Latest News
ଲକ୍ ଥାନାରେ ଶିଶୁ ଅନୁକୂଳ ପୋଲିସ ଥାନା ଉଦଘାଟନ କଲେ କେନ୍ଦ୍ରାଞ୍ଚଳ ଆଇଜି ❯❯ ପାରାଦ୍ଵୀପ ଗଲ୍ଫ କ୍ଲବ ପକ୍ଷରୁ ପ୍ରେସିଡେଣ୍ଟ କପ୍ ଗଲ୍ଫ ଟୁର୍ଣ୍ଣାମେଣ୍ଟ -୨୦୨୬ ଆୟୋଜିତ । ❯❯ ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯

ଜିଲ୍ଲା ସ୍ତରୀୟ ପିଏମ କିଷାନ ର କିସ୍ତି ବଣ୍ଟନ ଓ ପିଏମ କିଷାନ ସମ୍ମାନ ସମାରୋହ ଅନୁଷ୍ଠିତ ୧,୧୯,୦୪୪ ଚାଷୀ ହେଲେ ଲାଭାନ୍ବିତ ।

Alok Kumar Mohapatra | 21 Nov 2025 | 13 min read | 14 views

ପାରାଦ୍ୱୀପ ( ପି.ଏନ. ଏସ ) : ଆଜି ତାମିଲନାଡୁର କୋଏମ୍ବାଟୁର୍ ଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପିଏମ୍ କିଷାନ ସମ୍ମାନ ନିଧିର
୨୧ତମ କିସ୍ତି ପ୍ରଦାନ କଲେ । ୨୧ତମ କିସ୍ତିରେ ଦେଶର ୯ କୋଟିରୁ ଉର୍ଦ୍ଧ୍ବ କୃଷକଙ୍କୁ ୧୮ ହଜାର କୋଟିରୁ ଉର୍ଦ୍ଧ୍ବଟଙ୍କା ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମ ସବୁ ରାଜ୍ୟର ଜିଲ୍ଲା, ବ୍ଲକ, ପଞ୍ଚାୟତ, ପ୍ୟାକ୍ସ ଓ ମଣ୍ଡିରେ ଆୟୋଜନ କରାଯାଇଛି ।
ପ୍ରଧାନମନ୍ତ୍ରୀ ଏହି ଅବସରରେ ଦେଶର କୃଷକମାନଙ୍କୁ ଉଦ୍‌ବୋଧନ ଦେଇଛନ୍ତି ।

ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ନିମାଇଁ ଭବନ ଠାରେ ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ କିଷାନ ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ସାଂସଦ ଜଗତସିଂହପୁର ଡ ବିଭୁ ପ୍ରସାଦ ତରାଇ , ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ମନୋଜ କୁମାର ଭୋଇ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ କୁଳମଣି ବାରିକ, କୃଷି ବିଜ୍ଞାନ କେନ୍ଦ୍ର ର ବୈଜ୍ଞାନିକ ଡ ଦେବାଶିଷ ପଣ୍ଡା, ଡ ପ୍ରଦୀପ୍ତ ମାଝୀ ପ୍ରମୁଖ ମଞ୍ଚାସୀନ ଥିଲେ I

ସମାରୋହ ରେ ଯୋଗଦେଇ ମାନ୍ୟବର ସାଂସଦ ଡ ବିଭୁ ପ୍ରସାଦ ତରାଇ ଜିଲ୍ଲା ର ବିକାଶ କୃଷକ ମାନଙ୍କ ବିକାଶରେ ସମ୍ଭବ ଯାହା ଏକ ବିକଶିତ ରାଷ୍ଟ୍ର ଗଠନ ରେ ସହାୟକ ବୋଲି କହିଥିଲେ।ଚାଷ ଓ ଚାଷୀ ଙ୍କୁ ଗୁରୁତ୍ଵ ଦେବାସହ ସେମାନଙ୍କର
ଗୁଣାତ୍ମକ ବିକାଶ ଦିଗକୁ ପ୍ରୋତ୍ସାହନ ଦେବା ଆମର କର୍ତ୍ତବ୍ୟ ବୋଲି ସାଂସଦ କହିଥିଲେ। ୨୦୪୭ ସୁଦ୍ଧା ଏକ ଭାରତ, ଶ୍ରେଷ୍ଠ ଭାରତ, ଆତ୍ମ ନିର୍ଭର ଭାରତ ଗଠନ ରେ ଜଗତସିଂହପୁର ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଡ ତରାଇ ଦୃଢୋକ୍ତି ପ୍ରକାଶ କରିଥିଲେ । ପିଏମ କିଷାନ ଓ ସିଏମ୍ କିଷାନ ଯୋଜନାରେ ଆମ ରାଜ୍ୟର ଚାଷୀ ଭାଇ ଭଉଣୀ ମାନେ ବାର୍ଷିକ ୧୦ ହଜାର ଟଙ୍କା ପାଉଛନ୍ତି । ଏହି ରାଶିକୁ ସଠିକ୍ ଭାବେ ଉପଯୋଗ କଲେ କୃଷି କାର୍ଯ୍ୟରେ ସଫଳତା ମିଳି ଅଭାବ ଦୂର ହେବ। କୃଷକ କଲ୍ୟାଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରହିଛି ବୋଲି ସେ କହିଥିଲେ ।

ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ମନୋଜ କୁମାର ଭୋଇ କହିଲେ ଯେ କୃଷକଙ୍କ ପାଖରେ ସବୁବେଳେ ଜମି ଓ ଶ୍ରମଥାଏ କିନ୍ତୁ ପୁଞ୍ଜି ନଥାଏ । ଏହାକୁ ହୃଦୟଙ୍ଗମ କରି ପ୍ରଧାନମନ୍ତ୍ରୀ ଏହି ଯୋଜନା କାର୍ଯ୍ୟକାରୀ କରିଛନ୍ତି । ପିଏମ୍ କିଷାନର ସହାୟତା ରାଶି ଚାଷୀ ମାନଙ୍କୁ ମାନସିକ ଓ ଆର୍ଥିକ କ୍ଷେତ୍ରରେ ସୁଦୃଢ କରୁଛି ।

ଏହି ଅବସରରେ ଉପସ୍ଥିତ ସମସ୍ତ ଅତିଥିବୃନ୍ଦ ଏବଂ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ୧୦୦ ରୁ ଉର୍ଦ୍ଧ୍ବ ଚାଷୀମାନେ କୋଇମ୍ବଟୁର ଠାରୁ ଆଭାସୀ ମାଧ୍ୟମରେ ସିଧା ପ୍ରସାରଣ ହେଉଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଦେଖିଥିଲେ । ଜଗତସିଂହପୁର ଜିଲ୍ଲାର ମୋଟ ୧,୧୯, ୦୪୪ଜଣ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଆଜି ପ୍ରତ୍ୟେକ ୨୦୦୦ ଟଙ୍କା ଲେଖାଏଁ ହସ୍ତାନ୍ତର ହୋଇଛି ବୋଲି କୃଷି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି I ଏଥିରେ କ୍ଷୁଦ୍ର, ମଧ୍ୟମ, ବୃହତ୍ତ ଓ ସହରାଞ୍ଚଳର ଭୂମିଧାରୀ ଚାଷୀମାନେ ଉପକୃତ ହେଉଛନ୍ତି ।

ଏଠାରେ ସୂଚନା ଥାଉ କି, କୃଷକମାନଙ୍କ ଆର୍ଥିକ ଆବଶ୍ୟକତା ପୂରଣ କରିବା ପାଇଁ ପି-ଏମ କିଷାନ ଯୋଜନା ଏକ କଲ୍ୟାଣକାରୀ ଯୋଜନା । ଏହି ଯୋଜନାରେ ଚାଷୀଙ୍କୁ ସହାୟତା ରାଶି ଭାବରେ ବର୍ଷକୁ ୬୦୦୦ ଟଙ୍କା ତିନି ଗୋଟି କିସ୍ତି ମାଧ୍ୟମରେ ପ୍ରଦାନ କରାଯାଇ ଥାଏ ।
ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ କୃଷି ବିଭାଗର ଅଧିକାରୀ, ଚାଷୀ ଭାଇ ଭଉଣୀ, ଗଣ ମାଧ୍ୟମ ର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।