ପାରାଦ୍ଵୀପ ଗଡ଼ ପଞ୍ଚାୟତରେ ନୂତନ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମନ୍ତ୍ରୀ ସମ୍ପଦ ସ୍ୱାଇଁ ।
Alok Kumar Mohapatra | 22 Nov 2025 | 5 min read | 16 views
ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦ୍ଵୀପ ନିର୍ବାଚନମଣ୍ଡଳୀ ର ପାରାଦ୍ଵୀପ ଗଡ଼ ପଞ୍ଚାୟତ ଅନ୍ତର୍ଗତ ଜାତୀୟ ରାଜପଥରୁ କତକୁଲା ଓ ଚୁନବେଲାରୀ ଦେଇ ସିଜୁ ପର୍ଯ୍ୟନ୍ତ ସଡ଼କ ନିର୍ମାଣ ପାଇଁ ପାରାଦ୍ଵୀପ ବିଧାୟକ ତଥା ରାଜ୍ୟ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଶନିବାର ଦିନ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି l ୩ କୋଟି ୧୬ ଲକ୍ଷ ୩୫ ହଜାର ଟଙ୍କାର ଏହି ଭିତ୍ତିଭୂମି ମୂଳକ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଉଭୟ ପାରାଦ୍ବୀପଗଡ଼ ଏବଂ କୋଠି ପଞ୍ଚାୟତର ଜନସାଧାରଣ ବିଶେଷ ଭାବେ ଉପକୃତ ହୋଇପାରିବେ l ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳର ଗମନାଗମନ ତଥା ଯୋଗାଯୋଗ ବ୍ୟବସ୍ଥା ସୁଦୃଢ଼ ହୋଇପାରିବ l ଏହା ସ୍ଥାନୀୟ ଶିଳ୍ପ, ବ୍ୟବସାୟ ତଥା ପର୍ଯ୍ୟଟନ କ୍ଷେତ୍ରକୁ ମଧ୍ୟ ଗତି ପ୍ରଦାନ କରିପାରିବ l ଗ୍ରାମାଞ୍ଚଳର ବିକାଶ ହେଲେ 'ବିକଶିତ ଓଡିଶା' ଗଠନ ସମ୍ଭବପର ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି l ସେହିପରି ବାଗୋଇ, ମଲାସାହି, ବଣିତ, ଗୋରଡ଼, ପଣ୍ଡୁଆ ଇତ୍ୟାଦି ପଞ୍ଚାୟତ ର ବିଭିନ୍ନ ରାସ୍ତାର ଉନ୍ନତି ଓ ପ୍ରଶସ୍ତିକରଣ ନିମନ୍ତେ ପ୍ରାୟ ୨୫ କୋଟିରୁ ଉର୍ଦ୍ଧ ଅର୍ଥ ବ୍ୟୟରେରାସ୍ତା ନିର୍ମାଣର ଶିଳାନ୍ୟାସ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ l
