ପାରାଦ୍ଵୀପ ବନ୍ଦରକୁ ପ୍ରମୁଖ ବନ୍ଦର ଭାବେ ଦ୍ୱାଦଶ ଆନ୍ତର୍ଜାତୀୟ ସମୁଦ୍ର ମନ୍ଥନ ପୁରସ୍କାରରେ ସମ୍ମାନିତ ।
Alok Kumar Mohapatra | 20 Nov 2025 | 5 min read | 15 views
ପାରାଦ୍ୱୀପ ( ପି.ଏନ. ଏସ ) : ମୁମ୍ବାଇର ଜିଓ ୱାର୍ଲ୍ଡ କନଭେନସନ ସେଣ୍ଟରରେ ଅନୁଷ୍ଠିତ ଦ୍ୱାଦଶ ଆନ୍ତର୍ଜାତୀୟ ସମୁଦ୍ର ମନ୍ଥନ ପୁରସ୍କାର ୨୦୨୫ ରେ ପାରାଦ୍ଵୀପ ବନ୍ଦର ପ୍ରାଧିକରଣକୁ ସମ୍ମାନିତ କରାଯାଇଛି । ପାରାଦୀପ ବନ୍ଦରକୁ ଉତ୍କୃଷ୍ଟ ବଲ୍କ କାର୍ଗୋ ଜାହାଜ ଓ ପଣ୍ୟ ପରିଚାଳନାରେ ଉତ୍କର୍ଷତା ପାଇଁ ଏହି ପୁରସ୍କାର ମିଳିଛି l ଏହି ସମ୍ମାନ ପାରାଦୀପ ବନ୍ଦର ପ୍ରାଧିକରଣ ର ସାମୁଦ୍ରିକ କ୍ଷେତ୍ରରେ ପଣ୍ୟ ପରିଚାଳନା, କାର୍ଯ୍ୟ ଦକ୍ଷତା ଏବଂ ସେବା ପ୍ରଦାନ କ୍ଷେତ୍ରରେ ଅଗ୍ରଗତି ପାଇଁ ପ୍ରାପ୍ତ ହୋଇଛି l ଏହି ସଫଳତା ହାସଲ ପରେ ପାରାଦୀପ ବନ୍ଦର ଅଧ୍ୟକ୍ଷ ପି.ଏଲ.ହରନାଦ କହିଛନ୍ତି ଯେ ଏହି ମାନ୍ୟତା ବନ୍ଦରର ନିର୍ଭରଯୋଗ୍ୟ, ଦକ୍ଷ ଏବଂ ଗ୍ରାହକ-କେନ୍ଦ୍ରିକ କାର୍ଯ୍ୟ ପ୍ରତି ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ । ତେବେ ପାରାଦ୍ଵୀପ ବନ୍ଦର ପକ୍ଷରୁ ଟ୍ରାଫିକ ମ୍ୟାନେଜର ଜି.ଏଡିସନ୍ ମିଜୋରାମ ର ମାନ୍ୟବର ରାଜ୍ୟପାଳଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ । ଭାରତର ସାମୁଦ୍ରିକ ବାଣିଜ୍ୟକୁ ଅଭିବୃଦ୍ଧି କରି ପାରାଦ୍ଵୀପ ବନ୍ଦର ପ୍ରାଧିକରଣ ପ୍ରଯୁକ୍ତିବିଦ୍ୟା ଉନ୍ନତିକରଣ,ବ୍ୟବସ୍ଥାଗତ ଯାନ୍ତ୍ରିକରଣ ଓ କାର୍ଯ୍ୟଦକ୍ଷତା ଉପରେ ନିରନ୍ତର ଧ୍ୟାନ ଦେଇ ଏହାର କ୍ଷମତାକୁ ସୁଦୃଢ଼ ଓ ବୃଦ୍ଧି କରିଥିବା ନେଇ ପାରାଦ୍ଵୀପ ବନ୍ଦର ଲୋକସମ୍ପର୍କ ବିଭାଗ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ରୁ ସୂଚନା ମିଳିଛି l
