Latest News
ଲକ୍ ଥାନାରେ ଶିଶୁ ଅନୁକୂଳ ପୋଲିସ ଥାନା ଉଦଘାଟନ କଲେ କେନ୍ଦ୍ରାଞ୍ଚଳ ଆଇଜି ❯❯ ପାରାଦ୍ଵୀପ ଗଲ୍ଫ କ୍ଲବ ପକ୍ଷରୁ ପ୍ରେସିଡେଣ୍ଟ କପ୍ ଗଲ୍ଫ ଟୁର୍ଣ୍ଣାମେଣ୍ଟ -୨୦୨୬ ଆୟୋଜିତ । ❯❯ ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯

ପାରାଦୀପରେ ବିଶାଳ ଏକତା ପଦଯାତ୍ରା : ଦେଶ ନିର୍ମାଣରେ ପଟେଲଙ୍କ ଭୂମିକା ଅତୁଳନୀୟ

Alok Kumar Mohapatra | 24 Nov 2025 | 9 min read | 12 views

ପାରାଦ୍ୱୀପ ( ପି.ଏନ. ଏସ ) : ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ନିର୍ଦ୍ଦେଶ କ୍ରମେ ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ୧୫୦ତମ ଜନ୍ମ ଶତବାର୍ଷିକୀ ଅବସରରେ ଜିଲ୍ଲାସ୍ତରୀୟ ଏକତା ପଦଯାତ୍ରା ଆୟୋଜିତ ହେଉଛି l ଏହି ପରିପ୍ରେକ୍ଷୀରେ ସୋମବାର ଦିନ ପାରାଦୀପରେ ଏକ ବିଶାଳ ଏକତା ପଦଯାତ୍ରା ଆୟୋଜିତ ହୋଇଯାଇଛି l ଏହି ଅବସରରେ ପାରାଦୀପ ବିଧାୟକ ତଥା ରାଜ୍ୟ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ବିଭାଗ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଏବଂ ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ ଏହି ମେଗା ପଦଯାତ୍ରାରେ ସାମିଲ ହୋଇଥିଲେ l ଏଥିରେ ପାରାଦୀପ ର ସମସ୍ତ ସ୍କୁଲ ଓ କଲେଜ ର ଛାତ୍ରଛାତ୍ରୀ ଙ୍କ ସମେତ ବହୁ ଅନୁଷ୍ଠାନର ସ୍ବେଛାସେବୀ ମାନେ ହଜାର ହଜାର ସଂଖ୍ୟାରେ ଯୋଗ ଦେଇଥିଲେ l ତେବେ ଏହି ପଦଯାତ୍ରା ପ୍ରାରମ୍ଭରେ କଲେଜ ପରିସରରେ ସର୍ଦ୍ଦାର ପଟେଲ ଙ୍କ ଜନ୍ମ ଜୟନ୍ତୀ ଓ ଏକତା ପଦଯାତ୍ରା ସମ୍ପର୍କିତ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ମନ୍ତ୍ରୀ ସମ୍ପଦ ସ୍ୱାଇଁ ମୁଖ୍ୟ ଅତିଥି ଓ ସାଂସଦ ବିଭୁ ତରାଇ ମୁଖ୍ୟ ବକ୍ତା ଭାବେ ଉପସ୍ଥିତ ଥିଲେ l ଅନ୍ୟମାନଙ୍କ ମଧ୍ୟରେ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହେରା, ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ.ସସ୍ମିତା ସତପଥି, ପାରାଦୀପ ପୌର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା, ଜିଲ୍ଲା ଯୁବ ବ୍ୟାପାର ବିଭାଗ ଅଧିକାରୀ ନିଖିଲ କୋକୁଲା, ଜିଲ୍ଲା କ୍ରୀଡା ଅଧିକାରିଣୀ ଶ୍ରୀମତୀ ବିଶ୍ୱ ବିଜୟିନୀ ପଟ୍ଟନାୟକ,କୁଜଙ୍ଗ ବିଡ଼ିଓ ଦୀପକ ପ୍ରସାଦ ସ୍ୱାଇଁ ଏବଂ ତହସିଲଦାର ସ୍ୱରୂପ ନନ୍ଦନ ବେହେରା ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ l ନିଜ ବକ୍ତବ୍ୟରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଦେଶ ନିର୍ମାଣରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ଭୂମିକା ଓ ଅବଦାନ ଅତୁଳନୀୟ ବୋଲି ଉଲ୍ଲେଖ କରି ଯୁବପିଢ଼ି ତାଙ୍କ ନୀତି ଆଦର୍ଶକୁ ଅନୁସରଣ କରି ଦେଶ ମାତୃକା ସେବାରେ ନିଜକୁ ନିୟୋଜିତ କରିବା ଏବଂ ନିଜକୁ ସ୍ୱାବଲମ୍ବୀ ମଣିଷ ରୂପେ ଗଢିତୋଳିବାକୁ ଆହ୍ୱାନ ଦେଇଥିଲେ l ସେହିପରି ମୁଖ୍ୟ ବକ୍ତା ସାଂସଦ ବିଭୁ ପ୍ରସାଦ ତରାଇ ସ୍ୱାଧୀନତା ପରେ ଗଡଜାତ ରାଜ୍ୟଗୁଡିକ ଭାରତ ସହିତ ମିଶ୍ରଣ କରିବାରେ ବଲ୍ଲଭଭାଇ ପଟେଲଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ l ଶେଷରେ କଲେଜ ପରିସରରୁ ଏକ ବିରାଟ ଏକତା ପଦଯାତ୍ରା ବାହାରି ସହର ପରିକ୍ରମା କରି ଗୋପବନ୍ଧୁ ଷ୍ଟାଡିଅମ ଠାରେ ଉଦଯାପିତ ହୋଇଥିଲା l ଏହି ଶୋଭାଯାତ୍ରାରେ ବନ୍ଦେ ମାତରମ ଓ ଭାରତ ମାତାକି ଜୟ ଧ୍ୱନିରେ ସହର ପ୍ରକମ୍ପିତ ହୋଇଥିଲା l