ପାରାଦ୍ଵୀପ ଡମ୍ପର ଆସୋସିଏସନ ନିର୍ବାଚନରେ ବିଜୟ ଓ ତାଙ୍କ ପ୍ୟାନେଲ ର ବିପୁଳ ବିଜୟ ।
Alok Kumar Mohapatra | 23 Nov 2025 | 5 min read | 18 views
ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦ୍ଵୀପ ର ବହୁଚର୍ଚ୍ଚିତ ଡମ୍ପର ଆସୋସିଏସନ ର ନିର୍ବାଚନ ସଙ୍ଘ କାର୍ଯ୍ୟାଳୟ ପରିସରରେ ରବିବାର ଦିନ ଶାନ୍ତି ଶୃଙ୍ଖଳା ସହ ଅନୁଷ୍ଠିତ ହୋଇଯାଇଛି l ଏହି ନିର୍ବାଚନରେ ୩୪୯ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିଥିଲେ l ସଭାପତି ପଦ ପାଇଁ ବିଜୟ କୁମାର ନାୟକ (ସଦା) ସର୍ବାଧିକ ୨୮୪ ଖଣ୍ଡ ବିପୁଳ ଭୋଟ ପାଇ ନିର୍ବାଚିତ ହୋଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ମନୋରଞ୍ଜନ ମିଶ୍ର ମାତ୍ର ୬୩ ଖଣ୍ଡ ଭୋଟ ପାଇ ୨୨୧ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ l ସେହିପରି ଉପସଭାପତି ଭାବେ ପ୍ରମୋଦ କୁମାର ନାୟକ ୨୫୦ ଖଣ୍ଡ ଭୋଟ ପାଇ ନିକଟତମ ପ୍ରତିଦ୍ବନ୍ଦୀ ଦିଲୀପ କିଶୋର ବେହେରାଙ୍କୁ ୧୫୯ ଭୋଟ ବ୍ୟବଧାନରେ ପରାସ୍ତ କରିଥିବା ବେଳେ ସମ୍ପାଦକ ଭାବେ ସୁରଜ କୁମାର ବାରିକ ୨୭୪ଭୋଟ ପାଇ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଅୟସକାନ୍ତ ସାମଲ ଙ୍କୁ ୨୦୨ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି l ତେବେ ଏହି ବିପୁଳ ବିଜୟ ସଙ୍ଘ ସଦସ୍ୟଙ୍କର ବିଶ୍ୱାସ, ଭଲପାଇବାର ନିଦର୍ଶନ ଏବଂ ସଙ୍ଘ ଓ ସଦସ୍ୟ ମାନଙ୍କ ଆର୍ଥିକ ଉନ୍ନତି କ୍ଷେତ୍ରରେ ତାଙ୍କ ଟିମ ପୂର୍ବପରି କାର୍ଯ୍ୟ କରିବ ବୋଲି ସଭାପତି ଶ୍ରୀ ନାୟକ କହିଛନ୍ତି l
