ ସ୍ଥାନୀୟ ୧୪ ନମ୍ବର ୱାର୍ଡ ପାରିଷଦ ଙ୍କ ସମେତ ବହୁ ଗଣମାଧ୍ୟମ ପ୍ରତିନିଧି ଓ ବସ୍ତିବାସିନ୍ଦା ମାନେ ଉପସ୍ଥିତ ଥିଲେ l ତେବେ ଏଭଳି ସ୍ପର୍ଶକାତର ସମସ୍ୟା ଉପରେ ସରକାର, ସ୍ଥାନୀୟ ପ୍ରଶାସନ କିମ୍ବା ଜନ ପ୍ରତିନିଧି ମାନଙ୍କ ଦୃଷ୍ଟି ନପଡିବା ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଯାଇଥିବା ବେଳେ ଏହି ଘଟଣା ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି l ମନ୍ତ୍ରୀ ଶ୍ରୀ ସ୍ୱାଇଁ ଝିଅର ସୁସ୍ଥତା କାମନା କରି ବ୍ୟାସ ଫାଉଣ୍ଡେସନ ଓ ଏହାର ଅଧ୍ୟକ୍ଷା ଶ୍ରୀମତୀ ଆଚାର୍ଯ୍ୟ ଙ୍କ ଏପରି ମହତ ସେବା କାର୍ଯ୍ୟକୁ ଭୁୟସୀ ପ୍ରଶଂସା କରି ସାହାଯ୍ୟ ଓ ସହଯୋଗ କରିବା ନେଇ ପ୍ରତିଶୃତି ଦେଇଛନ୍ତି l ଅନ୍ୟପକ୍ଷରେ ଝିଅର ସୁସ୍ଥତା ପରେ ସେ ପୁଣିଥରେ କଲେଜରେ ପାଠ ପଢିବ ଏବଂ ସମାଜର ମୂଖ୍ୟ ସ୍ରୋତରେ ସାମିଲ ହୋଇ ପରିବାରର ସାହାରା ହେବ ବୋଲି ଶ୍ରୀମତୀ ଆଚାର୍ଯ୍ୟ ଆଶାବାଦୀ ଅଛନ୍ତି ବୋଲି କହିଛନ୍ତି l