ପାରାଦ୍ଵୀପ କଲେଜ୍ ଏନ ସି ସି ଅଲୁମୁନି ଅସୋସିଏସନ୍ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ ।
Alok Kumar Mohapatra | 21 Nov 2025 | 9 min read | 22 views
ପାରାଦ୍ୱୀପ ( ପି.ଏନ. ଏସ ) : NCC ଦିବସ ଅବସରରେ ପାରାଦ୍ଵୀପ କଲେଜ୍ ଏନ ସି ସି ଏବଂ ଏନ ସି ସି ଅଲୁମ୍ନି ଅସୋସିଏସନ୍ ଦ୍ୱାରା ବାର୍ଷିକ ମେଗା ରକ୍ତଦାନ ଶିବିରର ସଫଳ ଆୟୋଜନ କରାଯାଇଥିଲା । ପାରାଦ୍ଵୀପ କଲେଜ୍ର ଅଧକ୍ଷା ଡ. ସସ୍ମିତା ସତପଥୀ, ପାରାଦୀପ ଅତିରିକ୍ତ ଅରକ୍ଷୀ ଅଧିକ୍ଷକ ଶ୍ରୀ ସ୍ମୃତିଞ୍ଜନ କର ଏବଂ ପାରାଦୀପ ମୁନିସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅଭିଷେକ ପାଣ୍ଡା ଉପସ୍ଥିତ ହୋଇ ଏହି ଶିବିରର ଉଦ୍ଘାଟନ କରିଥିଲେ ।
ଏହି ଶିବିରରେ ମୋଟ *୧୧୬ ଇଉନିଟ୍* ରକ୍ତ ସଂଗ୍ରହ କରାଯାଇଥିଲା । ଏନ ସି ସି ଏବଂ, ଏନ ସି ସି ଅଲୁମ୍ନି ସଦସ୍ୟମାନେ, ଛାତ୍ରଛାତ୍ରୀ ଏବଂ ବାହାରରୁ ଆସିଥିବା ରକ୍ତଦାତାମାନେ ଉତ୍ସାହ ଏବଂ ସମାଜପ୍ରତି ଦାୟିତ୍ୱବୋଧ ସହିତ ରକ୍ତଦାନ କରିଥିଲେ ।
ରକ୍ତଦାନ କରିଥିବା ଓ ଶିବିରକୁ ସଫଳ କରାଇଥିବା ମଧ୍ୟରୁ ଏନ ସି ସି ଆଲୁମୁନି ର ଉପଦେଷ୍ଟା ଲେଫ୍ଟନାଣ୍ଟ କମାଣ୍ଡର ଏ. ସି. ମିଶ୍ରଙ୍କ ନେତୃତ୍ୱ ରେ ଏବଂ CTO ଅଭିଷେକ ବିଶ୍ୱାଳ,ଏନ ସି ସି ଅଲୁମ୍ନି ଅସୋସିଏସନ୍ର ସଭାପତି ଅମ୍ବିକା ପ୍ରସାଦ ମହାପାତ୍ର, ସମ୍ପାଦକ ପଦ୍ମନାଭ ଦାସ, ଉପସଭାପତି ବିକ୍ରମ ସିଂହ ମହାରଣା, ତଥା ବିବେକାନନ୍ଦ ମହାପାତ୍ର, ଧର୍ମପଦ ବାଡୋଇ, ରାଜା ମଲ୍ଲିକ, ଜିତେନ୍ଦ୍ର ବାରିକ, ସରୋଜ ସ୍ୱାଇଁ, ହୃଦାନନ୍ଦ ନାଥଶର୍ମା,ପ୍ରଭାତ ବେହେରା,ରଞ୍ଜନ, ନୀଳିମା ପ୍ରିୟଦର୍ଶିନୀ, ହରପ୍ରିୟା ପଟ୍ଟନାୟକ ଧରାଶ୍ରୀ, ପି. ମାଧୁସ୍ମିତା, ପ୍ରିୟଙ୍କା, ଦୀପିକା ଓ ଅନ୍ୟାନ୍ୟ NCC ଅଲୁମ୍ନି ସଦସ୍ୟ ଏବଂ କ୍ୟାଡେଟମାନେ ସହଯୋଗ ରେ ଶିବିର ଟି ସଫଳ ହୋଇଥିଲା ।
ଏହି ଅବସରରେ ଅଲୁମ୍ନି ସଭାପତି ଅମ୍ବିକା ପ୍ରସାଦ ମହାପାତ୍ର କହିଥିଲେ ଯେ, ଏନ ସି ସି ଦିବସ ଉପଲକ୍ଷେ ପ୍ରତିବର୍ଷ ଏହି ଶିବିର ଆୟୋଜନ କରାଯାଏ ଏବଂ ଏହା ଏନ ସି ସି ଏବଂ ଅଲୁମ୍ନି ସଦସ୍ୟ ମାନଙ୍କ ପାଇଁ ସମାଜସେବା ପ୍ରତିବଦ୍ଧତାର ପ୍ରତୀକ ବୋଲି ସେ କହିଥିଲେ, “ଆମର ପ୍ରତିଟି ପଦକ୍ଷେପ ରାଷ୍ଟ୍ର ପ୍ରତି ଉତ୍ସର୍ଗୀକୃତ। ଗୋଟିଏ ବୋତଲ୍ ରକ୍ତ ତିନିଟି ଜୀବନ ବଞ୍ଚାଇ ପାରେ। ରାଷ୍ଟ୍ର ସେବା ପାଇଁ ‘ନେଶନ୍ ଫlର୍ଷ୍ଟ’ ମୋଟୋକୁ ନିରନ୍ତର ଅନୁସରଣ କରିବାରେ ଏନ ସି ସି ଅଲୁମ୍ନି ସଦା ପ୍ରତିବଦ୍ଧ।”
NCC ଅଲୁମ୍ନି ଅସୋସିଏସନ୍ ସମାଜସେବା, ପରିବେଶ ସୁରକ୍ଷା, ଜାତି ଗଠନ ଓ ସଚେତନତା ମୂଳକ କାର୍ଯ୍ୟରେ ନିରନ୍ତର ଭାବରେ ଲିପ୍ତ ରହିବା ସହ ପ୍ରତ୍ୟେକ ରବିବାର ନିୟମିତ ସମୁଦ୍ର ବେଳାଭୂମି ସଫେଇ କରି ଆସୁଛି l ଏବଂ "ରାଷ୍ଟ୍ର ସର୍ବ ପ୍ରଥମ" ବୋଲି ସମସ୍ତେ ପ୍ରତିଜ୍ଞାବଦ୍ଧl ।